ଦୁଇ ପ୍ରବାସୀ ଭାରତୀୟ ତିରୁମାଲା ଭେଙ୍କଟେଶ୍ୱର ମନ୍ଦିରକୁ ଦେଲେ ୧୩.୫ କୋଟିର ଦାନ

Spread the love

ତିରୁପତି୧୪/୦୭ (ସନ୍ଧାନ ନିୟୁଜ): ଦୁଇ ଜଣ ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ) ଭକ୍ତ ପ୍ରସିଦ୍ଧ ତିରୁମାଲା ଭେଙ୍କଟେଶ୍ୱର ମନ୍ଦିରରେ ୧୩.୫ କୋଟିର ଦାନ ଦେଇଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାରେ ଔଷଧ ପ୍ରସ୍ତୁତ କାରଖାନା ଚଳାଇଥିବା ପ୍ରବାସୀ ଭାରତୀୟ ଶିଳ୍ପପତି ରବି ଆଇକା ତିରୁମାଲା ମନ୍ଦର ପରିଚାଳନା ଦାୟିତ୍ୱରେ ଥିବା ତିରୁମାଲା ତିରୁପତି ଦେବସ୍ଥାନମ୍‌ ବୋର୍ଡ ଅଧ୍ୟକ୍ଷ ପୁଟ୍ଟ ସୁଧାକର ଯାଦବଙ୍କୁ ମନ୍ଦର ନିମନ୍ତେ ୧୦ କୋଟି ଟଙ୍କାର ଦାନ ରାଶି ହସ୍ତାନ୍ତର କରିଛନ୍ତି।

ସେହିପରି ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ୟଜଣେ ପ୍ରବାସୀ ଭାରତୀୟ ଭକ୍ତ ଶ୍ରୀନିବାସ ମଧ୍ୟ ତିରୁମାଲା ତିରୁପତି ଦେବସ୍ଥାନମ୍‌ ବୋର୍ଡ ଅଧ୍ୟକ୍ଷ ପୁଟ୍ଟ ସୁଧାକର ଯାଦବଙ୍କୁ ମନ୍ଦର ନିମନ୍ତେ ୩.୫ କୋଟି ଟଙ୍କାର ଦାନ ରାଶି ହସ୍ତାନ୍ତର କରିଥିବା ତିରୁମାଲା ତିରୁପତି ଦେବସ୍ଥାନମ୍‌ ବୋର୍ଡ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜାରଇବା ପାଇଁ ମିଳିଛି। ପ୍ରବାସୀ ଭାରତୀୟ ଭକ୍ତ ଶ୍ରୀନିବାସ ମଧ୍ୟ ଜଣେ ଶିଳ୍ପଦ୍ୟୋଗୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ତାଙ୍କର ଶିଳ୍ପ କାରଖାନା ରହିଛି।

Related Posts

About The Author

Add Comment