ମାଣତ୍ରୀ, 08.12.2020 (ଲିଙ୍ଗରାଜ ପଣ୍ଡା) : ସାହି ଭିତରକୁ ଭଲ ରାସ୍ତାଟିଏ ନାହିଁ ଲୋକେ ଯା’ ଆସ ପାଇଁ ହଇରାଣ ହେଉଛନ୍ତି ଏପରି ସ୍ଥିତିରେ ସାହି ଭିତରକୁ ରାସ୍ତାକାମ ନ କରି ଗାଁ ବାହାରକୁ ପୋଖରୀ ହୁଡ଼ାକୁ ରାସ୍ତା ନିର୍ମାଣ ହେଉଛି ଏହି ଅନାବଶ୍ୟକ ସ୍ଥାନକୁ ରାସ୍ତା ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ବଡ଼ ସାହି ବ୍ଲକ୍ ଅଧୀନ ଦେଉଳିଆ ଗ୍ରାମବାସୀ ଏ ସମ୍ପର୍କରେ ଅଭିଯୋଗ ଉଠାଇ ଉକ୍ତ ରାସ୍ତାକାମ ବାତିଲ କରିବାକୁ ଦାବି କରିଛନ୍ତି । ଅଭିଯୋଗ ଅନୁସାରେ ବଡ଼ସାହି ବ୍ଲକ୍ ଦେଉଳିଆ ଗାଁ ୭ନଂ ୱାର୍ଡ ରାଉତସାହିରେ ପ୍ରଭାକର ଲେଙ୍କାଙ୍କ ଘରଠାରୁ ଆଖୁ ଆଗଡ଼ି ଆ ପୋଖରୀ ହୁଡ଼ା ପର୍ଯ୍ୟନ୍ତ ଏକ କଂକ୍ରିଟ୍ ରାସ୍ତା ନିର୍ମାଣ ହୋଇଥିଲା । ଗତ ଡିସେମ୍ବର ୪ ତାରିଖରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା କାମ ପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି ବିଧାୟକଙ୍କ ସ୍ୱତନ୍ତ୍ର ଅନୁଦାନରୁ ଏହି ଅର୍ଥ ମଞ୍ଜୁର ହୋଇଥିବା ଫଳକରେ ଦର୍ଶାଯାଇଛି କିନ୍ତୁ ଫଳକରେ ଦୈନିକ ମଜୁରି, ୱାର୍କଅର୍ଡର ସମ୍ପର୍କରେ କିଛି ଉଲ୍ଲେଖ କରାଯାଇ ନ ଥିବା ଦେଖବାକୁ ମିଳିଛି । ଏପରିକି ରାସ୍ତାକାମରେ ଅନିୟମିତତା ହେଉଥିବା ବେଳେ ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତରାରେ କାର୍ଯ୍ୟଟି ହେଉଥିବା ନା ଅଭିଯୋଗ ଉଠିଛି କଂକ୍ରିଟ୍ ରାସ୍ତାଗୁଡ଼ିକ ଗ୍ରାମ ଓ ବସ୍ତି ଭିତରେ ନିର୍ମାଣ ହେବାର ନିୟମ ଥିବା ବେଳେ ଉକ୍ତ କଂକ୍ରିଟ୍ ରାସ୍ତାଟି ଗାଁ କିମ୍ବା ବସ୍ତି ଭିତରେ ନ ହୋଇ ପୋଖରୀ ହୁଡ଼ାକୁ ଯିବା ପାଇଁ ନିର୍ମାଣ ହେଉଛି ରାସ୍ତା ପାଇଁ ବ୍ୟୟ ଅଟକଳ ପ୍ରସ୍ତୁତ ସମୟରେ ଦାୟିତ୍ବରେ ଥିବା ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଏହି କାର୍ଯ୍ୟାଦେଶକୁ କିପରି ମୋହର ଲଗାଇଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଏଣୁ ଅନାବଶ୍ୟକ ସ୍ଥାନରେ ନିର୍ମିତ ହେଉଥିବା ଏହି କଂକ୍ରିଟ୍ ରାସ୍ତାକୁ ବାତିଲ କରାଯାଇ ସାହି ଭିତରେ ଥିବା ପୁରୁଣା ରାସ୍ତାକାମ ତ୍ବରାନ୍ବିତ କରିବା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି । ଏ ସମ୍ପର୍କରେ ସାମ୍ବାଦିକ ବୃକ୍ ଯନ୍ତ୍ରୀ ପ୍ରେମଚାନ୍ଦ ଦଣ୍ଡପାଟଙ୍କୁ ପଚାରିବାରେ ଫଳକ କିମ୍ବା କାର୍ଯ୍ୟ ବାବଦରେ କୌଣସି ସୂଚନା ଦେଇପାରି ନ ଥିଲେ ଏହାର ଠିକ୍ ୧୦ ମିନିଟ୍ ପରେ ଠିକାଦାର ଜଣଙ୍କ ଫୋନ କରି ସାମ୍ବାଦିକଙ୍କୁ ଅଶ୍ମୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହାସହ ନାନା ଧମକ ଚମକ ଦେଇଥିଲେ ବୋଲି ସାମ୍ବାଦିକ ଜଣକ ବଡ଼ସାହି ଥାନାରେ ଲିଖୁତ ଅଭିଯୋଗ କରିଛନ୍ତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରାଯାଇଛି ।


