ଠାକୁର ନିଗମାନନ୍ଦ ଆଶ୍ରମରେ ପୂଜାର୍ଚ୍ଚନା

Spread the love

ଧର୍ମଶାଳା ୧୩/୧୧ (ସନ୍ଧାନ ନିୟୁଜ) ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ନୀଳାଚଳ ସାରସ୍ୱତ ସଂଘ ପୁରୀ ଦ୍ୱାରା ପରିଚାଳନା ଧର୍ମଶାଳା ସ୍ଥିତ ଜାରକା ସଂଘ ନିଗମାନନ୍ଦ ଆଶ୍ରମରେ ପୂଜାର୍ଚ୍ଚନା ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ସାଢ଼େ ୫ଟା ଯଥାବିଧି ଆବାହନ ଜାଗରଣ, ପ୍ରତୀକ୍ଷା ଆରତୀ ପରେ ସଂଗୀତ ପରିବେଷଣ କରାଯାଇଥିଲା । ଗାୟକ ନିରଞ୍ଜନ ସାହୁ, ରାମଚନ୍ଦ୍ର ସାହୁ, ସଂଗୀତ ପରିବେଷଣ କରିଥିବାବେଳେ ସଚ୍ଚିଦାନନ୍ଦ ମହାନ୍ତି, ସନ୍ଦିପ୍ତ କୁମାର ମହାନ୍ତି ପୂଜକ ଅଭିରାମ ମହାପାତ୍ର , କୃଷ୍ଣଚନ୍ଦ୍ର ବୋଇତେଇ ପ୍ରମୁଖ ବନ୍ଦନା ସ୍ତୋତ୍ର କରିଥିଲେ । ବୈଦ୍ୟନାଥ ମହାନ୍ତି ଏକ ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ କାର୍ତିକ ପୂର୍ଣ୍ଣିମାର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅଭିଶକ୍ତ ମହାପାତ୍ର ନାମ ନେଇ ନାମ ସ୍ମରଣ ମାଧ୍ୟମରେ ଠାକୁର ନିଗମାନନ୍ଦଙ୍କ ମହିମା ଉପରେ ବକ୍ତବ୍ୟ ରଖିଥିଲେ । ସଂଘ ସଂପାଦକ ଧରଣୀଧର ପୃଷ୍ଟି ସମସ୍ତ ସେବା ବିଭାଗ ଓ ନିଜକୁ ଆଧ୍ୟାତ୍ମିକ ଦିଗ ଉପରେ ନିଜକୁ ପ୍ରତିପାଦିତ ଉପରେ ସୂଚନା ଦେଇଥିଲେ । ଭାଇ ପୁରୁଷୋତମ ଜେନା , ସୁଶାନ୍ତ ସାହୁ, ଶତିକାନ୍ତ ମହାନ୍ତି, ଦେବବ୍ରତ ସାହୁ, ଶ୍ୟାମସୁନ୍ଦର ସିଂ , ସମେତ ଜୟଗୁରୁ ଆଶ୍ରିତ ବହୁ ର୍ମା ଭଉଣୀମାନେ ଯୋଗଦେଇଥିଲେ ।

Related Posts

About The Author

Add Comment