ତିନୋଟି ‘ର’ର ପ୍ରେମିକ

Spread the love

ମାନସ କୁମାର ରାଉତ

ସଂସାରର ଅନତି କାଳରୁ ଏହି ପ୍ରେମ ଶଦ୍ଧଟି ସୃଷ୍ଟି ହୋଇଅଛି । ଏହାର ସଂଗ୍ୟା ପରିବୃହତ ବା ସର୍ବବ୍ୟାପି । ଅଦ୍ୟ ବିଧି ସଂସାରର କୋଣ ଅନୁକୋଣରେ ପ୍ରତିଦିନ ଚଳପ୍ରଚଳ କରୁଅଛି । କିନ୍ତୁ ଏହା ଭିନ୍ନ ଭିନ୍ନ ରୁପରେ ପ୍ରତୀୟ ହୋଇଥାଏ । ଯେଭଳି ପ୍ରେମିକ ପ୍ରେମିକା କେହି କାହାକୁ ଛାଡି ପାରିନଥାନ୍ତି । ଭକ୍ତ ଓ ଭଗବାନ, ଭଗବାନ ଓ ଭଗବାନ, ପିତା ଓ ମାତା, ମାତ୍ର ଓ ପୁତ୍ର, ଭାଇ ଓ ଭଉଣୀ, ସ୍ୱାମୀ ଓ ସ୍ତ୍ରୀ, ପ୍ରେମିକ ଏବଂ ପ୍ରେମିକା । ଏଥିମଧ୍ୟରୁ ଭକ୍ତ ଏବଂ ଭଗବାନଙ୍କ ପ୍ରେମ ସର୍ବଦା ଅପୂର୍ବମୟ ଭାବେ ଜନମାନସରେ ପରିଚିତ । ଭଗବାନ ନିଜର ପ୍ରେମରେ ପ୍ରେମିକ ହୋଇଥିବା ଜଣାଯାଇଥିବା ବେଳେ କିନ୍ତୁ ଏଠାରେ ବଣ୍ଣିତ ବିଷୟଟି ଟିକେ ଭିନ୍ନ , କାରଣ ଏହି ଭକ୍ତ ଜଣକ ଓଡିଆ ଭାଷର ଗୋଟି ବଣ୍ଣଅକ୍ଷରର ପ୍ରେମରେ ଲିନ ହୋଇଯାଇଛନ୍ତି । ତାହା ହେଉଛି ‘ର’ । ଏହି ‘ର’ ହେଉଛି ଭକ୍ତର ପ୍ରେମ ଏବଂ ତାଙ୍କୀର ଭଗବାନ । ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଗୋପର ସମସ୍ତ ନାରୀ ମାନଙ୍କ ସହିତ ପ୍ରେମ କରିଥିଲେ । ତ୍ରେତୟା ଯୁଗରେ ରାମ ଅବତାରରେ ତାଙ୍କର ପିୟ ପତ୍ନୀ ସିତା ଏବଂ ପରମ ଭକ୍ତ ହନୁମାନଙ୍କୁ ଗଭୀର ପ୍ରେମ କରୁଥିଲେ । ଏହି ଦୁଇ ଜଣ ମଧ୍ୟ ଭଗବାନଙ୍କ ଅଂଶ ଥିଲେ । ସିିତା ମାତା ଦେବୀ ଳକ୍ଷ୍ମୀଙ୍କ ଅଂଶର ହୋଇଥିବା ବେଳେ ହନୁମାନ ଭଗବାନ ଶିବଙ୍କ ଅଂଶର ହୋଇଥିଲେ । କିନ୍ତୁ ଏଠି ବଣ୍ଣିତ ବିଷୟଟି ଦ୍ୱାପର ଯୁଗ ପରବର୍ତୀ ସମୟର । ସେହିଭଳି ସେ ମଧ୍ୟ ଭଗବାନ ରାମଙ୍କ ପ୍ରେମରୁ ଉଦୁଭୁଦ ହୋଇ ତିନୋଟି ‘ର’କୁ ନିଜର ସାଧାନାର ଜପମାଳି କରିଛନ୍ତି । ଏହି ସକଳ ଭକ୍ତ ମଧ୍ୟରେ ଦସ୍ୟୁ ରନôାକର ଯେ’କି ମରା ମରା ଜପ କରୁକରୁ ବାଲ୍ମିକି ହୋଇ ରାମାୟଣ ରଚନା କରିପାରିଲେ ଶୁଦ୍ରମୁନି ସାରଳାଦାସ ଭାରତର ମହାକାବ୍ୟ ‘ମହାଭାରତ’ ରଚନା କଲେ ସେହିଭଳି ତିନୋଟି ‘ର’ର ପ୍ରେମରେ ମାତି ମହାସନ୍ଥ ତୁଳସୀ ଦାସ ପ୍ରସିଦ୍ଧ ରାମଚରିତ ମାନସ ଭଳି ଗ୍ରନ୍ଥ ରଚନା କରିପାରିଥିଲେ ।
ରାମୟଣର ଅଭିନବ ପରିପ୍ରକାଶ ଭାବରେ ‘ରାମ ଚରିିତ ମାନସ’ର ସନ୍ଥାକାର ତୁଳସୀ ଦାସଙ୍କ ନାମ ଗୌରବର ଆଲୋକରେ ଉଦ୍ଦ୍ଭାସିତ । ଉତର ଭାରତରେ ତାଙ୍କ ଭଳି ଅନ୍ୟ କୌଣସି କବି ସନ୍ଥ ଏତେ ବିଶ୍ୱସ୍ତ ଓ ନିପୁଣ ଭାବେ ଭାରତୀୟ ଅନୁସଃଳରେ ଚିନ୍ତାଧାର ଏବଂ ସଂସ୍କୁତିକୁ, ପରମ୍ପରାକୁ ନିଜ ପ୍ରେମର ମତିଷ୍କରୁ ବାହାର କରି ଲେଖା ଭିତରେ ପ୍ରତିଫଳିତ କରିନାହାନ୍ତି ଏବଂ କେହି କେହି ବହୁ ଶତାଦ୍ଧୀ ବ୍ୟାପି ଜନଜୀବନର ସାଂସ୍କୁତିକ ଆଗରେ ବିଚାର ଓ ବିବର୍ତିତ ଚିନ୍ତାଧାରରେ ଶାଶ୍ୱତ ଚିହ୍ନ ରଖି ଯାଇ ନାହାନ୍ତି । ସନ୍ଥ ତୁଳସୀ ଦାସଙ୍କ ଲେଖା ଧର୍ମଗତ ସଂପ୍ରଦାୟିକତା ବନ୍ଧନରୁ ମୁକ୍ତ, ଗଭୀର ବିଚାର ଶୀଳତା, ଶୁଙ୍ଖଳିତ, ଜୀବନଧାରା, ଜାତିର ସଂଚିତ ଗ୍ୟାଂନ ଉପରେ ପ୍ରତିଷ୍ଠିତ ଏକ ସୃଦୃଢ଼ ପରିଚୟ ପ୍ରଦାନ କରିଥିଲା । ଲୋକମାନଙ୍କର ଜୀବନକୁ ଯେଉଁ ନରୌଶବାଦ ଏବଂ କଳ୍ପନାବାଦର କୁହେଳିକା ଅନ୍ଧକାରଚ୍ଛନ୍ନ କରି ରଖିଥିଲା, ତାକୁ ସେ ନିଜର ସୁସଂଜତ କାର୍ଯ୍ୟ ଦ୍ୱାରା ଦୂରୀଭୂତ କରି ପରିଥିଲେ ଏବଂ ସେମାନଙ୍କୁ ଦେଇଥିଲେ ଗୋଟିଏ ସୁସ୍ଥ ଓ ସୁଦୃଢ଼ ଧର୍ମ ବିଶ୍ୱାସ ଯାହାର ଅର୍ଥ ହେଉଛି ଆଶା, ଆନନ୍ଦ ଓ ପରିପୂଣ୍ଣତା ।
