ଯାଜପୁର/ଧର୍ମଶାଳା,୧୫/୧୦(ସନ୍ଧାନ ନିୟୁଜ)-ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ଠାରେ ଆଜି ଜିଲା ପ୍ରଶାସନ ପକ୍ଷରୁ ଚଢାଉ କରି ବହୁ ଖାଦାନ ସିଜ କରିବା ସହ କେତେକ କ୍ରସରରେ ନାଲିଫିତା ବାନ୍ଧିଥିବା ଦେଖିଥିବା ମିଳିଛି । ରାଜସ୍ୱ ଫାଙ୍କି ପାଇଁ ସାରା ରାଜ୍ୟରେ ଚର୍ଚ୍ଚିତ ଥିବା ଡଙ୍କାରୀ କଳାପଥର ଖାଦାନରେ ଜାରି ହୋଇଛି ୧୪୪ ଧାରା ।
https://www.youtube.com/watch?v=As2Z0kzNlD4&list=UU0WIheFjaEyCJJZsGeM3VLA&index=1
ଆଜି ସକାଳ ୮ଟାରେ ଯାଜପୁର ଜିଲା ପ୍ରଶାସନର ଏକ ସ୍ୱତନ୍ତ୍ର ପ୍ରଶାସନିକ ଦଳ ଡଙ୍କାରୀ ଅଂଚଳରେ ବେଆଇନ ଭାବରେ ଦୀର୍ଘଦିନ ଧରି ଚାଲିଥିବା କଳାପଥର ସୈରାତ(ଖାଦାନ) ୧୪୪ଧାରା ଜାରି କରିବା ସହ ନିଜ ଦଖଲକୁ ନେଇ ଖାଦାନକୁ ସଂଯୋଗ କରୁଥିବା ରାସ୍ତାକୁ ଜେସିବ ମେସିନ ଦ୍ୱାରା ତାଡି ଦେଇଛନ୍ତି । ରାଜ୍ୟ ଜଙ୍ଗଲ ପରିବେଶ ବିଭାଗ ନିଦେ୍ର୍ଦଶକ ତଥା ପରିବେଶ ସ୍ୱତନ୍ତ ସଚ୍ଚିବଙ୍କ ଚିଠି ନଂ୨୭୧୮୪ / ଏଫ.ଆଣ୍ଡ ଇ ତାରିଖ୧୨/୧୦/୨୦୧୮ରେ ପରିବେଶ ମଞ୍ଜୁରୀ ନଥିବା କାରଣରୁ ଡଙ୍କାରୀର ୬/୧୧, ୬,୧/୧୪,୨ନଂ କ୍ୱାରୀକୁ ତୁରନ୍ତ ବନ୍ଦ ପାଇଁ ଜି୍ଲଲାପାଳଙ୍କୁ ଚିଠି ଲେଖିଥିଲେ । ଫଳରେ ଜିଲା ପ୍ରଶାସନ ତତ୍ପରତା ପ୍ରକାଶ କରିବା ସହ ଡଙ୍କାରୀରେ ଚାଲିଥିବା ବେଆଇନ ଖଣିକୁ ସଂଯୋଗ କରୁଥିବା ରାସ୍ତା ଓ ବିଦ୍ୟୁତ ଖୁଂଟି ଭାଙ୍ଗି ଦେଇଛନ୍ତି ।
ସୂଚନା ଯୋଗ୍ୟ ଦୀର୍ଘଦିନ ହେଲେ ଡଙ୍କାରୀ କଳାପଥର ଖାଦାନରେ ପଥର ମାଫିଆ ମାନେ ବେଆଇନ କବଜା କରି ଏ ଅଂଚଳରେ କଳାପଥର ସୌଦାଗର ପାଲଟିଛନ୍ତି । ବିନା ପରିବେଶ ମଞ୍ଜୁରୀ, ବେଗର ଲିଜରେ ଦୈନିକ ଲକ୍ଷ ଲକ୍ଷ ଟନ କଳାପଥର ଲୁଟ ପଛରେ ସ୍ଥାନୀୟ ପ୍ରଶାସନ ଓ ରାଜନେତାଙ୍କର ପ୍ରଛନ୍ନ ହାତ ଥିବା ଅଭିଯୋଗକ୍ରମେ ଘଟଣାରେ ମାନ୍ୟବର ଏନ.ଏଜି.