ଥାଲକୁଡ଼ି କଲ୍ୟାଣ ଆଶ୍ରମର ୫୮ ତମ  ବାର୍ଷିକ ମହୋତ୍ସବ   ଉଦଯାପିତ

Spread the love

ଯାଜପୁର ସଦର,  : ୪/୫/୨୬ (ସନ୍ଧାନ ନ୍ୟୁଜ )  ଦଶରଥପୁର ବ୍ଲକ ଥାଲକୁଡ଼ି ପଞ୍ଚାୟତସ୍ତ ଥାଲକୁଡ଼ି-କଷବା ଗ୍ରାମର କଲ୍ୟାଣ ଆଶ୍ରମର ୫୮ ତମ ବାର୍ଷିକ ମହୋତ୍ସବ  ୨୯ ତାରିଖ  ବୁଧବାର ଠାରୁ ଆରମ୍ଭ ହୋଇ ୧ ତାରିଖ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି | ଯଜ୍ଞ କାର୍ଯ୍ୟ ପାଇଁ ଆମନ୍ତ୍ରିତ ବିଦ୍ୱାନ ଓ ସନ୍ଥଗଣ ମାନଙ୍କ ମଧ୍ୟରେ ସ୍ୱାମୀ ଆତ୍ମାନନ୍ଦ ସରସ୍ବତୀ (ପରିବ୍ରାଜକ, ଓଡିଶା ), ପଣ୍ଡିତ ନକୁଳ ଦେବ ଶାସ୍ତ୍ରୀ (ଆଚାର୍ଯ୍ୟ ମହାପୁରୁଷ ଆଶ୍ରମ, ଭଦ୍ରକ ), ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା (ସମ୍ପାଦକ, ବେଦପିୟୁଷ, ଭଦ୍ରକ ), ପଣ୍ଡିତ ସୁଧାକର ଶାସ୍ତ୍ରୀ (ସଂସ୍କୃତ ଅଧ୍ୟାପକ, ଭଦ୍ରକ ), ବ୍ରହ୍ମଚାରି ନୃସିଂହ ଜୀ (ଅଗ୍ନିହୋତ୍ରୀ ), ଜଗବନ୍ଧୁ ଶାସ୍ତ୍ରୀ (ବେଦବ୍ୟାସ, ରାଉରକେଲା ) ମୋଟ ୬ ଜଣ ପଣ୍ଡିତ ମାନଙ୍କ ଦ୍ୱାରା ୩ ଦିନ ଧରି ଯଜ୍ଞ କାର୍ଯ୍ୟ ସମ୍ପାଦନ ହୋଇଥିଲା  | ଯଜ୍ଞର ପ୍ରଥମ ଦିନ ବୁଧବାର ପ୍ରାତଃ ୪ ଘଟିକାରେ ପ୍ରାତଃ ଜାଗରଣ ମନ୍ତ୍ର ଓ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିବା ବେଳେ ଦିବା ୯ ଘଟିକାରେ ଓଁ୩ମ ଧ୍ୱଜା ଉତ୍ତୋଳନ  ଅନୁଷ୍ଠିତ ହୋଇଥିଲା | ଦିନ ୧0 ଘଟିକାରୁ ଦିନ ୧୨ ଘଟିକା ମଧ୍ୟରେ ଯଜ୍ଞlରମ୍ଭ | ଅପରାହ୍ନ ୪ ଘଟିକାରୁ  ୫ ଘଟିକା ପର୍ଯ୍ୟନ୍ତ ଯଜ୍ଞ ହେବା ସହ ସନ୍ଧ୍ୟା ୬ ଘଟିକାରେ ସନ୍ଧ୍ୟା ଉପାସନା ଓ ପ୍ରବଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଯଜ୍ଞର ଦ୍ୱିତୀୟ ଦିବସ ଗୁରୁବାର ନିଶୁଳ୍କ ଉପନୟନ ସଂସ୍କାର କାର୍ଯ୍ୟ ସମ୍ପାଦନ ହେବା ସହ  ଦିନ ତମାମ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା | ସେହିପରି ୧ ତାରିଖ ଶୁକ୍ରବାର ଯଜ୍ଞର ଶେଷ ଦିବସରେ ପ୍ରାତଃ ୯ ଟାରୁ ୧୨ ଘଟିକା ପର୍ଯ୍ୟନ୍ତ ଯଜ୍ଞ ଓ ଅପରାହ୍ନ ୪ ଘଟିକାରୁ ୬ ଘଟିକା