ଦୁଇ କୁନି କୁନି ପିଲାଙ୍କୁ ଛାଡି ମା’ ଫେରାର; ପରେ ପୋଲିସ ଦ୍ୱାରା ଉଦ୍ଧାର ହୋଇ ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର

Spread the love

କଟକ,  ୨୩।୧୧ (ସନ୍ଧାନ ନିୟୁଜ୍/ଅନିତା ବେହେରା) : ଦୁଇ କୁନି କୁନି ପିଲାଙ୍କୁ ଛାଡି ମା’ ଫେରାର । ଅସହାୟ ଅବସ୍ଥାରେ ବୁଲୁଥିଲେ ଦୁଇ ପିଲା । ପିଲାଙ୍କୁ ପୋଲିସ ଉଦ୍ଧାର କରିଥିଲା । ପିଲାମାନଙ୍କର ବାପା ସେମାନଙ୍କୁ ଚଳାଇପାରିବନି ବୋଲି କହିବା ପରେ ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରିଛି ପୋଲିସ ।  ସୂଚନାଯୋଗ୍ୟ ଯେ, ପୁରୀ ଅଞ୍ଚଳର ଜନୈକ ମହିଳା ନିଜ ସ୍ବାମୀଙ୍କ ସହ ଗତକାଲି କଟକ ଚାଉଳିଆଗଞ୍ଜ ଅଞ୍ଚଳର ବରହମପୁରା ବସ୍ତିକୁ ଆସିଥିଲେ । ତେବେ ପିଲାମାନଙ୍କର ମା’ ପିଲାମାନଙ୍କୁ ଛାଡି ହଠାତ୍ କେଉଁଆଡେ ଚାଲିଯାଇଛନ୍ତି । ଫଳରେ ପିଲା ଦୁଇ ଜଣ ଏକୁଟିଆ ବୁଲୁଥିବା ଦେଖି ବରହମପୁରା ବସ୍ତିର କିଛି ଲୋକ ସେମାନଙ୍କୁ ନିଜ ପାଖରେ ରଖି ଚାଉଳିଆଗଞ୍ଜ ପୋଲିସକୁ ଖବର ଦେଇଥିଲେ  ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା । ପୋଲିସ ପିଲାମାନଙ୍କୁ ଥାନାକୁ ନେଇଯାଇଥିଲା । ପରେ ସେମାନଙ୍କର ବାପା ଖବର ପାଇ ଥାନାରେ ପହଞ୍ଚିଥିଲେ । ତେବେ ବାପା ଆର୍ଥିକ ଦୃଷ୍ଟିରୁ ପିଲା ଦୁଇଜଣଙ୍କ ଲାଳନପାଳନ କରିବାକୁ ଅସମର୍ଥ ବୋଲି କହିବା ପରେ ପୋଲିସ ପିଲା ଦୁଇ ଜଣଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି ।

Related Posts

About The Author

Add Comment