ଦଇପୁର ଗ୍ରାମରେ ଧୁମଧାମରେ ପାଳିତ ହେଲା ବିଶ୍ୱକର୍ମା ପୂଜା

Spread the love

ଜେନାପୁର,୧୮।୦୯ (ସନ୍ଧାନ ନ୍ୟୁଜ୍): ଧର୍ମଶାଳା ବ୍ଲକ ଅନ୍ତର୍ଗତ ବୃନ୍ଦାଦେଈପୁର ପଞ୍ଚାୟତ ଅଧିନ ଦଇପୁର ଗ୍ରାମରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି। ପୂଜାରେ ଦଇପୁର ଟେଣ୍ତ ହାଉସ୍ ର ପରିଚାଳକ ଅଲେଖ ଖଟୁଆଙ୍କ ତତ୍ତ୍ୱବଧାନରେ ପୂଜକ ରଘୁନାଥ ଶତପଥୀଙ୍କ ଯଥା ରୀତିନୀତି ବିଧି ଅନୁସାରେ ପୂଜା ଅର୍ଚ୍ଚନା କରି ସମ୍ପନ୍ନ କରିଥିଲେ | କର୍ତ୍ତା ଭାବେ ବଳରାମ ଜେନା ପୂଜାରେ ରହି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦାୟୁତ୍ୱ ନିଭାଇ ଥିଲେ । ଗ୍ରାମର ଥିବା ଟେଣ୍ତ ହାଉସ୍ ର ବିଭିନ୍ନ ମେସିନ ଓ ଯନ୍ତ୍ରାପାତି ସଫାସଫି କରି ପୂଜା ଅର୍ଚ୍ଚନା କରାଯାଇଥିଲା । ପୂଜା ସନ୍ଧ୍ୟାରେ ଗ୍ରାମରେ ନାମ ସଂକୀର୍ତ୍ତନ ସହିତ ହୋମଯଜ୍ଞ, କରାଯାଇ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା I ଏବଂ ପୂଜା ପରେ ପ୍ରସାଦ ସେବନର ବ୍ୟାବସ୍ଥା ସହିତ ସାଂସ୍କୃତି କାର୍ଯ୍ୟକ୍ରମ ଓ ଭଷାଣିରେ ମୁଖ୍ୟ ଆକର୍ଷଣ ସିଂହ ବାଜା କମିଟି ତରଫରୁ ଆୟୋଜନ କରାଯାଇଛି । ସେହିପରି ଉକ୍ତ ଅଞ୍ଚଳରେ ଥିବା ବିଭିନ୍ନ ନିର୍ମାଣ ସ୍ଥାନ, ଦୋକାନ, ଖଣି ଖାଦାନ, ଇଡିକୋ ପାଣି ଅଫିସ ସମେତ କବାଟବନ୍ଧ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ବୁଧବାର ଏହି ପୂଜା ଅନୁଷ୍ଠିତ ହୋଇଯାଇଛି I ସେହିପରି ସ୍ଥାନୀୟ ଅଞ୍ଚଳର ମର୍ଜିତାପୁର, ମଧୁସୂଦନପୁର, କବାଟବନ୍ଧ, ରାଇଛନ୍ଦା, ତାଳଜଙ୍ଗ, ରେଖୁଦେଇପୁର, ଏଣ୍ଡଳବା, ଚକ୍ରଧରପୁର, ଅଞ୍ଜିରା, ସାହାଣୀଡ଼ିହ, ଜେନାପୁର, ବୃନ୍ଦାଦେଇପୁର, କମାଗଡ଼, ଅଣ୍ଟିଆ, ପୁରୁଣା ବଉଳମାଳ, ଗଡ଼ମଧୁପୁର, ମହିସରା, ସଂପାରୁ, ଆଦି ବିଭିନ୍ନ ପଞ୍ଚାୟତରେ ଏହି ପୂଜା ପାଳନ କରାଯାଇଥିଲା I

Related Posts

About The Author

Add Comment