ଦତ୍ତପୁର ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବ କେବେ ? ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ; କାର୍ଯ୍ୟାନୁଷ୍ଠାନ ଦାବି
ଦତ୍ତପୁର ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବ କେବେ ? ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ; କାର୍ଯ୍ୟାନୁଷ୍ଠାନ ଦାବି
Manas Kumar Rout |
April 6, 2026 |

ସେତୁ ନିର୍ମାଣ ପାଇଁ ୨ ଥର ଅବଧି ଓ ଅର୍ଥରାଶି ବୃଦ୍ଧି ପରେବି ସରୁନି ନିର୍ମାଣ କାର୍ଯ୍ୟ
ଲାଭଖୋର ମନୋବୃତିରେ ଠିକାଦାର
ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି
ଯାଜପୁର ସଦର, : ୬/୪/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦତ୍ତପୁର ଦେଇ ଯାଇଥିବା ବୈତରଣୀ ନଦୀ ପାରି ହୋଇ ଭଦ୍ରକ ଜିଲ୍ଲାକୁ ଯିବାକୁ ହେଲେ ଲୋକ ମାନଙ୍କୁ ମୁଖ୍ୟତ ଡ଼ଙ୍ଗା ଉପରେ ନିର୍ଭର କରିବା ପାଇଁ ପଡିଥାଏ | ସେହିପରି ଭଦ୍ରକ ପଟୁ ଲୋକ ମାନେ ଯାଜପୁର ଜିଲ୍ଲାକୁ ଆସିବା ପାଇଁ ହେଲେ ସେମାନଙ୍କୁ ମଧ୍ୟ ଡ଼ଙ୍ଗା ଉପରେ ନିର୍ଭର କରିବା ପାଇଁ ପଡିଥାଏ | ଖରା ଦିନରେ ନଇରେ ପାଣି କମିଗଲେ ଲୋକମାନେ ବାଉଁଶ ଚାର ଉପରେ ନିର୍ଭର କରି ନଦୀ ପାର ହୋଇଥାନ୍ତି | ଏହି ଅଞ୍ଚଳର ଲୋକ ମାନେ ଦୀର୍ଘ ବର୍ଷ ଧରି ଡ଼ଙ୍ଗା ଓ ବାଉଁଶ ଚାରା ଦ୍ୱାରା ନଦୀ ପାରହେବାର ଦୁଃଖକୁ ସବୁଦିନ ପାଇଁ ଦୂର କରିବା ଲକ୍ଷରେ ସ୍ଥାନୀୟ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉଦ୍ୟମରେ ବୈତରଣୀ ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର କରାଗଲା | ଏହାପରେ ୨0୧୯ ମସିହା ଫେବୃଆରୀ ୧୯ ତାରିଖ ଦିନ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଦ୍ୱାରା ନୂତନ ପୋଲ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇ ଥିଲା | ଇତି ମଧ୍ୟରେ ୭ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲ ନିର୍ମାଣ କାର୍ଯ୍ୟ ଅଧାପନ୍ତରୀୟ ହୋଇ ପଡ଼ିରହିଛି | ଯେଉଁ ଉଦେଶ୍ୟ ରଖି ଏହି ପୋଲ କାର୍ଯ୍ୟ ଆରମ୍ଭ ହୋଇଥିଲା ସେ ଉଦେଶ୍ୟ ଲୋକ ମାନଙ୍କର ପୂରଣ ହେବ ତାହା ଆଗାମୀ ଦିନରେ ଦେଖିବା ପାଇଁ ବାକି ରହିଲା | ପୂର୍ତ୍ତ ବିଭାଗ ଅଧିନରେ ଏହି ପୋଲ ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ଏହି କାର୍ଯ୍ୟ କରିବା ପାଇଁ ବିରଜା କନଷ୍ଟ୍ରକସନକୁ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଥିଲା | ନିୟମ ଅନୁଯାଇ ଯେକୌଣସି କାର୍ଯ୍ୟ ଆରମ୍ଭ ପୂର୍ବରୁ କାର୍ଯ୍ୟ ସମ୍ପର୍କରେ ଉକ୍ତ ସ୍ଥାନରେ କାର୍ଯ୍ୟ ସମ୍ପର୍କରେ ସୂଚନା ଫଳକ ଲଗାଯିବା ପରେ କାର୍ଯ୍ୟ ଆରମ୍ଭ ହୋଇଥାଏ | ମାତ୍ର ଏହି ପୋଲ ନିର୍ମାଣ ପାଇଁ ବିଭାଗ ପକ୍ଷରୁ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ସେଥିନେଇ କୌଣସି ସୂଚନା ଫଳକ ଆଜି ପର୍ଯ୍ୟନ୍ତ ଲଗାଯାଇ ନାହିଁ | ଏଠାରେ ପ୍ରଶ୍ନ ଆସେ ବିଭାଗୀୟ ଅଧିକାରୀ କାର୍ଯ୍ୟ ଆରମ୍ଭ ପୂର୍ବରୁ ଆଜି ପର୍ଯ୍ୟନ୍ତ କଣ ଆଦୌ କାର୍ଯ୍ୟ ସ୍ଥଳକୁ ଆସିନାହାନ୍ତିକି ? ଜଦି କାର୍ଯ୍ୟ ହେଉଥିବା ସମୟରେ ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟର ତଦାରଖ ନିମନ୍ତେ ଆସୁଥିଲେ ତାହାଲେ ସୂଚନା ଫଳକ ଲଗେଇବା ପାଇଁ ଠିକାଦାରଙ୍କୁ ତାଗିଦ (ନିର୍ଦେଶ ) ଦେଲେନାହିଁ କାହିଁକି | ଏହା ପଛରେ କୌଣସି ଅର୍ଥ କାରବାରର ସମ୍ପୃକ୍ତି ରହିଛିକି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି | ଏଠାରେ ପ୍ରଶ୍ନ ଆସେ କାର୍ଯ୍ୟର ଅବଧି ଶେଷ ହେବା ପରେ ମଧ୍ୟ କାର୍ଯ୍ୟ ଶେଷ ନହୋଇପାରିବାରୁ ପୁନର୍ବାର ନିର୍ମାଣ କାର୍ଯ୍ୟ ପାଇଁ ଦୁଇଗୁଣା ଅର୍ଥ ବୃଦ୍ଧି କରାଯିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନଥିବା ଦେଖିବା ପାଇଁ ମିଳିଛି | ସେହିପରି ପୋଲକୁ ଦୁଇ ପଟୁ ସଂଯୋଗ କରୁଥିବା ରାସ୍ତାର ଯାଜପୁର ପଟୁ ପୋଲକୁ ଲାଗି ମାଟି ପକ୍କା କାର୍ଯ୍ୟ ହୋଇଥିବା ବେଳେ ଭଦ୍ରକ ପଟୁ ସଂଯୋଗ ରାସ୍ତାଟିରେ ଆଜି ପର୍ଯ୍ୟନ୍ତ ମାଟି ପଡ଼ିନଥିବା ଦେଖିବା ପାଇଁ ମିଳିଛି | ସେହିପରି ପୋଲର ମୋଟ ୪ ଗୋଟି ଛାତ ରହିଥିବା ବେଳେ ୩ ଟି ଛାତ ପଡି ସାରିଥିବା ବେଳେ ଆଉ ମାତ୍ର ଗୋଟିଏ ଛାତ କାମ ବାକି ରହିଛି | ଏହି ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେଲେ ଯାଜପୁର ଭଦ୍ରକ ଜିଲ୍ଲା ମଧ୍ୟରେ ବ୍ୟବସାୟିକ କାରବାର ବୃଦ୍ଧି ପାଇବା ସହ ଜନସାଧାରଣ ମାନେ ଯାତାୟାତର ସୁବିଧା ପାଇପାରିବେ | ଏଥି ମଧ୍ୟରେ ସରକାର ବଦଳି ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନଙ୍କର ଠିକାଦାର ପ୍ରୀତି ପାଇଁ ପାଣିରେ ପଡିଛି ସହ ସହ କୋଟି ଟଙ୍କାରେ ନିର୍ମାଣ ଧିନ ସେତୁ | କେବେ ଏହି ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବ ଓ କେବେ ଏହି ଅଞ୍ଚଳର ଜନସାଧାରଣ ଏହାର ସୁଫଳ ପାଇବେ ତାହା ଦେଖିବାକୁ ବାକି ରହିଲା | ପୋଲ ନିର୍ମାଣ ସମୟରେ ଠିକା ସଂସ୍ଥା ପକ୍ଷରୁ ଅତି ନିମ୍ନ ମାନର ଭାବେ କାର୍ଯ୍ୟ କରାଯାଉଥିବା ନେଇ ସ୍ଥାନୀୟ ଜନସାଧାରଣ ମାନେ ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଜନସାଧାରଣ ମାନଙ୍କ କଥା ଉପରେ କୌଣସି ଗୁରୁତ୍ୱ ନଦେବାକୁ ନେଇ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି | ସେହିପରି ବିଭାଗୀୟ ଅଧିକାରୀ ମାନେ ନିର୍ଦ୍ଧାରିତ ସମୟ ସିମା ମଧ୍ୟରେ କାର୍ଯ୍ୟ ଶେଷ ନକରି ପାରିବାକୁ ନେଇ ବିଭାଗୀୟ ଅଧିକାରୀ ମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି | ସେହିପରି ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ଲାଭଖୋର ମନୋବୃତି ପାଇଁ ନିର୍ଦ୍ଧାରିତ ସମୟ ସିମା ମଧ୍ୟରେ କାର୍ଯ୍ୟ ଶେଷ ହୋଇପାରୁନାହିଁ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି | ତେବେ ଆଗକୁ ବର୍ଷା ଦିନ ଆସୁଥିବା ବେଳେ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ବର୍ଷା ଦିନରେ ଲୋକ ମାନେ ପୁଣି ଡ଼ଙ୍ଗା ଉପରେ ନିର୍ଭର କରିବେ ବୋଲି ଜଣା ପଡିଛି | ତେବେ ସ୍ଥାନୀୟ ଲୋକ ମାନଙ୍କର ଆଶା ଥିଲା ମୁଖ୍ୟମନ୍ତ୍ରୀ ଯେତେବେଳେ ପୋଲ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ନିଶ୍ଚୟ ଏହି କାର୍ଯ୍ୟ ନିର୍ଦ୍ଧାରିତ ସମୟ ସିମା ମଧ୍ୟରେ ଶେଷ ହେବ କିନ୍ତୁ ସ୍ଥାନୀୟ ଲୋକ ମାନଙ୍କ ଆଶା ଆଶାରେ ରହିଗଲା ||୭ ବର୍ଷ ପରେବି ଶେଷ ହୋଇ ପାରିନି ପୋଲ ନିର୍ମାଣ କାର୍ଯ୍ୟ ତେବେ କେବେ ଏହି ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେଉଛି ତାହା ଦେଖିବାକୁ ଅଞ୍ଚଳ ବାସି ଚାତକ ପରି ଚାହିଁ ବସିଥିବା ବେଳେ ଠିକାଦାର କେବଳ ଫାଇଦା ନେବାରେ ବ୍ୟସ୍ତ ବୋଲି ଜନସାଧାରଣରେ ଅଭିଯୋଗ ହୋଇଛି | ପୋଲ ନିର୍ମାଣ କାର୍ଯ୍ୟରେ ହୋଇଥିବା ଅନିୟମିତତାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳ ବାସି ଦାବି କରିବା ସହ ଠିକାଦାରଙ୍କ ବିରୋଧରେ ଦୁର୍ନୀତିର ପ୍ରମାଣ ମିଳିଲେ ତାଙ୍କୁ ଏହି ପୋଲ ନିର୍ମାଣ କାର୍ଯ୍ୟରୁ ବାଦ ଦେବାକୁ ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କରିଛନ୍ତି | ଏ ସମ୍ପର୍କରେ ବିଭାଗୀୟ ଜେଇଙ୍କୁ ଯୋଗାଯୋଗ କରିବାରୁ ମୁଁ ଏବେ ନୂଆକରି ଆସିଛି ଓ ଏହି ପୋଲ ନିର୍ମାଣ କାର୍ଯ୍ୟ ମୋ ସମୟରେ ହୋଇନାହିଁ ବୋଲି କହିଥିଲେ | ବିଭାଗୀୟ ଏସଡ଼ିଓଙ୍କ ସହ ଯୋଗାଯୋଗ କରାଯାଇ ଥିବା ବେଳେ ଯୋଗାଯୋଗ ସମ୍ଭବ ହୋଇନଥିଲା | ତେବେ ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସହ ଯୋଗାଯୋଗ କରାଯାଇ ଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ପୋଲ ନିର୍ମାଣ ପାଇଁ ଅର୍ଥ ଯୋଗେଇ ଦେଇଥିଲେ ମାତ୍ର ସରକାର ବଦଳିବା ପରେ ଠିକାଦାର ନିଜ ମର୍ଜିରେ ଏହି କାର୍ଯ୍ୟ କରୁଛନ୍ତି ବୋଲି କହିବା ସହ ବିଭାଗୀୟ ଅଧିକାରୀ ମାନଙ୍କୁ ଡାକି କାର୍ଯ୍ୟର ରିଭ୍ୟୁ କରିବି ବୋଲି ବିଧାୟିକା ଶ୍ରୀମତୀ ମଲ୍ଲିକ କହିଥିଲେ |
Related Posts
About The Author