ଦଇବ ସାଧିଲା ଦାଉ ୭ ମାସର ଶିଶୁ ପୁତ୍ରକୁ କୋଳରେ ଧରି ଡାକ୍ତର ଖାନାରେ କବିତା: ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ଜେନାପୁର, ୦୧/୦୮ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତ ଏଣ୍ଡଳବା ଗ୍ରାମସ୍ଥ ସ୍ୱର୍ଗତ ପରମା ନନ୍ଦ ତରାଇଙ୍କ ସାନ ଝିଅ କବିତା ତରାଇ ୨୦୧୯ ମସିହାରେ ଯାଜପୁର ରୋଡ଼ ଥାନା ତରାପୁର ଗ୍ରାମରେ ବିବାହ କରିଥିଲେ ।ବିବାହର କିଛିଦିନ ପରେ କବିତା ଗର୍ଭବତୀ ହୋଇଥିଲେ  । କବିତା ଯାହାକୁ ବିବାହ କରିଥିଲେ ସେ ଜଣେ ମଦ୍ୟପ ବକ୍ତି ଥିଲା । ଏମିତିରେ କବିତା କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲା । ଶେଷରେ କବିତାକୁ ତାଙ୍କ ସ୍ୱାମୀ ଘରୁ ବାହାର କରିଦେଥିଲା । ଫଳରେ କବିତା ତାଙ୍କ ନିଜ ଘରେ ତାଙ୍କ ମାଆଙ୍କ ପାଖରେ ଆଶ୍ରୟ ନେଉଥିଲେ । କବିତା ମାଆଙ୍କର ସମ୍ପତି କହିଲେ ଗୋଟେ ଶୁଖୁଆ ବୋଝ ସେ ପୁଣି ମହାଜନର ଦୈନିକ ଶୁଖୁଆ ନେଇ ଗ୍ରାମ ଗ୍ରାମ ବୁଲି ଯାହା କିଛି ବିକନ୍ତି ସେଥିରେ କଷ୍ଟେ ମଷ୍ଟେ ୫ ପ୍ରାଣୀ ଚଳିଯାଉଥିଲେ । କବିତା କୋଳରେ ସାତ ମାସର ପୁଅଟିଏ ଥିଲା । ପୁଅକୁ ଏକ ଲୁଗା ସାହାଯ୍ୟରେ ଦୋଳିରେ ଝୁଲାଇ କରି ଶୁଆଇ ଦେଇ ଘର କାମ କରୁଥିବା ବେଳେ କବିତା  ହଟାତ ଲୁଗାଟି ଛିଡି ଯାଇ ଥିଲା ଯାହା ଫଳରେ କି କବିତାର ପୁଅ ବୁବୁନ ତଳେ ପଡିଯାଇଥିଲା ତଳେ ପଡିଯିବାରୁ ମୁଣ୍ଡ ପଛ ପଟରେ ଶକ୍ତ ଆଘାତ ଲାଗିଥିଲା । ସଂଗେ ସଂଗେ ତାକୁ ଯାଜପୁର ରୋଡ଼ ସରକାରୀ ଡାକ୍ତର ଖାନାକୁ ନେଇଯାଇଥିଲେ ସେଠାର ଅବସ୍ଥା ଗୁରୁତର ହେବାରୁ ତାକୁ କଳିଙ୍ଗ ନଗର ସ୍ଥିତ ଟାଟା ମେଡିକାଲ କୁ ପଠେଇ ଦେଇ ଥିଲେ । ସେଠାରେ ଟିକେ ସୁସ୍ଥ ହେବା ପରେ ବୁବୁନ ର ମସ୍ତିଷ୍କରେ ଶକ୍ତ ଆଘାତ ଲାଗିଛି ବୋଲି ଡାକ୍ତର କହିଥିଲେ ଓ ତାର ଅସ୍ତ୍ରୋପଚାର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପାଖରେ ଅଧିକ ଟଙ୍କା ନଥିବାରୁ କବିତା ତାକୁ କଟକ ଶିଶୁ ଭବନକୁ ନେଇ ଯାଇଥିଲେ ସେଠାରେ ଡାକ୍ତର ଚିକିତ୍ସା ନକରି ବଡ଼ ମେଡିକାଲ ନେଇଯାଅ ବୋଲି କହିଥିଲେ । ଅବସ୍ଥା ଗୁରୁତର ଥିବାରୁ କବିତା ତାକୁ କଟକର ଏକ ଘରୋଇ ମେଡିକାଲ କୁ ନେଇ ଯାଇଥିଲେ ।ସେଠାରେ ତାଙ୍କୁ ଦୁଇଲକ୍ଷ ରୁ ଦୁଇଲକ୍ଷ ପଚାଶ ହଜାର ଟଙ୍କା ଲାଗିବ ବୋଲି କହିଛନ୍ତି । କବିତାକୁ ଯଦିଓ କିଏ ଗଣ୍ଡେ କଣ ଦେଲେ ଖାଉଥିବା ବେଳ ଅତେ ଗୁଡିଏ ଟଙ୍କା ସେ କୋଉଠୁ ପାଇବବୋଲି କହିଛନ୍ତି ,ଯଦିଓ କୌଣସି ସହହୁର୍ଦ୍ୱୟ ବ୍ୟକ୍ତି ଏହି ସମୟରେ କବିତାକୁ ସାହାଯ୍ୟ କରନ୍ତେ ତାହେଲେ ମୋ ପୁଅ ବଞ୍ଚି ଯାଆନ୍ତାବୋଲି ସେ କହିଛନ୍ତି। 

Related Posts

About The Author

Add Comment