ଟି ଓ ମହାମହିମ ରାଜ୍ୟପାଳ ଗଣେଶୀଲାଲ ଘଟଣାର ହସ୍ତକ୍ଷେପ କରି ତୁରନ୍ତ ଏହାର ତଦନ୍ତ ନିଦେ୍ର୍ଦଶ ଦେଇଥିଲେ । ଫଳରେ ୫/୧୦ରେ ଏନ.ଜି.ଟିଙ୍କ ନିଦେ୍ର୍ଦଶରେ ସି.ଆର.ଏକ ସ୍ୱତନ୍ତ୍ର ଟିମ ଉକ୍ତ ଅଂଚଳ ଗ୍ରସ୍ତ କରି ନିଜର ଅସନ୍ତୋଷ ବ୍ୟକ୍ତ କରି ଫେରିଯାଇ ତୁରନ୍ତ ଏହି ବେଆଇନ ଖଣିକୁ ବନ୍ଦ ପାଇଁ ନିଦେ୍ର୍ଦଶ ଦେଇଥିବା ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଥିଲେ । ସେହି ଆଧାରରେ ଆଜି ଉକ୍ତ ଖଣି ଗୁଡିକ ଉପରେ ୧୪୪ଧାରା ଜାରି କରାଯିବା ସହ ନାଲି ପତକା ଲଗାଯାଇଛି । କ୍ୱରୀ ନଂ ୬/୧୧ମହେନ୍ଦ୍ର ସ୍ୱାଇଂ ଓ କ୍ୱରୀ ନଂ ୬ ସୁବାଷ ଜେନା, କ୍ୱାରୀ ନଂ ୧/୧୪ଜ୍ୟୋସ୍ନା ଜେନା, କ୍ୱାରୀ ନଂ୨ ସୁବାଷ ଜେନା, ୩,୪ ଓ୫ ନଂ କ୍ୱାରୀରେ ୧୪୪ଧାରା ଜାରି କରାଯାଇଛି । ଖାଦାନକୁ ଲାଗି ରହିଥିବା ରଞ୍ଜି ଜେନାଙ୍କ ମେଗା କ୍ରସରର ଓଜନ କଂଟାକୁ ତାଡି ଫୋଫାଡିଦେବା ସହ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି । ସଂଯୋଗ ପାଇଁ ଲାଗିଥିବା ଖୁଂଟି ଗୁଡିକ ମଧ୍ୟ ଭାଙ୍ଗି ଦିଆଯାଇଛି । କ୍ରସରରେ ମହଜୁଦ ଥିବା ଚିପ୍ସର ଉସô ଖୋଜିବା ସହ ଏହା କେତେ ପରିମାଣର ଏବଂ ଆନୁମାନିକ ମୁଲ୍ୟ କେତେ ଏହାର ଆକଳନ କରାଯିବା ପାଇଁ ମାପ କରାଯାଇଛି ।
ଆଗାମୀ ଦିନରେ ଏକ ମିଳିତ ତଦନ୍ତ ଦଳ ଗଠନ କରାଯାଇ ବେଆଇନ ଭାବେ ଗଢି ଉଠିଥିବା କ୍ରସର ଓ ଖାଦାନ ଗୁଡିକ ଉପରେ ଚଢଇଉ ଜାରି ରହିବ ବୋଲି ଏସ.ଡି.ପି.ଓ କେଦାରନାଥ ସାହୁ ସୂଚନା ଦେଇଥିଲେ । ଆଗାମୀ ଦିନରେ ଏଠାରେ ଏକ ବୃହତ ତୈଳ ପ୍ରକଳ୍ପ ନିର୍ମାଣ ହେବାକୁ ଥିବାରୁ ଆଖପାଖ ଅଂଚଳରୁ ଏହି ବେଆଇନ ଖାଦାନ ଓ କ୍ରସର ଗୁଡିୁ ଉଛେଦ କରାଯାଉଥିବା ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି । ଅପର ପକ୍ଷରେ ବର୍ଷ ବର୍ଷ ଧରି ଚାଲୁଥିବା ଏ ଅଂଚଳର ବିଛାଖଣ୍ଡି, ମୌଳାଭଞ୍ଜ, ବାଘୁଆ ୨ନଂ, ରାହାଡପୁର, ମାଳଗୁଡା, ବାଜବାଟି, ଆରୁହା,ଜାବରାଥଳି