ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ସଚେତନତା କାର୍ଯ୍ୟକ୍ରମ

Spread the love

ଯାଜପୁର, ୮/୭(ସନ୍ଧାନ ନିୟୁଜ): ବଡଚଣା ବ୍ଳକ ଖଏରା ପଞ୍ଚାୟତ ପକ୍ଷରୁ ରବିବାର ପଞ୍ଚାୟତର ବିଭିନ୍ନ ସ୍ଥାନରେ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ, ସ୍ୱଚ୍ଛତା ୁପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ହରପ୍ରିୟା ବରାଳ, ସମିତି ସଭ୍ୟା ସ୍ୱର୍ଣ୍ଣରେଖା ପୃଷ୍ଟି, ନାଏବ ସରପଞ୍ଚ ସୁଧିର ରଞ୍ଜନ ପୃଷ୍ଟି, ଜିଲା ଯୁବ ବିଜେଡି ସାଧାରଣ ସଂପାଦକ ଗଣେଶ୍ୱର ବରାଳ, ୱାର୍ଡ ସଭ୍ୟ ଶରତଚନ୍ଦ୍ର ବରାଳ, ମହେଶ୍ୱର ମଲିକ, ଅଶୋକ କୁମାର ଓତା, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ମହିଳା ସ୍ୱାସ୍ଥ୍ର କର୍ମୀଙ୍କ ସମେତ ବହୁ ଗ୍ରାମବାସୀ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇ ଖଏରା ଗ୍ରାମର ସତ୍ୟନାରାୟଣ ମଣ୍ଡପ ଠାରୁ ଏକ ର୍ୟାଲି ବାହାର କରି କନକେଶ୍ୱର ଶିବ ମନ୍ଦି ପର୍ଯ୍ୟନ୍ତ ଯାଇଥିଲା । ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ, ସ୍ୱଚ୍ଛତା ଆଦି ବିଭିନ୍ନ ରୋଗର ପ୍ରତିକାର ବିଷୟରେ ଲୋକମାନଙ୍କୁ ଅବଗତ କରିଥିଲେ ।

Related Posts

About The Author

Add Comment