ଦହିବରା ବିକାଳି ଗିରଫ ହେଲେ

Spread the love

ଯାଜପୁର ସଦର, ୬/୫/୨୬ (ସନ୍ଧାନ ନ୍ୟୁଜ )  : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅଞ୍ଚଳରେ ଦହିବରା ଖାଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ ଜଣରୁ ଉଦ୍ଧ୍ଵ ଲୋକ ବିଭିନ୍ନ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଉଥିବା ବେଳେ  ଏହି ଘଟଣା ବିଭିନ୍ନ ଗଣମାଧ୍ଯମରେ ପ୍ରକାଶ ପାଇବା ପରେ ଯାଜପୁରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପହଞ୍ଚି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫୁଡ଼ ପୟୋଜନର ମୃତ୍ୟୁ ଘଟିଥିବା ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପିଇବା ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଯାହାକି ଦହିବରା ଖାଇବା କାରଣରୁ ଏପରି ହେଲା ବୋଲି ସୂଚନା ମିଳିଛି । ଏନେଇ ଦହିବରା ବିକାଳିକୁ ଗିରଫ କରାଯାଇ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ବୁଲାବିକାଳି ମାନଙ୍କୁ ନ ଛଡା ଯିବା ପାଇଁ ସତର୍କ କରିଦିଆଯାଇଛି । ଫୁଡ଼ ସ୍କୋଡ଼ ପକ୍ଷରୁ ଏହି ଏହି ଯାଞ୍ଚ କରାଯାଉଥିବା ବେଳେ କେଉଁ କାରଣରୁ ଏପରି ଘଟିଲା ତାହା ସ୍ପଷ୍ଟ ହୋଇ ନଥିବାରୁ ସନ୍ଦେହରେ ରହିଥିବା ବେଳେ ଗ୍ରାମବାସୀ ମାନଙ୍କ କହିବା ଅନୁଯାୟୀ ବହିବରା ବିକାଳୀ ଠାରୁ ଦହିବରା କିଣି ଖାଇଥିବାରୁ ଏପରି ଘଟିଲା ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାଲାଗି ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Related Posts

About The Author

Add Comment