ତାଇକୋଣ୍ଡ ପ୍ରତିଯୋଗିତାରେ ଯୋଡା ଝିଅ ସୁପ୍ରିୟା ଜିତିଲେ ସ୍ୱର୍ଣ୍ଣ ପଦକ

Spread the love

ଯୋଡା,୨୪/୧୨ (ସନ୍ଧାନ ନିୟୁଜ/ରମେଶ ମହାପାତ୍ର) କେନ୍ଦୁଝର ଜିଲ୍ଲା ଯୋଡା ସହରାଞ୍ଚଳ ୯ନଂ ୱାର୍ଡର ବାସିନ୍ଦା ସୁନୀଲ କୁମାର ସାମଲ ଓ ମିତାରାଣୀ ସାମଲଙ୍କ ଝିଅ ସୁପ୍ରିୟା ସାମଲ ଚଳିତମାସ ଆସାମର ଗୈହାଟି ସହରରେ ହୋଇଥିବା ୧୭ବର୍ଷରୁ କମ ବର୍ଗର ତାଇକୋଣ୍ଡ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସୁପ୍ରିୟା ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ହାଇଟେକ ବ୍ଲିକ ସ୍କୁଲରେ ଅଧ୍ୟୟନରତ ଥିବା ବେଳେ ଏହା ପୂର୍ବରୁ ଯୋଡା ସ୍ଥିତ ସେଣ୍ଟ ଟେରେସା ବିଦ୍ୟାଳୟରେ ଛାତ୍ରୀ ରହିଥିଲେ । ସୁପ୍ରିୟା ତାଙ୍କ ଛୋଟ ବୟସରୁ ନୃତ୍ୟ ଓ ତାଇକୋଣ୍ଡ ଶିଖିବା ପ୍ରତି ଆଗ୍ରହ ରଖିଥିବା ବେଳେ ନିଜ ପରିବାର ଓ ପ୍ରଶିକ୍ଷକଙ୍କ ପରାମର୍ଶ ଅନୁଯାୟୀ ଯୋଡା ଠାରେ ପ୍ରଥମେ ତାଇକୋଣ୍ଡ ଶିକ୍ଷାର ଆରମ୍ଭ କରିଥିଲେ । ଚଳିତମାସରେ ସୁପ୍ରିୟା ଆସାମର ଗୌହାଟି ଠାରେ ନିଜର ସର୍ବଶ୍ରେଷ୍ଠ ତାଇକୋଣ୍ଡ ଖେଳ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଖବର ମିଳିଛି । ତାଇକୋଣ୍ଡ ଭଳି କଠିନ ଖେଳ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତି ସଫଳତାର ପ୍ରଥମ ପାହାଚ ହାସଲ କରିବାରେ ସକ୍ଷମ ହୋଇପାରିଛନ୍ତି । ସ୍ୱର୍ଣ୍ଣ ପଦକ ଜିତିବା ଖବର ଜାଣିବା ପରେ ତାଙ୍କ ନିଜସ୍ୱ ଜନ୍ମମାଟି ଯୋଡାର ସାଙ୍ଗ,ପରିବାରବର୍ଗ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

Related Posts

About The Author

Add Comment