ପର୍ଯ୍ୟନ୍ତ ଯଜ୍ଞ, ପୂର୍ଣ୍ଣାହୁତି ଓ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଯାଜପୁରର ବରିଷ୍ଠ ସମାଜସେବୀ କର୍ଣ୍ଣାଟ କେଶରି ଦାସ, ବିଂଝାରପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତ୍ରୀ ବବିତା ମଲ୍ଲିକ, ନନ୍ଦିପୁର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ପ୍ରଦୀପ କୁମାର ମହାନ୍ତି, ବିରିପଟା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଚିତ୍ତରଞ୍ଜନ ନାୟକ, ପ୍ରାକ୍ତନ ସରପଞ୍ଚ ମନୋରଞ୍ଜନ ଦାସ, ଆତ୍ମାର ପୂର୍ବତନ ସଭାପତି ଅନ୍ନଦା ପ୍ରସାଦ ପାଣ୍ଡଵ, ଥାଲକୁଡ଼ିର ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ବାରିକ,ମଙ୍ଗଳପୁର ପଞ୍ଚାୟତର ସମାଜସେବୀ  ପ୍ରଦୀପ ମହାପାତ୍ର, ଶରତ ଚନ୍ଦ୍ର ଜେନା, ଯୁବ ନେତା ମନୋଜ ସେଠୀଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇ ଯଜ୍ଞରେ ଆହୁତି ଦେଇ ଅଞ୍ଚଳର ମଙ୍ଗଳ କାମନା କରିବା ସହ ଠାକୁରଙ୍କ ଆଶିଷ ଲାଭ କରିଥିଲେ   | ଏହି ପରିପ୍ରେକ୍ଷୀରେ ଅତିଥି ମାନଙ୍କୁ ଯଜ୍ଞ କମିଟି ପକ୍ଷରୁ ପୁଷ୍ପ ଗୁଚ୍ଛ ଓ ଆଶ୍ରମର ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା | ସେହିପରି ୩ ଦିନ ଧରି ଭକ୍ତ ଓ ଗ୍ରାମବାସୀ ମାନଙ୍କ ପାଇଁ ଦୁଇ ବେଳା ପ୍ରସାଦ ସେବନର ବ୍ୟବସ୍ତା କରାଯାଇ ଥିବା ବେଳେ ପ୍ରତେହ ସନ୍ଧ୍ୟରେ  ପ୍ରବଚନ, ଭଜନ, ନୃତ୍ୟ ଓ ମେଲୋଡି କାର୍ଯ୍ୟକ୍ରମ  ଦର୍ଶକ ମାନଙ୍କ ମନ ମୋହିଥିଲା | କାର୍ଯ୍ୟକ୍ରମ ପରିଚାଳନାରେ କଲ୍ୟାଣ ଆଶ୍ରମ କାର୍ଯ୍ୟକାରୀ କମିଟିର ସଭାପତି ବିଜୟ ପାତ୍ର, ସମ୍ପାଦକ ବିଚିତ୍ରାନନ୍ଦ ମଲ୍ଲିକ, କୋଷାଧକ୍ଷ ରାଜେନ୍ଦ୍ର କୁମାର ସାହୁ, ଉପସଭାପତି ଘନଶ୍ୟାମ ସାହୁ ଓ ସତ୍ୟପ୍ରକାଶ ଦାସଙ୍କ ସମେତ  କଲ୍ୟାଣ ଆଶ୍ରମ କାର୍ଯ୍ୟକାରୀ କମିଟିର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିବା ଦେଖିବା ପାଇଁ ମିଳିଥିଲା |

Related Posts

About The Author

Add Comment