ନୂଆଦିଲ୍ଳୀ ୧୬/୧୨/୨୫ (ସନ୍ଧାନ ନ୍ୟୁଜ ) : ଦିଲ୍ଳୀ ବିଶ୍ୱବିଦ୍ୟାଳୟରେ ଖୁବ୍ଶୀଘ୍ର ସେଣ୍ଟରଫର ଓଡିଆ ଷ୍ଟଡିଜ୍ ପ୍ରତିଷ୍ଠା ହେବ ।ରାଜ୍ୟ ର ସମଦ୍ଧ କଳା ଓ ସଂସୃତି,ଓଡିଆ ଅସ୍ମିତା,ଲୋକଭାଷା,ଆଦିବାସୀ ଭାଷା ଓ ସଂସୃତି,ଓଡିଆ ସଭ୍ୟତା,ପରମ୍ପରା ଓ ରୀତିନୀତି,ଇତିହାସ,ରାଜ୍ୟର ମହାନ ବ୍ୟକ୍ତିତ୍ୱଙ୍କ ଅବଦାନ ବିଷୟରେ ଅଧିକ ଗବେଷଣା ଓଡିଆ ଭାଷା ଅଧ୍ୟୟନ କେନ୍ଦ୍ରର ମୁଖ୍ୟ ଲକ୍ଷ୍ୟ ରହିବ ।ରାଷ୍ଟ୍ରୀୟ ରାଜଧାନର କ୍ଷେତ୍ର ଦିଲ୍ଳୀ ରେ ପ୍ରଥମ ଥର ପାଇଁ କୌଣସି ବିଶ୍ୱବିଦ୍ୟାଳୟ ରେ ଓଡିଆ ଭାଷା ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି । ମଙ୍ଗଳବାର ଆୟୋଜିତ ସାମ୍ବୀଦିକ ସମ୍ମିଳନୀରେ ଦିଲ୍ଳୀ ବିଶ୍ୱବିଦ୍ୟାଳୟର ଡିନ୍ ଅଫ କଲେଜସ୍ ପ୍ରଫେସର ଡ.ବଳରାମ ପାଣି କହିଛନ୍ତି ଯେ,ଏନେଇ ଏକ ପ୍ରସ୍ତୀବ ବିଶ୍ୱବିଦ୍ୟୀଳୟ ଅନୁଦାନ ଆୟୋଗର ମଞ୍ଜୁରୀ ପାଇଁ ପଠାଯାଇଛି । ୟୁଜିସିର ମଞ୍ଜୁରୀ ମିଳିବା ପରେ ଆସନ୍ତୀ ଶିକ୍ଷାବର୍ଷ ଠାରୁ ଓଡିଆ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ ହେବ । ପ୍ରାରମ୍ଭରେ ଓଡିଆ ଏମଏ ଶ୍ରେଣୀରେ ବାର୍ଷିକ ୩୦ଟି ସିଟ୍ ରେ ନାମଲେଖା ଯିବ । ଏଥି ସହ ଓଡି୍ଆ ଭାଷା ଏବଂ ଓଡିଶା ସହ ଜଡିତ ଅନ୍ୟାନ୍ୟ ବିଷୟରେ ପିଏଚଡି ପରବତ୍ତୀ ପାଠ୍ୟକ୍ରମ ଆରମ୍ଭ କରାଯିବ ଓଡି୍ଆ କେନ୍ଦ୍ର ନିମନ୍ତେ ଜଣେ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ମିଳିବ । ପ୍ରତି ୧୫ ଜଣ ଛାତ୍ରଛାତ୍ରୀଙ୍କ ଲାଗି ଜଣେ ଲେଖାଁଏ ଶିକ୍ଷକ ନିଯୁକ୍ତି ପାଇବେ । ଜଣେ ପ୍ରଧ୍ୟାପକ,ଜଣେ ସହକାରୀ ପ୍ରଧ୍ୟାପକ ଏବଂ ୪ଜଣ ସହାୟକ ପ୍ରଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ । ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ବାବଦରେ ସମୁଦାୟ ୩୯ କୋଟି ବ୍ୟୟ ଅଟକଳ ପ୍ରସ୍ତୀବ ରହିଛି ସେଥି ମଧ୍ୟରୁ ଅଧ୍ୟୟନ କେ ବିଲିଂ ନିର୍ମାଣ ବାବଦରେ ୨୫ କୋଟି ଅନ୍ତଭୂ୍କ୍ତ । ପିଏଚଟି ଛାତ୍ରବୃତ୍ତ ଏବଂ ଅନ୍ୟାନ୍ୟ ଖର୍ଜ୍ଜ ବାବଦରେ ୧୦ଜଣ ଛାତ୍ରଛତ୍ରୀଙ୍କୁ ବାର୍ଷିକ ୨ କୋଟି ,ଗବେଷଣା ଅନୁଦାନ ବାବଦରେ ବାଷ୍ର୍କ ୫ କୋଟି,ଉ ବନ ଅନୁଦାନ ବାବଦରେ ବାର୍ଷିକ ୧ କୋଟି ଏବଂ ଛାତ୍ରଛ୍ତ୍ରୀ ,ଅଧ୍ୟାପକଙ୍କ ଜାତୀୟ ଓ ଆନ୍ତଜାର୍ତିୟ ଗବେଷଣା ଗସ୍ତ ଲାଗି ବାର୍ଷିକ ୧ କୋଟି ଖର୍ଚ୍ଚ ପ୍ରସ୍ତୀବ ସାମିଲ୍ ଅଛି ।