ବାରିପଦା, 01.02.2021, ( ସନ୍ଧାନ ନିଉଜ୍ ):- ଟ୍ରିପ୍ ଆଡ୍ଭାଇଜର ପକ୍ଷରୁ ‘ଟ୍ରାଭେଲର୍ସ ଚୟସ୍ ଆଓ୍ବାର୍ଡ ୨୦୨୧’ର ଘୋଷଣା ହୋଇଛି। ଏହି ଲିଷ୍ଟରେ ଚଳିତବର୍ଷ ପାଇଁ ୨୫ଟି ଭ୍ରମଣ ସ୍ଥାନକୁ ସାମିଲ କରାଯାଇଛି। ଇଣ୍ଡୋନେସିଆର ବାଲି ସହର ଶୀର୍ଷରେ ସ୍ଥାନ ଅଧିକାର କରିଛି। ତେବେ ଏହି ଲିଷ୍ଟରେ ଭାରତର ୩ଟି ବଡ଼ ସହର ମଧ୍ୟ ସ୍ଥାନ ପାଇଛି । ପ୍ରଥମେ ଇଣ୍ଡୋନେସିଆର ବାଲି ସହର ଥିବା ବେଳେ ତା ତଳକୁ ଲଣ୍ଡନ ରହିଛି। ୟୁଏଇର ଦୁବାଇ ଭ୍ରମଣକାରୀଙ୍କ ତୃତୀୟ ପସନ୍ଦ ସ୍ଥାନ ହୋଇଥିବା ବେଳେ ତା ତଳକୁ ଫ୍ରାନ୍ସର ପ୍ୟାରିସ୍ ରହିଛି। ଏହି ଭଳି ଭାବେ ଇଟାଲିର ରୋମ, ଭିଏତନାମର ହନୋଇ, ଥାଇଲାଣ୍ଡର ବ୍ୟାଙ୍କକ, ୟୁରୋପର ବାର୍ସିଲୋନା, ତୁର୍କୀର ଇସ୍ତାନବୁଲ, ଭିଏତନାମର ହୋଇ ଏନ୍, କାମ୍ବୋଡିଆର ସିଏମ ରିପ୍, ମୋରକ୍କୋର ମାରାକେଚ୍, ଥାଇଲାଣ୍ଡର ଫୁକେଟ ସ୍ଥାନ ପାଇଛି। ଭାରତରୁ ନୂଆ ଦିଲ୍ଲୀ ଏହି ଲିଷ୍ଟରେ ସ୍ଥାନ ପାଇଛି। ଭାରତର ରାଜଧାନୀ ନୂଆଦିଲ୍ଲୀ ଦୁନିଆର ସବୁଠୁ ପସନ୍ଦ ଭ୍ରମଣ ସ୍ଥାନ ମଧ୍ୟରେ ସ୍ଥାନ ପାଇଛି। ମେକ୍ସିକୋର କ୍ୟାନକନ, ପଲାୟା ଡେଲ କାରମେନ, ଇଟାଲିର ପ୍ଲୋରେନ୍ସ ଏହି ଲିଷ୍ଟରେ ରହିଛି। ଭାରତର ଉଦୟପୁର ଭ୍ରମଣକାରୀଙ୍କ ପସନ୍ଦଯୋଗ୍ୟ ଭ୍ରମଣ ସ୍ଥାନ ଭାବେ ସ୍ଥାନ ପାଇଛି । ସେହିଭଳି ସ୍ପେନର ଟେନେରାଇଫ୍, ପର୍ତ୍ତୁଗାଲର ଲିସ୍ବନ, ଆମେରିକାର ନ୍ୟୁୟର୍କ, ବ୍ରିଟେନ୍ର ଏଦିନବର୍ଗ, ଭାରତର ଜୟପୁର, ପେରୁର କୁସ୍କୋ ମଧ୍ୟ ୨୫ ସବୁଠୁ ଅଧିକ ପସନ୍ଦ କରାଯାଉଥିବା ଟୁରିଷ୍ଟ ଡେଷ୍ଟିନେସନରେ ସ୍ଥାନ ପାଇଛି।
‘ଟ୍ରାଭେଲର୍ସ ଚୟସ୍ ଆଓ୍ବାର୍ଡ ୨୦୨୧’ର ଘୋଷଣା
|
February 1, 2021 |