ତହସିଲଦାର-ପୁଲିସ ଓ କଂଗ୍ରେସ ନେତାଙ୍କ ମିଲିଭଗତରେ ଚାଲିଛି ବେଆଇନ ମାଙ୍କଡାପଥର ଚୋରା ଚାଲାଣ

Spread the love

ବଡଚଣା,୪/୭(ସନ୍ଧାନ ନିୟୁଜ/ଆର୍ତତ୍ରାଣ ସାହୁ): ଦର୍ପଣ ତହସିଲର ବନ୍ଧପଲ୍ଲୀ ମୌଜାରେ ଦିନ ଦ୍ୱିପହରରେ ଜନୈକ କଂଗ୍ରେସ ନେତା ବେଧଡକରେ ବେଆଇନ ମାଙ୍କଡା ପଥର ପରିବହନ କରିବାକୁ ନେଇ ନାନା ପ୍ରଶ୍ନବାଚି ସୃଷ୍ଟିକରିଛି । ବଡଚଣାର ପଶ୍ଚିମାଞ୍ଚଳରେ ଦିର୍ଘ ଦିନଧରି ଚାଲୁଥିବା ବେଆଇନ ମାଙ୍କଡା ଚାଲାଣକୁ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ଅଟକାଇବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ସମୟରେ ଚାପରେ ପଡି ପ୍ରଶାସନ ବିଭିନ୍ନ ବେଆଇନ ମାଙ୍କଡା ଖାଦାନ ଉପରେ ଚଢ଼ାଉକରି ଚୋରା ମାଙ୍କଡା ପଥର ପରିବହନ କରୁଥିବା ଟ୍ରକ ଓ ଟ୍ରାକ୍ଟରକୁ ଜବତ କରି ଜରୀମାନା ଆଦାୟ କରୁଥିବା ବେଳେ ଏହା ମାଫିଆଙ୍କ ଉପରେ ପ୍ରଭାବ ପଡୁନଥିବା ପରିଲକ୍ଷିତ ହେଉଛି । ଏହି ଘଟଣାରେ ଶାଳପଡା ଅଞ୍ଚଳର ଜନୈକ କଂଗ୍ରେସ ନେତାଙ୍କ ସଂପୃକ୍ତି ଥିବା ଅଭିଯୋଗ ହେଉଥିବା ବେଳେ ମଙ୍ଗଳବାର ଦିନ ଦ୍ୱିପହରରେ ୧୦/୧୫ ଜଣ ଶ୍ରମିକଙ୍କୁ ନେଇ ଜନୈକ କଂଗ୍ରେସ ନେତାଙ୍କ ସାନଭାଇଙ୍କ ଉପସ୍ଥିତିରେ କଟର ମେସିନ,ଜେସିବି ବ୍ୟବହାର କରି ବନ୍ଧପଲ୍ଲୀ ମୌଜାର ରାଇଝର ଓ ଶାଳପଡା ଗ୍ରାମ୍ୟ ଉନ୍ନୟନ ରାସ୍ତା କଡରୁ ବିନା ଦ୍ୱିଧାରେ ବେଆଇନ ମାଙ୍କଡା କଟାଯାଉଥିବା ଦେଖିବାକୁ ମିଳିଥିଲା । ଯାହା ଦର୍ପଣ ତହସିଲଦାର ଓ ପୁଲିସ ପ୍ରଶାସନର ମିଲିଭଗତରେ ଏହି କଳାକାରନାମା କରାଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି । ସରକାରୀ ନିତି ନିୟମକୁ ବେଖାତିର କରି ଦିନ ଦ୍ୱିପହରରେ ସ୍ଥାନୀୟ ପ୍ରଶାସନକୁ ଚକମା ଦେଖାଇ ବେଆଇନ ମାଙ୍କଡା ପରିବହନ କରୁଥିବା ମାଫିଆଙ୍କ କାରନାମାକୁ ସ୍ଥାନୀୟ ପ୍ରଶାସନ କ’ଣ ଜାଣିପାରୁ ନାହାଁନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ଅପରପକ୍ଷରେ ଏହି ଘଟଣାରେ ସଂପୃକ୍ତ ମାଫିଆ ସ୍ଥାନୀୟ ପ୍ରଶାସନ ସହିତ ଲକ୍ଷାଧିକ ଟଙ୍କାର ଦେଣନେଣ କରି ଏପରି ବେଆଇନ କାରବାର କରୁଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରୁଥିଲେ ବି ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ଲଘୁ ଖଣିଜ ଦ୍ରବ୍ୟଲୁଟରେ ରୋକ ଲଗାଇବା ପାଇଁ ଗତକିଛି ତଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ କରାଯାଇଥିବା ବେଳେ କମିଟି କାର୍ଯ୍ୟକାରୀ ହେଉନଥିବା ସ୍ପଷ୍ଟବାରି ହୋଇପଡୁଛି । ବିଶେଷ କରି ବୈରୀ ଥାନାଧିକାରୀ ଛୁଟିରେ ଥିବାରୁ ସଂପୃକ୍ତ ମାଙ୍କଡା ମାଫିଆ ବିନା ଦ୍ୱିଧାରେ ଦିନ ଦ୍ୱିପହରରେ ଲୋକଙ୍କ ଆଖିଆଗରେ ଜଙ୍ଗଲ ଜମିରୁ ବେଆଇନ ମାଙ୍କଡା ଚାଲାଣ କରିବା ସ୍ଥାନୀୟ ପ୍ରଶାସନ ପ୍ରତି ସନେ୍ଧହ ସୃଷ୍ଟିକରିଛି । ଏ ସମ୍ପର୍କରେ ସ୍ଥାନୀୟ ଅଧିବାସୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ସେ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ।

Related Posts

About The Author

Add Comment