ଚିତ୍ରଡା, ୨/୧୧(ସନ୍ଧାନ ନ୍ୟୁଜ୍)-ସମାନ ଅନିୟମିତତା ଓ ଜାଲିଆତି କରି ମୟୁରଭଞ୍ଜ ଜିଲା ଚିତ୍ରଡା ଉପଡାକଘର ଅଧୀନରେ ଏଜେଣ୍ଟ ଭାବେ କାର୍ଯ୍ୟ କରୁ ଦୁଇଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କର ଲାଇସେନ୍ସ ରଦ୍ଦ ହୋଇଥିବା ବେଳେ ଅନ୍ୟ ଜଣେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଏଠାରେ ଦୁର୍ନୀତିର ଚେର ବହୁ ଦୂରକୁ ଲମ୍ବି ଯାଇଛି ଯେଉଁଥିରେ ବିଭାଗୀୟ ଅଧିକାରୀଙ୍କ ହାତ ଆଇନ କମିଶନ ଆକାରରେ ଲକ୍ଷଲକ୍ଷ ଟଙ୍କା ଭପାଳନ କରାଯାଉଛି। ଅଭିଯୋଗରୁ ଜଣାପଡିଛି ଯେ ଚିତ୍ରଡା ଉପ ଡାକଘରର ଜଣେ କର୍ମଚାରୀଙ୍କ ସ୍ତ୍ରୀ ଡାକ ବିଭାଗ ନିୟମକୁ ଉଲ୍ଲଂଘନ କରି ମିଥ୍ୟା ସତ୍ୟପାଠ ବଳରେ ଡାକ ବିଭାଗ ଏଜେଣ୍ଟ ଭାବେ ଲାଇସେନ୍ସ ହାତେଇ କାର୍ଯ୍ୟ କରୁଥିଲେ। ଏହା ବିରୋଧରେ ନୀଳଗିରି ନାଗରିକ ମଞ୍ଚ ସଭାପତି ଭାଗିରଥ ଦାସ ଅଭିଯୋଗ କରିବାରୁ ତାଙ୍କର ଏଜେନ୍ସି ଲାଇସେନ୍ସ ରଦ୍ଦ କରାଯାଇଛି । କିନ୍ତୁ ନିୟମ ଓ ଆଇନ ଦୃଷ୍ଟିରୁ ମିଥ୍ୟା ସତ୍ୟପାଠ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ କି ଲକ୍ଷଲକ୍ଷ ଟଙ୍କା କମିଶନ ଅର୍ଥ ସରକାରୀ ତହବିଲକୁ ଗଲା ନାହିଁ । ସମାନ ଅନିୟମିତତା ଓ ଜାଲିଆତି କରି ଅନ୍ୟ ଜଣେ ଡାକ ବିଭାଗ କର୍ମଚାରୀଙ୍କ ସ୍ତ୍ରୀ ଏଜେନ୍ସି ଲାଇସେନ୍ସ ହାତେଇ ଏଜେଣ୍ଟ ଭାବେ ଚିତ୍ରଡା ଉପ ଡାକଘର ଅଧୀନରେ କାର୍ଯ୍ୟରତ। ତାଙ୍କ ବିରୋଧରେ ବାଲେଶ୍ବରର ପି.କେ ପାଢୀ ଡାକ ବିଭାଗ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଡାକ ବିଭାଗର ଏହି ପାତର ଅନ୍ତର ନୀତି ଏବେ ଚର୍ଚ୍ଚାକୁ ଆସିଛି । ୨୦୧୪ ମସିହାରୁ ଡାକ ବିଭାଗର ଏହି ଦୁର୍ନୀତିର ଚେର କ୍ଷମତା ଓ ଅର୍ଥ ବଳରେ ଲମି, ଚାଲିଥିବା ଅଭିଯୋଗ ହୋଇଛି । ଜନତାଙ୍କ ବିଶ୍ଵସନୀୟ ସଂସ୍ଥା ଡାକ ଘର ହୋଇଥିବା ବେଳେ କର୍ତ୍ତୃପକ୍ଷ ଏହା ଉପରେ ଦୃଢ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି । ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ବେଆଇନ ଭାବେ ଉପାର୍ଜନ କରାଯାଇଥିବା ବହୁ ଲକ୍ଷ କମିଶନ ଅର୍ଥ ସରକାରୀ ତହବିଲକୁ ଆସି ପାରନ୍ତା ବୋଲି ବହୁମତ ପ୍ରକାଶ ପାଇଛି । କ୍ଷମତା ଓ ଅର୍ଥ ବଳରେ ଚାପି ରହିଥିବା ଡାକ ବିଭାଗ ଦୁର୍ନୀତିର ଗନ୍ଧ ଏବେବି ବାରିହୋଇ ପଡୁଛି । କର୍ତ୍ତୃପକ୍ଷ ଦୃଢ ପଦକ୍ଷେପ ଗ୍ରହଣ କରି ଅବିଲମ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ଅନ୍ୟଥା କଥା ନ୍ୟାୟାଳୟକୁ ଯିବା ବୋଲି ଜଣାପଡିଛି।
ଡାକବିଭାଗ ଦୁର୍ନୀତି ନିବାରଣ
|
November 2, 2020 |