ଦୀର୍ଘ ଚବିଶ ବର୍ଷ ର ବିଜୁ ଜନତା ଦଳର ଶାସନ କୁ ପ୍ରତ୍ୟାଖାନ କରି ଓଡ଼ିଶା ର ଜନ ସାଧାରଣ ଭାରତୀୟ ଜନତା ପାର୍ଟି କୁ କ୍ଷମତା ଦଖଲ କରିବାକୁ ସୁଯୋଗ ଦେଇଥିଲେ। ନିର୍ବାଚନ ପୂର୍ବ ରୁ ଭାରତୀୟ ଜନତା ପାର୍ଟି ଲୋକ ମାନଙ୍କୁ ସ୍ୱଚ୍ଛ ଶାସନ ଦେବ ବୋଲି ତାର ନିର୍ବାଚନ ଇସ୍ତାହାର ରେ ପ୍ରକାଶ କରି ଥିଲା। ସରକାର କୁ ଆସିବା ପରେ ବିଜେପି ତାର ନିର୍ବାଚନୀ ଇସ୍ତାହାର ସମ୍ପୂର୍ଣ ଭୁଲି ଯାଇଛି ବୋଲି ଏବେ ସହର, ବଜାର ଓ ଛକ ମାନଙ୍କ ରେ ଚର୍ଚ୍ଚା ଜୋର ଚାଲିଛି। ବିଜୁ ଜନତା ଦଳର ଯେଉଁ କର୍ମୀ ଓ ନେତାମାନେ ବିଜେପି ବିରୁଦ୍ଧ ରେ କଟୁ ସମାଲୋଚନା କରି ଥିଲେ, ଆଜି ସେହି ନେତା, କର୍ମୀ ଙ୍କୁ ଦଳ ରେ ସାମିଲ କରି ଜନସାଧାରଣ ଙ୍କୁ ଧୋକା ଦେଉନାହିଁ ତ? ଏହି ଅଳ୍ପ ଦିନ ତଳେ ବିଜୁ ଜନତା ଦଳ ପରିତ୍ୟାଗ କରି ଲୁଲୁ ସାମଲ, ଭଦ୍ରକ ବ୍ଲକ ଚେୟାରମେନ, ବାସୁଦେବପୁର ବ୍ଳକ ଅଧ୍ୟକ୍ଷ, ବନ୍ତ ବ୍ଲକ ଅଧ୍ୟକ୍ଷ ବିଜେପି ରେ ମିଶିବା ତୃଣମୂଳ ସ୍ତରରେ ବିଜେପି କର୍ମୀ ଓ ନେତା ଙ୍କ ହୃଦୟକୁ ଆଘାତ ଦେଇଛି। ଯେଉଁ ମାନେ କଠିନ ପରିଶ୍ରମ କରି ଭାରତୀୟ ଜନତା ପାର୍ଟି କୁ କ୍ଷମତା କୁ ଆଣି ଥିଲେ, ଆଜି ସେମାନେ ଚିନ୍ତା ରେ ମଗ୍ନ। ସତରେକଣ ବିଜେପି ଓଡ଼ିଶାରେ ତାର ଲୋକପ୍ରିୟତା ବଜାୟ ରଖିବ , ନା ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ରେ ବିଜେପି ର ହାତ ଜନତାଜନର୍ଡାନ ଛାଡ଼ି ଦେଇ ବିଜୁ ଜନତା ଦଳ କୁ ପୁଣି କ୍ଷମତା ଦେବେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ବିଜେଡି କର୍ମୀ, ନେତା ଙ୍କୁ ଦଳ ରେ ମିଶାଇ ବିଜେପି ହରାଇବ କି ତାର ଲୋକପ୍ରିୟତା
|
March 12, 2026 |



