ଦୁର୍ଘଟଣାରେ ୩ ମୃତ‌, ୧ ଗୁରୁତର

Spread the love
  •  
  •  
  •  
  •  
  •  

ବାରିପଦା, ୧୦.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-ଆଜି ମୟୂରଭଞ୍ଜ ଜିଲାର ବାରିପଦା ଓ ଖୁଣ୍ଟାରେ ଦୁଇଟି‌ ବାଇକ୍ ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ସନ୍ଧ୍ୟା ସାଢେ ୭ଟା‌ ସମୟରେ ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲେଇଠାରୁ ଷ୍ଟେସନବଜାରକୁ ଯାଇଥିବା‌ଜନଗହଳି ରାସ୍ତାରେ ଥିବା ଦିଶା ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁଇଟି ବାଇକ ମୁହାଁମୁହିଁ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଦୁର୍ଘଟଣାଗ୍ରସ୍ତ ବାଇକ ନଂ ଓଆର-୦୫-୩୮୧୦ ର ଚାଳକ ରଜତ କୁମାର ଦାଶଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତାଙ୍କ ଘର ବାରିପଦା ପ୍ରଫୁଲନଗରରେ । ଅନ୍ୟ ବାଇକ ଓଡି-୧୧ଆର-୧୪୭୦ ଚାଳକଙ୍କ ଘର ସାନକେରକୋ ଗ୍ରାମରେ ଓ ତାଙ୍କ ନାମ ସହିଷ୍ଣୁ ସାହୁ ବୋଲି ପ୍ରକାଶ । ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏ ସଂପର୍କରେ ଟାଉନ ଥାନା ପୁଲିସ ପକ୍ଷରୁ ତଦନ୍ତ ଚାଲିଥିବା ସହିତ ଦୁଇଟି ମୋଟର ସାଇକେଲ ଜବତ କରି ଅଣାଯାଇଥିବା ପ୍ରକାଶ । ଦୁର୍ଘଟଣାର କାରଣ ସଂପର୍କରେ ପୁଲିସ ପକ୍ଷରୁ ଅନୁସନ୍ଧାନ କରାଯିବାକୁ ଦାବି ହେଉଛି । କାରଣ ଆଗାମୀ ଦିନରେ ଯେଭଳି ପୁନର୍ବାର ଦୁର୍ଘଟଣା ନ ଘଟିବ ସେଥିପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପଦକ୍ଷେପ ନେବାକୁ ମଧ୍ୟ ଦାବି ହେଉଛି । ତେବେ ହେଲମେଟ ପିନ୍ଧିଥିଲେ ମୃତ୍ୟୁ ହୋଇନଥାନ୍ତା ବୋଲି ଆଲୋଚନା ହେଉଛି ।

Related Posts

About The Author

Add Comment