ଆଦି ପାହାଡରେ ଶହଶହ ବେଆଇନ ଖାଦାନ ରାଜସ୍ୱ ଓ ଜଙ୍ଗଲ ବିଭାଗ ଯାଗାରେ ଚାଲୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ସାଧାରଣରେ ଆଲୋଚନା ହେଉଛି । ରଞ୍ଜି ଜେନାଙ୍କ କ୍ରସରରେ ମହଜୁଦ ଥିବା ଚିପ୍ସ ଆକଳନ କରାଯାଇଥିଲେ ମଧ୍ୟ ପାଖାପାଖି ଅନେକ ମେଗା କ୍ରସରରେ ତା ଠାରୁ ଅଧିକ ଚିପ୍ସ ମହଜୁଦ ରହିଛି । ଏହା ଉପରେ ପ୍ରଶାସନ କେବେ ଚଢାଉ କରିବ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଛେଦ ସମୟରେ ଏକ ଜେସିବ ମେସିନ ଦୁର୍ଘଟଣା ଗ୍ରସ୍ତ ହୋଇ ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି । ଘଟଣା ସ୍ଥଳରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଏସ.ପି.ଚରଣ ସିଂ ମୀନା, ଏଡି.ଏମ.ମିହିର ପ୍ରସାଦ ମହାନ୍ତି, ଖଣି ଉପ ପନିଦେ୍ର୍ଦଶକ ଅସୀତ ଜେନା, ଜଙ୍ଗଲ ବିଭାଗ ମନୋରଞ୍ଜନ ସ୍ୱାଇଁ, ସ୍ଥାନୀୟ ତହସିଲଦାର ଇନଚାର୍ଜ ଶୀତଳ ଅଗ୍ରଓାଲା, ଜେନାପୁର ଥାନାର ଭାରପ୍ରାପ୍ତ ଅଧିକାରୀ ଶୁଶାନ୍ତ କୁମାର ଦାସ, ଶରତ ଚନ୍ଦ୍ର ପାତ୍ର, ଧର୍ମଶାଲା ଥାନାର ଉମାକାନ୍ତ ନାୟକ, ବିଦ୍ୟୁତ ବିଭାଗର ଯନ୍ତୀ ଏବଂ ୨ ପ୍ଳାଟୁନ ଫୋର୍ସରୁ ଅଧିକ ସାମିଲ ଥିଲେ । ପୂର୍ବରୁ ଜିଲା ପ୍ରଶାସନ ୫୩ନଂ ଜାତୀୟ ରାଜପଥ ପାର୍ଶ୍ୟରେ ଥିବା କ୍ରସର ଗୁଡିକୁ ଏକ ଟ୍ୟାସ୍କ ଫୋର୍ସ ମାଧ୍ୟମରେ ଉଛେଦ କରିବାକୁ ଯାଇ କ୍ରସରର ବିଦ୍ୟୁତ ସଂଯୋଗ କାଟିବା ସହ ହମ୍ପର ଗୁଡିକୁ ତାଡି ଅଚଳ କରି ଦେଇଥିଲେ । କିଛିଦିନ ପରେ ସେହି କ୍ରସର ଗୁଡିକ ଖୁଲମ ଖୁଲା ଦିନ ଦ୍ୱିପ୍ରହରରେ ଚାଲୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷପ ଗ୍ରହଣ କରୁ ନାହିଁ । ଏଣୁ ଆଜିର ଏହି ଚଢାଉ କେତେଦୂର କାର୍ଯ୍ୟକାରୀ ହେବ ତାକୁ ନେଇ ସାଧାରଣରେ ସନେ୍ଦହ ଉପୁଜିଛି ।
ରିପୋର୍ଟ- ଦିପକ ମଲିକ, ସିଧ୍ୟେଶ୍ୱର ପଣ୍ଡା