ସେହିପରି ୩ କୋଟି ବ୍ୟୟରେ ପାଠାଗାର ନିର୍ମାଣ ପ୍ରସ୍ତୀବ ରହିଛି ବୋଲି ଡ.ପାଣି କହିଛନ୍ତି ।ଓଡିଆ ଭାଷା ଅଧ୍ୟୟନ କେନ୍ଦ୍ରରେ ପିଏଚଡି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୦ ପ୍ରତିଶତ ଓଡିଶା ଭାଷା ଏବଂ ୬୦ ପ୍ରତିଶତ ଛାତ୍ରଛାତ୍ରୀ ରାଜ୍ୟ ମହାନ ବ୍ୟକ୍ତିତ୍ୱଙ୍କ ଅବଦାନ ଆଦି ବିଷୟରେ ଗବେଷଣା କରିବେ । ଏପରିକି ଓଡିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ସହ ଅନୂବଦ୍ଧିତ ହୋଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଓଡିଆ ଭାଷାର ଛାତ୍ରଛାତ୍ରୀ ଯୌଥ ଭାବେ କୌଣସି ବିଷୟରେ ଗବେଷଣା ଆରମ୍ଭ କରିପାରିବେ ।ଆଗାମୀ ଦିନରେ ଓଡିଶା ବାହାରେ ରାଷ୍ଟ୍ରୀୟ ରାଜଧାନୀରେ ଓଡିଆ ଭାଷାରେ ପାଠ୍ୟକ୍ରମ ପ୍ରଚଳନ ଦ୍ୱାରା ପ୍ରବାସରେ ସମୃଦ୍ଧ ଓଡିଆ ଭାଷା,ସାହିତ୍ୟର ପ୍ରଚାର ଓ ପ୍ରସାର ଘଟିବ ବୋଲି ଡ.ପାଣି କହିଛନ୍ତି । ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ଓଡିଆ ଭାଷା ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ଲାଗି କେନ୍ଦ୍ର ପ୍ରତିଷ୍ଠା ଲାଗି କେନ୍ଦ୍ର ଶିକ୍ଷାମନ୍ନୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗ ପାଇଁ ଡ.ପାରି କୃତଞତା ଜଣାଇଛନ୍ତି ।ସାମାଦ୍ୱିକ ସମ୍ମିଳନୀ ରେ ମିରି ହାଉସ୍ କଲେଜ ର ଅଧ୍ୟକ୍ଷ ଡ. ବିଜୟଳକ୍ଷ୍ମୀ ନନ୍ଦ ,ବିଶ୍ୱବିଦ୍ୟାଳୟ ଦସାୟନ ବିଭାଗ ସହକାରୀ ପ୍ରଧ୍ୟାପକ ଡ.ନିତ୍ୟାନନ୍ଦ ଅଗସ୍ତି ଏବଂ ଦୌଲତରାମ କଲେଜର ସହାୟକ ପ୍ରଧ୍ୟାପକ ଡ.ବସନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଦିଲ୍ଳୀ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ସେଣ୍ଟରଫର ଓଡିଆ ଷ୍ଟଡିଜ୍
|
December 17, 2025 |



