ଦୁଇ କୁଖ୍ୟାତ ଅପରାଧୀ ଧରା ପଡିଲେ

Spread the love

ବାରିପଦା, ୧/୧୧(ସନ୍ଧାନ ନ୍ୟୁଜ୍): ବାରିପଦା ଟାଉନ ଥାନା ପୁଲିସ୍ ହାତରେ ଧରା ପଡିଲେ ଦୁଇ ଅନ୍ତଃଜିଲ୍ଲା ଅପରାଧୀ । ଏହି ଦୁଇ ସକ୍ରିୟ ଅପରାଧୀଙ୍କୁ ବାରିପଦା ଟାଉନଥାନା ପୁଲିସ୍ ଗିରଫ କରି ସଫଳତା ଅର୍ଜନ କରିବା ସହ ଅପରାଧ ନିୟନ୍ତ୍ରଣରେ ସଫଳ ହୋଇଛି । ଗିରଫ ଅପରାଧୀ ଦ୍ବୟ ହଲେ, ବାରିପଦା ସହର କାଳିକାପୁର ୨୪ ନଂ ୱାର୍ଡର ସର୍ଗତଃ ଫକୁଲୁ ମୁଖୀର ପୁଅ ଆକାଶ ଓରଫ ବାଦଲ ମୁଖୀ(୨୨), ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜାର ଅନୀଲ ବେହେରାଙ୍କ ପୁଅ ସଞ୍ଜିବ ବେହେରା ଓରଫ ମାମା (୩୩) ଯିଏକି ବର୍ତ୍ତମାନ ତଖତପୁରରେ ରହୁଛନ୍ତି । ଏମାନଙ୍କ ନିକଟରୁ ପୁଲିସ ଗୋଟିଏ ଆପଲ କମ୍ପାନୀର ଆଇପ୍ୟାଡ, ଗୋଟିଏ ଏମଆଇ କମ୍ପାନୀର ୪୩ଇଞ୍ଚ ବିଶିଷ୍ଟ ଗୋଟିଏ ଏଲଇଡି ଟି ଭି ଏବଂ ଗୋଟିଏ, ୨୪ଇଞ୍ଜିଆ ଏଲଜି ଟିଭି ପୁଲିସ ଜବତ କରିଛି । ସୂଚନାରୁ ପ୍ରକାଶ ଯେ, ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଟାଉନ ଥାନା ଏସଆଇ ପି.କେ ସାହୁ, ଏ.ଏସ.ଆଇ ଜି.ଏସ ପରିଡା, ଏବଂ ଅନ୍ୟ ପାଞ୍ଚ ଜଣ ପୁଲିସ କର୍ମଚାରୀ ବାରିପଦା ୨୪ ନଂ ୱାର୍ଡ କାଳି କାପୁର ଅଞ୍ଚଳରେ ଚଢ଼ଉ କରିଥିଲେ । ଏହି ଚଢ଼ାଉ ସମୟରେ ଆନ୍ତଃ ଜିଲ୍ଲା ଅପରାଧୀ ଆକାଶ କୁ ପୁଲିସ ଗିରଫ କରିଥିଲା । ଥାନାରେ ଜେରା ସମୟରେ ବାରିପଦା ତଥା ଜିଲ୍ଲା ରେ ଘଟିଥିବା ଅନେକ ଅପରାଧ ସହ ସେ ଜଡ଼ିତ ବୋଲି ସୂଚନା ଦେଇଥିଲା। ଅପରାଧୀ ଆକାଶର ସୂଚନା ଅନୁସାରେ ଚୋରି ହୋଇଥିବା କିଛି ଜିନିଷ ରାସଗୋବିନ୍ଦପୁର ଥାନା ଅଞ୍ଚଳର ନଳଗଜା ଗ୍ରାମର ସଞ୍ଜି ବଙ୍କ ଠାରୁ ପୁଲିସ ଜବତ କରି ତାକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ସାମଗ୍ରୀ ଗୁଡିକ ମଧ୍ୟରେ ଗୋଟିଏ ଆପଲ ଆଇପେଡ , ୩ ଓ ୨୪ ଇଞ୍ଚର ଦୁଇଟି ଏଲଇଡି ଟିଭି ରହିଛି । ଏହି ଦୁଇ ଅପରାଧୀଙ୍କୁ ପୁଲିସ କୋର୍ଟ ଚାଲାଣ କରି ଜେଲ ହାଜତକୁ ପଠାଇ ଦେଇଥିବା ବଳେ ଏହି ଦୁଇଜଣ ଆନ୍ତଃ ଜିଲ୍ଲା ଅପରାଧ ବିଭିନ୍ନ କେଶରେ ସଂପୃକ୍ତ ବୋଲି ଟାଉନ ଥାନା ଆଇଆଇସି ବିରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି ।

Related Posts

About The Author

Add Comment