ତାପମାତ୍ରା ଦୁଇତିନି ଡିଗ୍ରୀ ବଢିବ

Spread the love

ଭୁବନେଶ୍ଵର,୦୨/୦୪ (ସନ୍ଧାନ ନିୟୁଜ) : ଆସନ୍ତା ୫ ତାରିଖ ମଧ୍ୟରେ ରାଜ୍ୟରେ ତାପମାତ୍ରା ଦୁଇରୁ ତିନି ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ସମସ୍ତ ଉପକୂଳ ଜିଲ୍ଲା ସମେତ ମୟୂରଭଞ୍ଜ ଓ କେନ୍ଦୁଝରରେ ତାପମାତ୍ରା ଅଧିକ ଅନୁଭୂତ ହେବାର ସମ୍ଭାବନା ରହିଥିବା ପୂର୍ବନୁମାନ କରାଯାଇଛି।

ସୂଚନା ଅନୁଯାୟୀ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପରାଦ ଉପର ମୁହଁ ହୋଇଥିବା ବେଳେ ଆଜି ରାଜ୍ୟର ଦୁଇ ସହର ମାଲକାନଗିରି ଓ ଟିଟିଲାଗଡ଼ରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ଏହାଛଡା ଅଧିକାଂଶ ସ୍ଥାନ‌ରେ ପାରଦ ୩୮ଡିଗ୍ରି ଟପିଛି। ଟିଟିଲାଗଡ଼, ଅନୁଗୁଳ, ବାରିପଦା ଓ ବୌଦ୍ଧ ଆଦି ସହରର ତାପମାତ୍ରା ୩୯ ଡିଗ୍ରି ରହିଥିବା ରେକର୍ଡ କରାଯାଇଛି। ଆଗାମୀ ଦିନରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ବଢ଼ିବାର ସମ୍ଭାବନା ଥିବାରୁ ଏପ୍ରିଲ ୫ ତାରିଖ ସୁଦ୍ଧା ଏହା ୪୨ଡିଗ୍ରି ଅତିକ୍ରମ କରିବ।

Related Posts

About The Author

Add Comment