ଡାହାଣୀ ସନ୍ଦେହରେ ପରିବାରକୁ ସାମାଜିକ ବାସନ୍ଦ ସହ ହତ୍ୟା ଧମକ

Spread the love
ରାଉରକେଲା, ୨୩/୦୭ (ସନ୍ଧାନ ନିଉଜ): ସୁନ୍ଦରଗଡ଼ ଜିଲ୍ଲାରୁ ପୁଣି ସାମ୍ନାକୁ ଆସିଲା ଗୁଣି ଗାରେଡି ଘଟଣା। ଡାହାଣୀ ଓ ଗୁଣି ଗାରେଡି ସନ୍ଦେହରେ ସୁନ୍ଦରଗଡ଼ ବିରମିତ୍ରପୁର ରତାଖଣ୍ଡି ଗାଁର ଏକ ପରିବାରକୁ ସାମାଜିକ ବାସନ୍ଦ ସହ20 ହଜାର ଟଙ୍କା ଜରିମାନା ଦାବି କରିଛନ୍ତି ଗାଁ ଲୋକେ । କେବଳ ଏତିକି ନୁହେଁ ଗାଁ ଛାଡି ଚାଲିଯିବାକୁ ମିଳୁଛି ହତ୍ୟା ଧମକ।

ବିରମିତ୍ରପୁର ଥାନାରେ ମାମଲା ରୁଜୁ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ରତାଖଣ୍ଡି ଗାଁର ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହ କରି ଏଭଳି କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ମହିଳାଙ୍କ ସ୍ବାମୀ। ପରିବାରଙ୍କୁ ନିଆଁ ପାଣି ବାସନ୍ଦ ସହ ଗାଁ ଛାଡି ଚାଲିଯିବାକୁ ଦିଆଯାଉଛି ବାରମ୍ବାର ଧମକ।

ପୋଲିସ ମାମଲା ରୁଜୁ କରି ବିବାଦର ସମାଧାନ ପାଇଁ ଉଦ୍ୟମ କରୁଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ରତାଖଣ୍ଡି ଗାଁରେ ଏହା ପୂର୍ବରୁ ମଧ୍ୟ ଘଟି ସାରିଛି ସମାନ ଘଟଣା। ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ନିର୍ମମ ହତ୍ୟା କରାଯାଇଥିବାବଳେ ସେ ଘଟଣାରେ ଗିରଫ ହୋଇଥିଲେ 14 ଜଣ ।

Related Posts

About The Author

Add Comment