ଡ୍ରମ୍ପର-କାର ମୁହାମୁହିଁ ଧକ୍କା: ୩ ଗୁରୁତର,୧ ଆହତ

Spread the love

ବଡଚଣା,୨.୭(ସନ୍ଧାନ ନିୟୁଜ/ମାନସ ରାଉତ): ବଡଚଣା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ବଡଚଣା ଗଣ୍ଠିଛକ ଠାରେ କଟକରୁ ଚଣ୍ଡିଖୋଲ ଅଭିମୁଖେ ଯାଇଥିବା ଅଲଟୋ କାର ଓଡି ୦୨ଏଜି ୩୧୮୧ କୁ ରଂଗରୁଟରେ ଆସୁଥିବା ଡ୍ରମ୍ପର ଓଆର ୦୯ଏଚ ୪୭୦୫ମୁହାମୁହିଁ ଧକ୍କା ଦେଇଛି । ଫଳରେ କାରରେ ଥିବା ୪ଜଣ ଯୁବକଙ୍କ ମଧ୍ୟରୁ ୩ଜଣ ଗୁରୁତର ଘଟଣା ସ୍ଥଳରେ ଗୁରୁତର ହୋଇପଡିଥିଲେ । ଗୁରୁତର ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଭତ୍ତି କରାଯାଇଥିବା ବେଳେ ଯୁବକ ମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବଡମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।

ଗୁରୁତର ମାନେ ଜଗତପୁର ଅଞ୍ଚଳର ଅମୀୟ ଜେନା(୩୨),ରାହାମା ଅଞ୍ଚଳର ବିଜୟ ସାହୁ(୩୨),ହରନାରାୟଣ ପାଣି(୨୯) ହୋଇଥିବା ବେଳେ ବାଲେଶ୍ୱର ଅଞ୍ଚଳର ପ୍ରବୀର ରଂଜନ ଦାସ(୩୧) ଆହତ ହୋଇଛନ୍ତି । ଏମାନେ ଭଦ୍ରକରେ ଥିବା ଏକ ବିବାହ ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ ବଡଚଣା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ ।

Related Posts

About The Author

Add Comment