ସୁକ୍ଷ୍ମ ସୌନ୍ଦର୍ଯ୍ୟ ଗ୍ୟାନ ତୁଳସୀ ଦାସଙ୍କର ବ୍ୟାକ୍ତିତ୍ୱର ଅନ୍ୟତମ ସ୍ମେୟକର ବିଭବ । ତାଙ୍କର ଶ୍ୟାମଳବଣ୍ଣ ଦେବତାଙ୍କର ପଦ୍ମନାୟକ ଗୁରୁତ୍ୱ ଦେଇ ଏପରି ସ୍ୱର୍ଗୀୟ ଅନୁଭବରେ ବିଚରଣ କରିଛନ୍ତି । ବିବାହା ସିଂହାସନରେ ବସିଥିବା ବେଳେ ରାମସୀତାଙ୍କର ଚିତ୍ର ଗୁଡିକ ବିଭିନ୍ନ ଛନ୍ଦରେ ଲିଖିତ ହୋଇ ତାଙ୍କ ରାମାୟଣ ରୂପକ ତନ୍ତର ସୂତାପରି ବଦ୍ୟାମାନ ।
ସନ୍ଥ ତୁଳସୀ ଦାସଙ୍କ ଜୀବନରେ ବହୁ ବାଧା,ବିଘ୍ନ,ପ୍ରତିବନ୍ଧକ ଆସିଛି । ସେ ବାଲ୍ୟଜୀବନରେ ନନୀର,ନତୀର ଅବସ୍ଥାରେ ଥିଲେ । ଯୋ÷ବନରେ ତାଙ୍କର ଗୃହ ଭଗ୍ନ ହେଲା ମ୍ୱଧ୍ୟମ ବୟସରେ ସେ ତାଙ୍କ ସମୟର ପଣ୍ଡିତ ମାନଙ୍କ ସରବ୍ୟ ଆକ୍ରମଣର ସମ୍ମୁଖୀନ ହେଲେ । ମନୁଷ୍ୟର ଉନ୍ନତି କରିବାର ଇଚ୍ଚାହିଁ ତାଙ୍କ ଜୀବନର ମାପକାଠି ହୋଇଥିଲା । ସେ ଯେତେଥର ହତାଶ ହୋଇଛନ୍ତି ସେତେଥର ଦୁଇଗୁଣ ଉସôାହ ସହିତ ନିଜ ଅନେଷଣର ପ୍ରଶ୍ଚାତଧାବନ କରିଛନ୍ତି । ତାଙ୍କରି ଭାଷାରେ ‘ରାମ ଭକ୍ତି ବହୁ କଷ୍ଟକର ବ୍ୟାପାର’ ଏବଂ ରାମ ରସର ରସିକ ହେବା କେବଳ ସେଇମାନଙ୍କୁ ମିଳିଥାଏ ଯେଉଁମାନେ ରାମଙ୍କ ଦ୍ୱାରା ତିଆରି କରାଯାଇ ପଥରକୁ ସେତୁ ପଥର ପଥିକ ।
ଜଣେ ସନ୍ଥ କପରି ତିନୋଟି ‘ର’ର ପ୍ରେମିକ ଭାବେ କାର୍ଯ୍ୟ ସମ୍ପାଦିତ କରିପାରିଛନ୍ତି ତାହାହିଁ ବିଷୟର ମୁଖ୍ୟ ଭାବେ ପ୍ରତିଫଳିତ କରାଯିବ ସହିତ ସେହି ସନ୍ଥଙ୍କ ଜିବନ କାର୍ଯ୍ୟରେ ଆଲୋକରୁଚ କିଂଚିତ ବଣ୍ଣନାନୀୟ ।
