ନୂଆଦିଲ୍ଲୀ, ୩୦/୧୧/୨୦୨୧ (ସନ୍ଧାନ ନିଉଜ) : କରୋନାର ନୂଆ ଭ୍ୟାରିଆଣ୍ଟକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି । ଡେଲଟା ଭ୍ୟାରିଆଣ୍ଟ ଠାରୁ ଆହୁରୀ ଅଧିକ ଭୟଙ୍କର ହେଉଛି ଓମିକ୍ରନ୍ । ଅନେକ ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ଯୋଜନା କରାଯାଉଥିଲେ ସୁଦ୍ଧା ଏବେ ପୁଣି ରୋକ୍ ଲଗାଯାଇଛି । ମୁମ୍ବାଇରେ ଆସନ୍ତା ଡିସେମ୍ବର ୧ ତାରିଖରୁ ସ୍କୁଲ ଖୋଲିବା ନେଇ ଘୋଷଣା ହୋଇଥିଲେ ସୁଦ୍ଧା ମଙ୍ଗଳବାର ଏହାକୁ ପୁଣି ଥରେ ବାତିଲ କରାଯାଇଛି । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବାକୁ ଥିବା ସ୍କୁଲ ଡିସେମ୍ବର ପହିଲାରୁ ନୁହେଁ ୧୫ ତାରିଖରେ ଖୋଲିବ । ମୁମ୍ବାଇରେ ପୂର୍ବରୁ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଡିସେମ୍ବର ୧ ତାରିଖରୁ ସ୍କୁଲ ଖୋଲିବାର ଥିଲା । ମାତ୍ର କୋଭିଡର ଓମିକ୍ରନ୍ ଭ୍ୟାରିଆଣ୍ଟକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ୧୫ ତାରିଖରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବପରି ଅନଲାଇନ କ୍ଲାସ ଜାରି ରହିବ । ବିଏମସିର ଶିକ୍ଷା ଅଧିକାରୀ ରାଜୁ ତଡୱୀ କହିଛନ୍ତି ଯେ ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ନୂଆ ଭ୍ୟାରିଆଣ୍ଟ ଏବଂ ସ୍କୁଲଗୁଡିକର ସାନିଟାଇଜେସନକୁ ଦୃଷ୍ଟିରେ ରଖି ୧୪ ତାରିଖ ଯାଏଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହାପରେ ବି ଯଦି ଓମିକ୍ରନ୍ ଭ୍ୟାରିଆଣ୍ଟର ଭୟାବହତା ଅଧିକ ରୁହେ ତେବେ ଆହୁରୀ କଠୋର ହେବାକୁ ପଡିବ । ଏହାକୁ ରୋକିବାକୁ କଡା ପଦକ୍ଷେପ ନିଆଯିବ । ଛାତ୍ରଛାତ୍ରୀଙ୍କ ପାଇଁ ବର୍ତ୍ତମାନ ଅନଲାଇନ କ୍ଲାସ ଚାଲୁରହିବ ।
ଡିସେମ୍ବର ପହିଲାରୁ ଖୋଲିବନି ସ୍କୁଲ, ଓମିକ୍ରନ୍ ଭ୍ୟାରିଆଣ୍ଟ ପାଇଁ ଗାଇଡଲାଇନ ଜାରି
|
December 1, 2021 |