ଟ୍ରେନ ଧକ୍କରେ ୨ ଟି ହାତୀର ମୃତ୍ୟୁ

Spread the love

ସୁନ୍ଦରଗଡ , ୦୪/୦୨/୨୦୨୧ (ସନ୍ଧାନନିଉଜ) ଆଜି  ସକାଳ ପ୍ରାୟ ୩ ଟା ବେଳେ ମାଲବାହୀ ଟ୍ରେନ ର ଧକ୍କାରେ ଗୋଟିଏ ଦନ୍ତା ହାତୀ ଏବଂ ଗୋଟିଏ ମାଇ  ହାତୀର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣI ପଡିଛି l ମିଳିଥିବା ସୂଚନା ଅନୁସାରେ ରାତି ପ୍ରାୟ ୩ ଟା ବେଳେ ଗୋଟେ ହାତୀ ପଲ ରାଉରକେଲା , ବିଶ୍ରା ବ୍ଲକ ର ମହିପାଣି ଗ୍ରାମର ରେଳ ଲାଇନ ଅତିକ୍ରମ  କଲା ସମୟରେ ସେଇ ଲାଇନ ଦେଇ ଆସୁଥିବା ଏକ ମାଲ ବାହୀ ଟ୍ରେନ ନଂ(କ୍ସ୯୮୭୨୦)  ହାତୀ ପଲ ଙ୍କୁ ଧକ୍କା ମାରିଥିବା ଜଣାପଡିଛି l  ମିଳିଥିବା ସୂଚନା ଅନୁସାରେ ଘଟଣା ସ୍ଥଳରେ ହିଁ ଗୋଟିଏ ଦନ୍ତା ହାତୀ ଏବଂ ଗୋଟିଏ ମାଇଁ ହାତୀର ମୃତ୍ୟୁ ଜଣIପଡିଛିI l ଏହି  ଘଟଣାରେ ଟ୍ରେନର କିଛି କ୍ଷତି ଘଟି ନାହିଁ କି ଟ୍ରେନ କି ଟ୍ରେନ ଲାଇନ ଚ୍ୟୁତ ହୋଇନଥିବା ଜଣା ପଡିଛି I ତେବେ ଏକI ସାଙ୍ଗରେ ଦୁଇ ଦୁଇଟି ହାତୀ ର ମୃତ୍ୟୁ ଘଟିବା ବନବିଭାଗ ତରଫରୁ ଏକ  ଦୁଖଦଃ ଘଟଣା ବୋଲି କୁହାଯାଇଛି l

Related Posts

About The Author

Add Comment