୧୫୮୯ ବା ୧୫୩୨ ଖ୍ରୀଷ୍ଟାଦ୍ଧରେ ଉତର ପ୍ରଦେଶର ବାନ୍ଦା ଜିଲ୍ଲାର ରାଜପୁର ଠାରେ ତୁଳସୀ ଦାସ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମ ସ୍ଥାନ ଓ ତାରିଖକୁ ନେଇ ନାନା ମତ ରହିଛି । ସେଥିମଧ୍ୟରୁ ଏହି ମତକୁ ସର୍ବସମ୍ମତ ଭାବେ ଗ୍ରହଣ କରାଯାଇଛି । ସନ୍ଥ ତୁଳସୀ ଦାସ ଜଣେ ବାହ୍ମଣ ଘରେ ଜନ୍ମ ଲାଭ କରିଥିଲେ । ତାଙ୍କୁ ସଂସ୍କୁତ ରାମାୟଣର ରଚିୟତା ବାଲ୍ମିକଙ୍କର ଅବତାର ଭାବେ ଗ୍ରହଣ କରାଯାଇଛି । ତାଙ୍କ ପିତା ଥିଲେ ଆଶାରାମ ଶୁକ୍ଲା ଦୁବେ ଏବଂ ମାତା ଥିଲେ ହୁଲସୀ୍ । ତୁଳସୀ ଦାସ ଜନ୍ମ ସମୟରେ କନ୍ଦ୍ରନ କରିନଥିଲେ ଏବଂ ତାଙ୍କର ସମସ୍ତ ଦାନ୍ତ ପୁଣ୍ଣ ଭାବରେ ବିକଶିତ ଥିଲା । ଯାହା ପାଇଁ ସେ ଦିନେ ବଡ ପଣ୍ଡିତ ହୋଇ ପାରିବା ବୋଲି ପଣ୍ଡିତ ମାନେ ମତ ଦେଇଥିଲେ । ବାଲ୍ୟ କାଳରେ ତାଙ୍କୁ ତୁଳସୀରାମ, ରାମବୋଲା ନାମରେ ସମ୍ବୋଧିତ କରାଯାଉଥିଲା । ତୁଳସୀଦାସଙ୍କ ପତ୍ନୀ ଥିଲେ ରନôାବଳୀ ଦେବୀ (ବୁଦ୍ଧିମତୀ) । ତୁଳସୀ ଦାସ ତାଙ୍କ ପତ୍ନୀଙ୍କ ପ୍ରତି ବେଶ୍ ଆସକ୍ତି ଥିଲେ । ସେ ତାଙ୍କ ଠାରୁ ଗୋଟିଏ ଦିନୀର ବିରହ ସହ୍ୟ କରିପାରୁ ନଥିଲେ । ଦିନେ ରନôାବଳୀ ତାଙ୍କ ପତିଙ୍କୁ ନଜଣାଇ ପିତ୍ରଳୟ ଗମନ କଲେ । ଶ୍ୱଶୁର ଘରେ ପଂହଚି ତୁଳସୀ ଦାସ ତାଙ୍କ ପତ୍ନୀଙ୍କୁ ରାତ୍ରୀରେ ଏକାନ୍ତରେ ଭେଟିବାକୁ ଚାହିଁଲେ । ଏହା ରନ୍ôାବଳୀକୁ ଘୋର ଲଜ୍ଜିତ କଲା । ସେ ତୁଳସୀ ଦାସକୁ କହିଲେ ‘‘ ରକ୍ତ ମାଂସରେ ଗଢ଼ା ମୋର ଏହି ଶରୀର ପୁଣି ତା ପ୍ରତି ତୁମାର ଏତେ ଆସକ୍ତି! ମୋର ଏହି ନାରକୀୟ ଶରୀର ପ୍ରତି ତୁମେ ଯେତିକ ଶ୍ରଦ୍ଧା ପ୍ରଦର୍ଶନ କରୁଛ, ତାର ଅଦେ୍ର୍ଧକ ଭାଗ ଭକ୍ତି ଯଦି ପ୍ରଭୁ ରାମଙ୍କ ପ୍ରତି ନିବେଦନ କରିପାରନ୍ତ, ତେବେ ତୁୂମେ ଏହି ଭବସାଗରରୁ ପାରି ହୋଇପାରନ୍ତ ଏବଂ ଅମରତ୍ୱ ଓ ଶାଶ୍ୱତ ଲାଭ କରନ୍ତ ।’’ ଏହି ଶଦ୍ଧ ଗୁଡିକ ତୁଳସୀଦାସଙ୍କ ହୃଦୟକୁ ତୀର ସଦୃତ ବିଦ୍ଧ କଲା । ସେ ସେଠାରେ ଆଉ କ୍ଷଣ ଟିଏ ନରହି ଗୃହ ତ୍ୟାଗ କରି ବୈରାଗୀ ହୋଇଗଲେ । ଏପରି ଭାବରେ ସେ ୧୪ ବର୍ଷକାଳବିଭିନ୍ନ ତ୍ରୀଥସ୍ଥଳୀ ଓ ପବିତ୍ର ସ୍ଥାନ ଭ୍ରମଣରେ ବିତାଇଲେ । ଥରେ ସେ ଶୌଚ କର୍ମ ସାରି ଗଢ଼ୁରେ ଥିବା ଅବଶିଷ୍ଟ ଜଳକୁ ଏକ ବୃକ୍ଷ ମୂଳରେ ଢ଼ାଳିଦେଲେ । ସେହି ବୃକ୍ଷରେ ଏକ ଆତ୍ମା ବାସ କରୁଥିଲା । ସେ ତୁଳସୀଦାସଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କୁ କହିଲା ‘ହେ ମାନବ! ମୋ ପାଖରୁ ଏକ ବର ମାଗି ନିଅ ।’ ତୁଳସୀ ଦାସ କହିଲେ ‘‘ମତେ ପ୍ରଭୁ ରାମଙ୍କ ସହିତ ଭେଟ କରାଇଦିଅ’’ । ଏଭଳି ବର ମାଗିବା ଦେଖି ଆତ୍ମା ଆର୍ଶଯ୍ୟ ହୋଇ ପରାମର୍ଶ ଦେଲେ ତୁମେ ହନୁମାନ ମନ୍ଦିର ଯାଅ । ସେଠାକୁ ପ୍ରତିଦିନ ହନୁମାନ ଏକ କୃଷ୍ଣ ରୋଗୀ ରୁପରେ ଆସି ରାମାୟଣର ଶ୍ରୋତା ହୁଅନ୍ତି । ସେ ପ୍ରଥମେ ଆସି ଶେଷରେ ସ୍ଥାନ ପରିତ୍ୟାଗ କରନ୍ତି । ତୁମେ ତାଙ୍କ ଶରଣ ନିଅ । ସେ ତୁମକୁ ସାହାର୍ଯ୍ୟ କରିବେ । ସେହିଭଳି ଭାବରେ ତୁଳସୀ ଦାସ ହନୁମାନଙ୍କୁ ସାକ୍ଷତା କଲେ ତାଙ୍କ କୃପା ଲାଭ କରିବା ମାଧ୍ୟମରେ ପ୍ରଭୃ ରାମଙ୍କୁ ଦର୍ଶନ ଲାଭ କଲେ ।
