ଡଗଓ୍ବେଲ ନିର୍ମାଣରେ ଅନିୟମିତତା ନେଇ ଲୋକାୟୁକ୍ତ ନିର୍ଦ୍ଦେଶକଙ୍କ ତଦନ୍ତ

Spread the love

ବାରିପଦା ୧୪/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କପ୍ତିପଦା ବ୍ଲକ୍ ଅଧିନ ବଡଖଲାଡି ଏମଜିଏନଆରଇଜିଏ ଯୋଜନାରେ ନିର୍ମିତ ହୋଇଥିବା ଡାଗଲ ଗୁଡିକରେ  ବ୍ୟାପକ ଅନିୟମିତତା ନେଇ ଲୋକାୟୁକ୍ତ ନିର୍ଦ୍ଦେଶକ ତଦନ୍ତ କରି ଫେରିଯାଇଛନ୍ତି । ରାଜକିଶୋର ନାୟକ ଏ ସଂକ୍ରାନ୍ତରେ ଗତ ୮ ଏପ୍ରିଲ ୨୦୧୯ରେ କପ୍ତିପଦା ବି.ଡି.ଓ, ଜିଲ୍ଲାପାଳ ଓ ପିଡି ଡିଆରଡିଏଙ୍କୁ ଜଣାଇବା ସହିତ ୪ ଡିସେମ୍ବର ୨୦୧୯ରେ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ । ଲୋକାୟୁକ୍ତ ଅଭିଯୋଗର ଗୁରୁତ୍ଵକୁ ଦୃଷ୍ଟିରେ ରଖୁ ଏଇୟାଇ-୬୩୫/୨୦୧୯ରେ ଏକ ମାମଲା ରୁଜୁ କରିଥିଲେ । ଲୋକାୟୁକ୍ତଙ୍କ ପକ୍ଷରୁ ତଦନ୍ତକାରୀ ଟିମର ନିର୍ଦ୍ଦେଶକ ତ୍ରିଲୋଚନ ପ୍ରଧାନଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଶ୍ରୀ ପ୍ରଧାନ ବୁଧୁବାର ତାଙ୍କ ଟିମ୍ ସହିତ ବଡଖଲାଡି ଫଚାୟତରେ ପହଞ୍ଚି ଏହାର ରେକର୍ଡ ପତ୍ର ଯାଞ୍ଚ କରିଛନ୍ତି । ଏତଦବାତ୍ କାର୍ଯ୍ୟ ହୋଇଥୁବା ସ୍ଥାନକୁ ଯାଇ ତଦନ୍ତ କରିବା ସହିତ ଗ୍ରାମବାସୀଙ୍କ ବୟାନ ସଂଗ୍ରହ କରିଛନ୍ତି । ତଦନ୍ତ ସମୟରେ ବ୍ଲକ୍ ସହକାରୀ ଯନ୍ତ୍ରୀ ସଦାଶିବ ବେହେରା, ଏବିଡିଓ ବିଦ୍ୟା ନାଏକ, ସରଫଚ ରାଜଶ୍ରୀ ମାରାଣ୍ଡି, କନିଷ୍ଠ ଯନ୍ତ୍ରୀ, ଏପିଓ ବିରବଲ ସିଂ, ପି.ଇ ଓ  ଓ ଜିଆରଏସ ପ୍ରମୁଖ ଉପସ୍ଥିତ ଥିଲେ । ଏ ସମ୍ପର୍କରେ କପ୍ତିପଦା ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହନ୍ତି, ନିର୍ଦ୍ଦେଶକ ହିତଧିକାରୀଙ୍କ ପରିବାର ଓ ଏହି ପ୍ରକଳ୍ପରେ କାମ କରୁଥିବା ଶ୍ରମିକ ମାନଙ୍କ ସହିତ କଥା ହେବା ସହିତ ମଷ୍ଟରରୋଲ, ଶ୍ରମିକମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ସହିତ ଯନ୍ତ୍ରୀଙ୍କ ମାଧ୍ୟମରେ ପ୍ରକଳ୍ପଗୁଡିକର ମାପ କରାଇଥିଲେ। ଜଙ୍ଗଲ ଓ ଗୋଚର ଜମି ସମ୍ପର୍କରେ ତହସିଲଦାରଙ୍କ ସହିତ ମଧ୍ୟ। ଆଲୋଚନା କରି ରିପୋର୍ଟ ମାଗିଛନ୍ତି । ଏସଂପର୍କରେ ବଡ଼ଖଲାଡ଼ି ସରପଞ୍ଚ । ଶ୍ରୀମତୀ ମାରାଣ୍ଡିଙ୍କୁ ପଚାରିବାରୁ ସେ କହନ୍ତି, ଏଥିରେ କିଛି ଅନିୟମିତା ହୋଇନାହିଁ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment