ସୁନ୍ଦରଗଡ଼ ତା:୦୬-୦୮-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ସକାଳୁ ୭ଟା ସମୟ ରେ ତଲସରା ଥାନା ର ଜଣେ କର୍ମଚାରି ରାସ୍ତା ରେ ଚାଲି ଚାଲି ଦୋକାନ ପଟ କୁ ଯାଉଥିବା ବେଳେ ସୁନ୍ଦରଗଡ଼ ପଟୁ ଏକ ମାରୁତି ଭ୍ୟାନ ଆସି ଥାନା କର୍ମଚାରି ଙ୍କୁ ଗାଡି ର ସାମ୍ନା ପଟୁ ଧକ୍କା ମାରିଥିବା ବେଳେ ଥାନା କର୍ମଚାରି ଜଣକ ସେଇଠି ପଡି ଯାଇ ଗୁରୁତର ହୋଇଥିବା ବେଳେ ତଲସରା ଥାନା ପୋଲିସ ଖବର ପାଇ ତୁରନ୍ତ ଡାକ୍ତରଖାନା କୁ ପଠାଇ ମାରୁତି ଭ୍ୟାନ ସହିତ ଡ୍ରାଇଭର କୁ ଅଟକ ରଖିଥିବା ସୂଚନା ମିଳିଛି l ସୂଚନା ଅନୁସାରେ ଆଜି ସକାଳୁ ୭ଟା ସମୟରେ ତଲସରା ଥାନା ର ଜଣେ ଗୋପାଳ ତନ୍ତୀ ନାମ ର ଥାନା କର୍ମଚାରି ରାସ୍ତା ରେ ଚାଲି ଚାଲି ଦୋକାନ ପଟ କୁ ଯାଉଥିଲେ l ସେ ରାସ୍ତା ର ଡାହାଣ ପଟ ରେ ଚାଲି ଯାଉଥିଲେ l ଏହି ସମୟରେ ସୁନ୍ଦରଗଡ଼ ପଟୁ ଏକ ମାରୁତି ଭ୍ୟାନ (ଓଡ଼ି୧୬ ଇ ୩୨୬୦) ନମ୍ବର ର ଚାରିଚକିଆ ଯାନ ବନଡେଗା ଛେଳି ବଜାର କୁ ଛେଳି କିଣିବା ପାଇଁ ଯାଉଥିବା ସମୟରେ ତଲସରା ଥାନା ସାମ୍ନା ରେ ଥାନା କର୍ମଚାରି ଙ୍କୁ ଗାଡି ର ସାମ୍ନା ପଟୁ ଧକ୍କା ମାରିବା ଯୋଗୁଁ କର୍ମଚାରି ଜଣକ ସେଠି ପଡିଗଲେ l ଏହା ଦେଖି ଗ୍ରାମ ର ଭଦ୍ର ବ୍ୟକ୍ତି ସେଠାକୁ ଦୌଡ଼ି ଯାଇ କର୍ମଚାରି ଜଣଙ୍କୁ ଉଠାଇ ଥାନା କୁ ଖବର କରିଥିଲେ l ଖବର ପାଇ ଥାନା ର ପୋଲିସ ସେ ସ୍ଥାନ କୁ ପହଞ୍ଚି ସୁନ୍ଦରଗଡ଼ ଏନଟିପିସି ଡାକ୍ତର ଖାନା କୁ ପଠାଇଥିଲେ l ଏତିକି ରେ ମାରୁତି ଭ୍ୟାନ ରେ ଥିବା ଛେଳି କିଣା ମାଲିକ ଅନ୍ୟ ଏକ ଟ୍ରକ କୁ ଅଟକାଇ ଫେରାର ମାରିଥିବା ବେଳେ ମାରୁତି ଭ୍ୟାନ ସହିତ ଗାଡି ଚାଲକ କୁ ତଲସରା ଥାନା ରେ ଅଟକ ରଖିଲେ l କିପରି ସାମ୍ନା ପଟୁ ଧକ୍କା ମାରିଲ ବୋଲି ଗାଡି ଚାଲକ ଙ୍କୁ ପ୍ରଶ୍ନ କରିବାରୁ ଗାଡି ଚାଲକ ଜଣକ କହିଲେ କି ମୋର ଆଖି ଲାଗିଯାଇଥିଲା ବୋଲି l ଏହି ରାସ୍ତା ରେ ଅନେକ ଥର ଗାଡି ଦୁର୍ଘଟଣା ସମୟେ ସମୟେ ହେବାକୁ ଲାଗିଛି l ଛୋଟ ଛୋଟ ଛୁଆ ମାନେ ରାସ୍ତା କଡ ରେ ଥିବା ତଲସରା ଉଛ ବିଦ୍ୟାଳୟ କୁ ପାଠ ପଢିବାକୁ ଆସନ୍ତି କିନ୍ତୁ ଗାଡି ଚାଲକ ମାନେ ଏହି ରାସ୍ତା ରେ ଦ୍ରୁତ ଗତି ରେ ଗାଡି ଚଳାନ୍ତି l ପ୍ରତି ଗୁରୁବାର ଦିନ ଛେଳି କିଣା ବେପାରୀ ଙ୍କ ଯାନ ଦ୍ରୁତ ଗତି ରେ ଯା ଆସ କରୁଥିବା ସୂଚନା ରହିଛି l ବେଶି ପରିମାଣ ରେ ଦୁଇ ଚାକିଆ ଯାନ ଚାଲୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି l ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ସଙ୍ଗେ ସଙ୍ଗେ ଦୃଢ କାର୍ଯାନୁଷ୍ଠାନ କରିବା ପାଇଁ ସାଧାରଣରେ ଦାବି ହୋଇଛି l
ତଲସରା ଥାନା ସାମ୍ନା ରେ ଆଗ ପଟୁ ଥାନା କର୍ମଚାରି ଙ୍କୁ ଏକ ମାରୁତି ଭ୍ୟାନ ମାରିଲା ଧକ୍କା l ଥାନା କର୍ମଚାରି ଗୁରୁତର l
|
August 6, 2026 |



