ତିନି ତଲାକ ଗୃହୀତ ହେବାପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା: ଏହା ଲିଙ୍ଗଗତ ନ୍ୟାୟର ବିଜୟ ଓ ସମାଜରେ ଅଧିକ ସମାନତା ଆଣିବ
ତିନି ତଲାକ ଗୃହୀତ ହେବାପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା: ଏହା ଲିଙ୍ଗଗତ ନ୍ୟାୟର ବିଜୟ ଓ ସମାଜରେ ଅଧିକ ସମାନତା ଆଣିବ
Manas Kumar Rout |
July 31, 2019 |
ନୂଆଦିଲ୍ଲୀ ୩୧/୭ (ସନ୍ଧାନ ନିଉଜ) ସଂସଦର ଉଭୟ ଗୃହରେ ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ – ୨୦୧୯ ଗୃହୀତ ହେବାକୁ ସମର୍ଥନ କରିଥିବା ସମସ୍ତ ରାଜନୈତିକ ଦଳ ଓ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସେ କହିଛନ୍ତି ଯେ, ସେମାନେ ଏହି ମୂହୁର୍ତର ଆହ୍ୱାନକୁ ସ୍ୱୀକାର କରିଛନ୍ତି ଓ ସେମାନଙ୍କ ଏହି ପଦକ୍ଷେପ ଭାରତର ଇତିହାସରେ ସବୁଦିନ ପାଇଁ ମନେ ରହିବ।
ଏକାଧିକ ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଏକ ସ୍ୱେଚ୍ଛାଚାରୀ ଓ ମଧ୍ୟଯୁଗୀୟ ପ୍ରଥା ଶେଷରେ ଇତିହାସର ଆବର୍ଜନା କୁଣ୍ଡରେ ପଡିଛି। ସଂସଦ ତିନି ତଲାକକୁ ଉଚ୍ଛେଦ କରି ମୁସଲିମ ମହିଳାଙ୍କ ପ୍ରତି ହୋଇଥିବା ଐତିହାସିକ ଭୁଲର ସଂଶୋଧନ କରିପାରିଛି। ଏହା ଲିଙ୍ଗଗତ ନ୍ୟାୟର ବିଜୟ ଓ ଏହା ସମାଜରେ ଅଧିକ ସମାନତା ଆଣିବ। ଭାରତ ଆଜି ଆନନ୍ଦିତ”।
Related Posts
About The Author