ଦିନକରେ ରୋଗ ପ୍ରତିଷେଧକ ଔଷଧ ଦୋକାନରୁ ଶେଷ

Spread the love

ବାରିପଦା/ବଡ଼ସାହି, ୦୬/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) -ମୟୂରଭଞୀ ଜିଲ୍ଲା, ବଡ଼ସାହି ବ୍ଲକରେ କରୋନା ଭୂତାଣୁ କୋଭିଡ-୧୯ ସ୍ଥାନୀୟ ସଂକ୍ରମଣ ପାଇଁ। ଜନସାଧାରଣ ଆଶଂକିତ ସୋଇପଡିଛନ୍ତି। ବର୍ତ୍ତମାନ ସୁଦ୍ଧା ବ୍ଲକରୁ ୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ଜଣ କରୋନା ଯୋଦ୍ଧାଙ୍କୁ ମିଶାଇ ୨୦ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ୪ଜଣ ଯଥାକ୍ରମେ ଭୀମିଦା ଟିଏମସିରୁ ୨ଜଣ, ଛେଳିଆ (କ) ଓ ଯୋଗୀନୂଆଁ ଗାଁ ଟିଏମସିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ବ୍ଲକର ୩୦ଟି ପଞ୍ଚାୟତରୁ ସାନକେରକରୁ ସର୍ବାଧିକ ୩ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୂର୍ଣ୍ଣଚନ୍ଦ୍ରପୁର , ଖାନୁଆ ଓ ପ୍ରତାପପୁର ପଞ୍ଚାୟତରୁ ୨ ଜଣ ଲେଖାଏଁ ଏବଂ ଯଦୁନାଥପୁର , କେନ୍ଦୁଡିହା ପଟିସାରା , ମାଧପୁର , ବଳଭଦ୍ରପୁର , ତାଳପଦା ଓ ମାଧବପୁର ପଞ୍ଚାୟତରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବଡସାହି ଡାକ୍ତରଖାନାର ଜଣେ ଡାକ୍ତରଙ୍କୁ ମିଶାଇ ୬ଜଣ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହେବାରୁ ଜନ ସାଧାରଣଙ୍କ ଠାରୁ ପ୍ରଶାସନ ସମସ୍ତଙ୍କ ଚିନ୍ତା ବଢ଼ିଛି । ଯାହାର ଫଳାଫଳ ସପ୍ତାହନ୍ତ ସଟଡାଉନ୍ ଶନିବାର ଓ ରବିବାର ଦେଖିବାକୁ ମିଳିଛି । ସାଧାରଣ ଲୋକେ ସ୍ବତ୍ତ ପ୍ରବୃତ୍ତ ଭାବରେ ଘରୁ ବାହାରି ନାହାନ୍ତି । ରାସ୍ତା ଘାଟ ଓ ବଜାର ଶୂନଶାନ ରହିଛି । ବଡସାହି ପଞ୍ଚାୟତ ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା ନହେବାରୁ ବଜାର ବଣିକ ସଂଘ ପକ୍ଷରୁ ସୋମବାର ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି । କେବଳ ଔଷଧ ଦୋକାନ ଖୋଲା ରହିବ । ଅନ୍ୟପକ୍ଷରେ ବ୍ଲକରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କ ନମୁନା ସଂଗ୍ରହରେ ବିଳମ୍ବ ପାଇଁ ସ୍ଥାନୀୟ ଜନସାଧାରଣ ଭୟଭୀତ ରହୁଛନ୍ତି ।
