ଦୁର୍ବ୍ୟବହାର କରି ଶିକ୍ଷକ ନିଲମ୍ବିତ

Spread the love
ଭୁବନେଶ୍ଵର, ୧୪/୦୫ (ସନ୍ଧାନ ନିଉଜ) : କ୍ଵାରେଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀ ଫେରନ୍ତାଙ୍କୁ ଦୁର୍ବ୍ୟବହାର ମହଙ୍ଗା ପଡିଲା। ଏହି ଭିଡ଼ିଓ ଭାଇରାଲ ହେବା ପରେ ନିଲମ୍ବିତ ହେଲେ ଦାୟିତ୍ଵରେ ଥିବା ଶିକ୍ଷକ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଥିବା ଜଣାପଡିଛି। ଖବର ଅନୁଯାୟୀ ସରକାରୀ ଶିକ୍ଷକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଅନ୍ତେବାସୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହି ଘଟଣାରେ ଶିକ୍ଷକଙ୍କୁ କେ. ନୂଆଗାଁ ଥାନା ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଦିଗପହଣ୍ଡି ବିଡ଼ିଓ, ବ୍ଲକ ଶିକ୍ଷାଧିକାରୀ ଓ ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ। ରବିବାର ବ୍ଲକ ଶିକ୍ଷାଅଧିକାରୀ ଶିକ୍ଷକ ବିଶ୍ୱଜିତ ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି।

Related Posts

About The Author

Add Comment