ବାରିପଦା, ୦୭.୦୨.୨୦୨୧(ସନ୍ଧାନ ନିଉଜ୍):- ଡ୍ରାଇଭିଂ ଲାଇସେନ୍ସ ପାଇଁ ଏବେ ଦେବାକୁ ପଡିବନି କୌଣସି ଟେଷ୍ଟ। କେନ୍ଦ୍ରୀୟ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ ନେଇ ଏକ ନୂତନ ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି। ମନ୍ତ୍ରଣାଳୟର ପ୍ରାବଧାନ ଅନୁଯାୟୀ ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ବା ଟ୍ରେନିଂ ସେଣ୍ଟରରୁ ଟ୍ରେନିଂ ନେବା ପରେ କୌଣସି ବି ବ୍ୟକ୍ତିଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ସମୟରେ କୌଣସି ଟେଷ୍ଟ ଦେବାକୁ ପଡିବ ନାହିଁ। ଯଦି ଆପଣ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରୁ ଡ୍ରାଇଭିଂ ଶିଖିବେ କିମ୍ବା ଶିଖୁଛନ୍ତି ତେବେ ଆପଣଙ୍କୁ ଲାଇସେନ୍ସ ପାଇଁ କୌଣସି ଟେଷ୍ଟ ଦେବାର ଆବଶ୍ୟକ ପଡିବ ନାହିଁ। କେନ୍ଦ୍ରୀୟ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏହି ଯୋଜନା ଉପରେ କାମ କରିବା ଆରମ୍ଭ କରି ଦେଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଯୋଜନା ଆଧାରରେ ମନ୍ତ୍ରଣାଳୟ ପରୀକ୍ଷା ପାଇଁ ଚାଳକ ପ୍ରଶିକ୍ଷଣ କେନ୍ଦ୍ରକୁ ମାନ୍ୟତା ଦେବ ଯଦ୍ଵାରା ଏହି ନିୟମକୁ ଲାଗୁ କରାଯାଇ ପାରିବ। ଏନେଇ ମନ୍ତ୍ରଣାଳୟ ଦ୍ଵାରା ଅଧିସୂଚନା ଜାରି କରାଯାଇଛି। ଡ୍ରାଇଭିଂ ଟ୍ରେନିଂ ସେଣ୍ଟରକୁ ସରକାରଙ୍କ ଦ୍ଵାରା କରାଯାଇଥିବା ନିୟମକୁ ପାଳନ କରିବାକୁ ପଡିବ।
ଡ୍ରାଇଭିଂ ଲାଇସେନ୍ସ ପାଇଁ ନୂତନ ନିୟମ ଆଣୁଛନ୍ତି ସରକାର
|
February 7, 2021 |
![](https://sandhannews.com/wp-content/uploads/2021/02/pp-31.jpg)