୪ ଦିନ ତଳେ ବଡସାହି ଡାକ୍ତରଖାନାର ୫ଜଣ କର୍ମଚାରୀ ଚିହ୍ନଟ ହୋଇଥିଲେ ହେଁ ରବିବାର ସୁଦ୍ଧା ସେମାନଙ୍କ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ନମୁନା ସଂଗ୍ରହ ହୋଇନାହିଁ । ଲୋକଙ୍କ ନମୁନା ସଂଗ୍ରହ ହୋଇନାହିଁ । ଲୋକ ନିଜକୁ ସୁରକ୍ଷିତ ରଖିବାପାଇଁ ବର୍ତ୍ତମାନ ବିଭିନ୍ନ ରୋଗୀ ରୋଗ ପ୍ରତିଷେଧକ ଭିଟାମିନ ଔଷଧ ବ୍ୟବହାର କରୁଛନ୍ତି । ଉଦାହରଣ ସ୍ୱରୂପ ବର୍ତ୍ତମାନ ବଡସାହି ବଜାର ସମେତ ବ୍ଲକ ବିଭିନ୍ନ ଔଷଧ ଦୋକାନରେ ଏହି ଭିଟାମିନ ଔଷଧ ଅଭାବ ପରିଲକ୍ଷିତ ହୋଇଛି । ଦୋକାନ ମାନଙ୍କରେ ଥିବା ଷ୍ଟକ୍ ୨ଦିନରେ ଖାଲି ହୋଇଯାଇଛି । ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଔଷଧ ମାନଙ୍କ ମଧ୍ୟରେ ଭିଟାମିନ ସି.ଡି.ଜିଙ୍କ ଓ କଂପ୍ଲେକ୍ସ ରହିଛି । ୩ମାସ ଲଗାତର ସେବନ ପାଇଁ ଲୋକେ କିଣୁଛନ୍ତି । ଜଣଙ୍କ ପ୍ରତି ମାସକୁ ସର୍ବନିମ୍ନ ୪ଶହରୁ ୫ଶହ ଟଙ୍କା ପଢୁଥିଲେ ହେଁ ରୋଗରୁ ରକ୍ଷା ପାଇଁ ଅଗତ୍ୟା କିଣି ସମସ୍ତେ ସେବନ କରୁଛନ୍ତି । ତା ମଧ୍ୟରେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ସର୍ବାଧିକ ସେବାକାରୀ ଥିବା ବେଳେ ଡିଉଟିରେ ନିୟୋଜିତ ବରିଷ୍ଠ ପଦାଧିକାରୀ , କର୍ମଚାରୀ ଓ ପୋଲିସ ଭାଇ ଭଉଣୀ ରହିଛନ୍ତି । କୋଭିଡ ଡାକ୍ତରଖାନାରୁ ଭଲ ହୋଇ ଫେରିଥିବା ରୋଗୀଙ୍କୁ କୁଆଡେ ପ୍ରତ୍ୟେକ ଉପରୋକ୍ତ ଔଷଧ ଖାଇବାକୁ ଦିଆଯାଉଛି ବୋଲି ଚର୍ଚ୍ଚା ହେଉଛି । ନିଜର କମ୍ୟୁନିଷ୍ଟ (ରୋଗ ପ୍ରତିଷେଧକ ଶକ୍ତି) ବୃଦ୍ଧି ପାଇଁ ୧୪ ବର୍ଷରୁ ଉର୍ଦ୍ଧ୍ବ ଲୋକ ସେବନ କରୁଛନ୍ତି । ଏଥି ସହିତ ଦୈନନ୍ଦିନ ଜୀବନରେ ମିଳୁଥିବା ପନିପରିବା , ଫଳମୂଳ ଓ ଖାଦ୍ୟ ପଦାର୍ଥର ତାଲିକା ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଜୀବନ ପ୍ରତି କୋରାନ ରୋଗ ବିପଦର ଭୟାବହତା ସ୍ୱଚ୍ଛଳ ବର୍ଗଙ୍କ ଠାରେ ଥିବା ଏପରି ସ୍ଥିତିରୁ ସ୍ବଷ୍ଟ ବାରି ହେଉଥିବା ବେଳେ ଗରିବ ଜନସାଧାରଣ ଖଟିଲେ ଚୁଲି ଜଳୁଥିବା ପରିବାର ଔଷଧ କଣ କିଣିବେ କେମିତି ଇତ୍ୟାଦି ଅଲୋଡ଼ା ପ୍ରଶ୍ନରେ ବଞ୍ଚିଥିବା ବେଳେ ସେମାନଙ୍କୁ ସଚେତନ କରିବା ପାଇଁ ପ୍ରଶାସନ ଓ ପଞ୍ଚାୟତ ପକ୍ଷରୁ ବ୍ୟାପକ କାର୍ୟ୍ୟକ୍ରମର ଆବଶ୍ୟକ ରହିଛି ବୋଲି ଜିଲ୍ଲା ଧମ ଜାଗରଣ ସମିତିର ରାଜେନ୍ଦ୍ର ବିନ୍ଧଣୀ ପ୍ରସ୍ତାବ ରଖିଛନ୍ତି ।

Related Posts

About The Author

Add Comment