ଦୁଇଟି ବେଆଇନ ବାଲି, ଚିପ୍ସ ବୋଝେଇ ଟ୍ରାକ୍ଟର ଜବତ, ୨୦ହଜାର ଜରିମାନା ଆଦାୟ

Spread the love

ରସୁଲପୁର, ୮/୩ (ସନ୍ଧାନ ନିୟୁଜ) ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ଆଜି ସଂଧ୍ୟାରେ ଦୁଇଟି ବେଆଇନ ବାଲି ଓ ଚିପ୍ସ ବୋଝେଇ ଟ୍ରାକ୍କ୍ର ଜବତ ହୋଇଛି । ଦୁଇଟି ଗାଡିରୁ ତହସିଲଦାର ୨୦ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଜରିମାନା ଆଦାୟ ପରେ ତହସିଲଦାର ଶ୍ରୀ ଭୂଜବଳ ଟ୍ରାକ୍ଟର ଗୁଇଟିକୁ ଛାଡି ଦେଇଛନ୍ତି ।
ଘଟଣାରୁ ପ୍ରକାଶ ଯେ ଏହି ତହସିଲ ଅଧିନସ୍ଥ ଶ୍ରୀବନ୍ତପୁର ପଂଚାୟତର ନିର୍ବାଚନ ବୁଥ୍ ଗୁଡିକୁ ବୁଲି ଦେଖି ଫୁରୁଥିଲେ । ବାଟରେ ଦୁଇଟି ଟ୍ରାକ୍ଟରକୁ ତହସିଲଦାର ଅଟକାଇ ଆର-ଫର୍ମ ଚେକ୍ କରିଥିଲେ । ବାଲି ଓ ଚିପ୍ସ ପରିବହନ କରୁଥିବା ଗାଡିର ଚାଳକମାନେ କାଗଜପତ୍ର ଦେଖାଇ ପାରିନଥିଲେ । ଫଳରେ ଟ୍ରାକ୍ଟର ଦୁଇଟିକୁ ତହସିଲକୁ ଆଣିଥିଲେ । ଗାଡି ମାଲିକମାନେ ଜରିମାନା ଦେଇ ଗାଡି ଦୁଇଟିକୁ ଖସାଲ କରି ନେଇଥିଲେ ।

Report- J Rout

Related Posts

About The Author

Add Comment