ତୁଳସୀ ଦାସ ମୋଟ ଉପରେ ୧୨ ଖଣ୍ଡ ପୁୂସ୍ତକ ରଚନା କରିଛନ୍ତି । ତାଙ୍କର ସବୁଠାରୁ ପ୍ରସିଦ୍ଧ କାବ୍ୟ ହେଉଛି ‘ରାମ ଚରିତ ମାନସ’ । ଏହା ସେ ହନୁମାନଙ୍କ ପ୍ରତ୍ୟକ୍ଷ ନିଦେ୍ର୍ଧଶ କ୍ରମେ ରଚନା କରିଥିଲେ । ଉତର ପ୍ରଦେଶ ପ୍ରତ୍ୟକ ହିନ୍ଦୁ ଗୃହରେ ଏହି ରାମାୟଣକୁ ଗଭୀର ଭକ୍ତି ସହାକାରେ ପୁଜା ପାଠ କରାଯାଏ । ଏହା ଏକ ପ୍ରେରଣା ଦାୟକ ଗ୍ରନ୍ଥ । ଅଭିନବ ଛନ୍ଦରେ ସଜ୍ଜିତ ଲଳିତ ପଦାବଳୀ ଏକ ଅପୁର୍ବ ସମାହାର ଅଟେ । ତୁଳସୀ ଦାସଙ୍କ ଅତ୍ୟତମ ପ୍ରସିଦ୍ଧ ଗ୍ରନ୍ଥ ହେଉଛି ‘ବିନୟ ପତି୍ରକା’ ।
ଏହିଭଳି କ୍ରମେ ଦିନେ ତୁଳସୀ ଦାସଙ୍କ ଆଶ୍ରମରେ କେତେ ଜଣ ଚୋର ପଶି ମୁଲ୍ୟାବନ ଜିନିଷ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଦେଖିଲେ କେହି ଜଣେ ଶ୍ୟମଳ ବର୍ଣ୍ଣର ଉଜ୍ଜଳ ପୁରୁଷ ହାତରେ ଧନୁତୀର ଧରି ଦ୍ୱାର ପାଖରେ ପ୍ରହରା ଦେଉଛି । ସେମାନେ ଯେଉଁ ଦିଗରେ ଗଲେ ସେ ପ୍ରହରୀ ଜଣଙ୍କ ତାଙ୍କୁ ଅନୁସରଣ କଲେ । ସେମାନେ ଅତ୍ୟନ୍ତ ଭୟବୀତ ହୋଇ ପଡିଲେ । ତାହା ପରଦିନ ପ୍ରଭାତରେ ସେମାନେ ତୁଳସୀ ଦାସଙ୍କ ସମୀପରେ ଉପସ୍ଥିିିତ ହୋଇ ଜଣାଇଲେ ‘ ହେ ସାଧୁ ମହାତ୍ମା! ଅପାଣଙ୍କ ବାସ ଗୃହ ସମ୍ମୁଖରେ ଜଣେ ଶ୍ୟାମଳ ବର୍ଣ୍ଣର ପୁରୁଷ ହାତରେ ଧନୁତୀର ଧରି ଜଗି ରହିଥିବାରୁ ଦେଖିଲୁ । କିଏ ସେହି ଲୋକ ଜଣଙ୍କ? ତୁଳସୀ ଦାସ ଏହା ଶୁଣି ସ୍ତବ୍ଧ ହୋଇଗଲେ । ତାଙ୍କ ନୟନରୁ ଅଶ୍ରୁଧାରା ବହି ଆସିଲା । ସେ ଜାଣି ପରିଲେ ଯେ ପ୍ରଭୁ ଶ୍ରୀରାମ ସ୍ୱଂୟ ଉପସ୍ଥିତ ହୋଇ ଅସୀମ କଷ୍ଟ କରି ତାଙ୍କ ମୂଲ୍ୟବାନ ଦ୍ରବ୍ୟର ସୁରକ୍ଷା କରୁଛନ୍ତି । ସେ ତତକ୍ଷଣାତ ତାଙ୍କର ସମସ୍ତ ସମ୍ପଦ ଦରିଦ୍ରମାନଙ୍କ ମଧ୍ୟରେ ବଂଟନ କରିଦେଲେ । ତୁଳସୀ ଦାସ ଅଯୋଧ୍ୟାରେ କିଛି କାଳ ବାସ କରିଥିଲେ । ତା ପରେ ସେ ବାରଣାସୀ ଚାଲିଗଲେ । ଦିନେ ଜଣେ ହତ୍ୟାକରୀ ତାଙ୍କ ନିକଟକୁ ଆସି ଚିକôାର କଲା ‘‘ପ୍ରଭୁ ରାମଙ୍କ ନାମରେ କିଛି ଭିକ୍ଷା ପ୍ରଦାନ କର ମୁ ଜଣେ ନରହନ୍ତା’’ । ତୁଳସୀ ଦାସ ତାଙ୍କୁ ନିଜ କୁଟିର ଭିତରକୁ ନେଇ ରାମଙ୍କ ପାଖରେ ଲଗାଇଥିବା ଭୋଗ ନୈବେଦ୍ୟ ଖାଇବାକୁ ଦେଲେ ଏବଂ ଘୋଷଣା କଲେ ସେହି ହତ୍ୟାକରୀ ଜଣଙ୍କ ପାପ ମୁକ୍ତ ହୋଇଛି । ବାରଣାସୀର ବ୍ରାହ୍ମଣ ମାନେ ଏହାର ପ୍ରତିବାଦ ଜଣାଇ କହିଲେ ଜଣେ ହତ୍ୟାକରୀର ପାପ କିପରି ବା କ୍ଷୟ ହୋଇପାରିବ ? ତୁମେ ତା ସହିତ ଏକତ୍ର ଭୋଜନ କରିପାରିବ କିପରି? ଯଦି ପ୍ରଭୁ ସଦାଶିବଙ୍କ ବାହାନ ପବିତ୍ର ନନ୍ଦୀ ବୃଷଭ ତାଙ୍କ ହାତରୁ ଖାଦ୍ୟ ଗ୍ରହଣ କରନ୍ତି ତେବେ ଆମ୍ଭେ ମାନେ ବିଶ୍ୱାସ କରିବୁ ସେହି ବ୍ୟାକ୍ତି ଜଣଙ୍କ ପବିତ୍ର ହୋଇଛନ୍ତି । ତାପରେ ସେ ହତ୍ୟାକରୀ ଜଣଙ୍କୁ ଏକ ମନ୍ଦିର ପାଖକୁ ନିଆଗଲା । ସେଠାରେ ତା ହାତରୁ ନନ୍ଦି ଖାଦ୍ୟ ଗ୍ରହଣ କଲେ ଏହା ଦେଖି ସମସ୍ତ ବ୍ରାହ୍ମଣ ଲଜ୍ଜାବଶତଃ ସେ ସ୍ଥାନ ପରିତ୍ୟାଗ କଲେ ।
ଅନ୍ୟ ଦିନେ ତୁଳସୀ ଦାସ ବୃନ୍ଦାବନ ଯାଇଥିଲେ । ସେ ସେଠାରେ ମନ୍ଦିରକୁ ଯାଇ ପ୍ରଭୃ ଶ୍ରୀକୃଷ୍ଣଙ୍କ ଦର୍ଶନ କଲେ । ଶ୍ରୀକୃଷ୍ଣଙ୍କର ପ୍ରତିମା ଦେଖି ତାଙ୍କର ସ୍ୱତଃସ୍ପୂର୍ତ ଅଭିବ୍ୟକ୍ତି ଥଲା ‘‘ହେ ପ୍ରଭୁ! ତୁମେ ରୂପମାଧୁରୀର ମୁଁ ଅବା କି ବର୍ଣ୍ଣନା କରି ପାରିବି । କିନ୍ତୁ ତୁଳସୀ ଦାସ ଯେତେବେଳ ମଥା ନୋଇଁବ ସେତେବେଳ ତୁମେ କୋଦଣ୍ଡ ଧାରଣ କରିବ । ଭକ୍ତର ନିବେଦନ ରକ୍ଷା କରି କୋଦଣ୍ଡ ଧାରଣ ପୁର୍ବକ ଦର୍ଶନ ଦେଲେ ।
