ଦୁଇଟି ମନ୍ଦିରର ତାଲା ଭାଙ୍ଗି ଦାନ ହୁଣ୍ଡି ଲୁଟି ନେଲେ ଦୁର୍ବୁତ୍ତ

Spread the love
ବାଲିଗୁଡା,୨୫/୦୮/୨୧(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଚକାପାଦ ବ୍ଲକ ବିରୁପାକ୍ଷ ଓ ଆନନ୍ଦେଶ୍ୱର ମନ୍ଦିରରୁ ମଙ୍ଗଳ ବାର ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ଦାନ ହୁଣ୍ଡି ଲୁଟି ନେଲେ ଦୁର୍ବୁତ୍ତ। ଏ ନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ଚକାପାଦ ବ୍ଲକ ବିରୁପାକ୍ଷ ଓ ଆନନ୍ଦେଶ୍ୱର ମନ୍ଦିରରୁ ମଙ୍ଗଳ ବାର  ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପଶି ଦାନ ହୁଣ୍ଡି ଲୁଟ୍ କରି ନେଇଛନ୍ତି। ବୁଧବାର ସକାଳୁ ମନ୍ଦିର ପୂଜକ ପଞ୍ଚାନନ ମହାପାତ୍ର ଓ ସଂସାରୀ ମହାପାତ୍ର ପୂଜା କରିବାକୁ ଗଲାବେଳେ ଦାନ ହୁଣ୍ଡି ପାଇନଥିଲେ। ଖୋଜାଖୋଜି କରିବା ପରେ ହୁଣ୍ଡି ବାକ୍ସ ମନ୍ଦିର ପଛପଟୁ ଭଙ୍ଗା ଅବସ୍ଥାରେ ମିଳିଥିଲା। ଏହାପରେ ମନ୍ଦିର ପୂଜକ ଦୁଇଜଣ ମନ୍ଦିର କମିଟିକୁ ଖବର ଦେଇଥିଲେ। ଏନେଇ ମନ୍ଦିର କମିଟି କର୍ତ୍ତୃପକ୍ଷ ଚକାପାଦ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

Related Posts

About The Author

Add Comment