ତୁଳସୀ ଦାସଙ୍କ ଆର୍ଶୀବାଦରୁ ଜଣେ ଦରିଦ୍ର ମହିଳାଙ୍କ ମୃତ ପତି ଜୀବନ ଫେରି ପାଇଲେ । ତୁଳସୀ ଦାସଙ୍କ ଏହି ମହିମା ସମ୍ପର୍କରେ ଦିଲ୍ଲିର ମୋଗଲ ସମ୍ରାଟ ଶୁଣିବାକୁ ପାଇଲେ । ସେ ତୁଳସୀ ଦାସଙ୍କୁ ଡକାଇ ପଠାଇଲେ । ତୁଳସୀ ଦାସ ଦରବାରରେ ଉପସ୍ଥିତ ହେଲେ । ସମ୍ରାଟ ତୁଳସୀ ଦାସଙ୍କୁ ଦରବାରରେ କିଛି ଚତ୍ମକାର ଦେଖାଇବାକୁ କହିଲେ । ତୁଳସୀ ଦାସ କହିଲେ ମୋ ପାଖରେ କିଛି ଚତ୍ମକାର ନାହିଁ । କେବଳ ପ୍ରଭୃ ରାମଙ୍କ ନାମ ମତେ ଜଣା ଅଛି । ଏଭଳି ଶୁଣି ସମ୍ରାଟ ତାଙ୍କୁ କାରାଗାରାରେ ବନ୍ଦୀ କରିବା ପାଇଁ ଆଦେଶ ଦେଲେ । ତୁଳସୀଦାସ ହନୁମାନଙ୍କ ପ୍ରାର୍ଥନା କଲେ । ତତ୍କ୍ଷଣେତ୍ ଅଂସଖ୍ୟା ସଂଖ୍ୟାରେ ଶକ୍ତିଶାଳୀ ଓ ପରାକ୍ରମୀ ମାଙ୍କଡ ଚାହୁଁ ଚାହୁଁ ରାଜ ଦରବାରରେ ପ୍ରବେଶ କଲେ । ଏହା ଦେଖି ସ୍ରମାଟ ଭୟଭୀତ ହୋଇପଡିଲେ ଏବଂ ସାଧୁଙ୍କ ଗୋଡତଳେ ପଡି କ୍ଷମା ପ୍ରାର୍ଥନା କରିବା ସହିତ ସଙ୍ଗେ ସଙ୍ଗେ ତାଙ୍କୁ ମୁକ୍ତ ବୋଲି ଘୋଷଣା କଲେ ।
ବାରଣାସୀ ଅର୍ଦ୍ଧଘାଟ ଠାରେ ୧୬୨୩ ଖ୍ରୀଷ୍ଟାଦ୍ଧରେ ଏକାନବେ ବର୍ଷ ବୟସରେ ତୁଳସୀ ଦାସ ତାଙ୍କ ଶରୀର ତ୍ୟାଗ କରି ଅମରତ୍ୱ ଓ ଶାଶ୍ୱତ ପଥର ଯାତ୍ରୀ ହେଲେ । କିନ୍ତୁ ତାଙ୍କ ପରିବେଷିତ ରାମ ରସର ରସିକ ବା ତିନୋଟି ‘ର’ର ପ୍ରେମିକ ଆଜିବି ମନ୍ଦାକିନୀ ଧାରା ଭଳି ଭକ୍ତ ମାନସରେ ଚିରକାଳ ପାଇଁ ସଂଜୀବିତ ହୋଇ ରହିଯାଇଛି ।

ଗ୍ରାମ- କଦଳା, ହରିଦାସପୁର
ଧର୍ମଶାଳା, ଯାଜପୁର ୭୫୫୦୨୪

ମୋ-୯୪୩୭୮୧୯୭୩୫
ଗବେଷକ, ପ୍ରତ୍ନତତ୍ୱ ବିଭାଗ

Related Posts

About The Author

Add Comment