ଟିପ ନମିଶିବା କାଳ ହେଲା: ଖାଦ୍ୟ ସୁରକ୍ଷାରୁ ବଞ୍ଚôତ ହେଲେ ବିଧବା ମହିଳା

ଜେନାପୁର, ୨୧/୨/୨୦ (ସନ୍ଧାନ ନିଉଜ/ ପ୍ରଶାନ୍ତ ସାମଲ) : ଧର୍ମଶାଳା ବ୍ଲକ ୧୧ନଂ ଜୋନରେ ଥିବା ଅନେକ ଗାଁରେ ଲୋକମାନଙ୍କର ରାସନ ପଞ୍ଚିଙ୍ଗ ମେସିନରେ ଟିପ ମେଳ ଖାଉନଥିବାରୁ ସେମାନେ ଏବେ ଜାତୀୟ ଖାଦ୍ୟ ସିୁରକ୍ଷା ଯୋଜନାରୁ ବଞ୍ଚôତ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଧର୍ମଶାଳା ବ୍ଲକ ଏଣ୍ଡଳବା ପଂଚାୟତର କାଂଚନ ଦେଇ(ସାଳୁଆଣି),ଓଲା ବେୱା(କଲାଣ୍ଡ), ହାର ବେୱା(ପାଟପୁର), କୈଳାସୀ ମଳିକ(ଏଣ୍ଡଳବା), ଶଙ୍କର୍ଷଣ ନାୟକ(ବିଛାଖଣ୍ଡି), ସୁଷମା ମହାରଣା(ମହନ୍ତ ଷୋହଳ) ସମେତ ଅନେକ ହିତାଧିକାରୀ ଏହି ଯୋଜନାରୁ ବଞ୍ଚôତ ହୋଇଛନ୍ତି । ପୁର୍ବରୁ ଏମାନେ ରାସନ କାର୍ଡ ବହିରେ ରାସନ ପାଉଥିଲେ । ଏମାନଙ୍କ ମଧ୍ୟରୁ ଅନେକ ବିଧବା ମହିଳା ଅନ୍ତର୍ଭୁକ୍ତ ଅଛନ୍ତି । ଟିପ ପାଇଁ ଚାଉଳ ନପାଇବାରୁ ଏମାନେ ଏକ ପ୍ରକାର ହତାସ ହୋଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି କି ନବିନ ବାବୁ ଆମକୁ ଚାଉଳ ଦେଉଛନ୍ତି ହେଲେ ଡିଲର ଆମକୁ ଭିଭିନ୍ନ ଆଳ ଦେଖାଇ ଚାଉଳ ନଦେଇ ଫେରାଇ ଦେଉଥିବାର ଆମେ ବିଡିଓଙ୍କୁ ଫେରାଦ ହେବୁ । ଯୋଗାଣ ଅଧିକାରୀ ନିିଜେ ଏହିଭଳି ଲୋକମାନଙ୍କୁ ଚାଉଳ ନଦେବାକୁ ସୁଲଭ ମୂଲ୍ୟ ଦୋକାନିକୁ ତାଗିଦ କରିଥିବା ଦୋକାନି ରଞ୍ଜନ କୁମାର ସ୍ୱାଇଁ କହିଛନ୍ତି । ଏହି ନିରାଶ୍ରୟ ଲୋକମାନେ ନିଜର ପ୍ରାପ୍ୟ ଖାଦ୍ୟ ସଶ୍ୟ ପାଇଁ ନିକଟସ୍ଥ ସୁଲଭ ମୂଲ୍ୟ ଦୋକାନକୁ ଯାଇ ସେଠାରୁ ଚାଉଳ ଗହମ ନପାଇ ନିରାଶ ହୋଇ କାନ୍ଦି କାନ୍ଦି ଫେରୁଛନ୍ତି । ପ୍ରତ୍ୟକ ମାସରେ ଏହି ଲୋକମାନେ ସୁଲଭ ମୂଲ୍ୟ ଦୋକାନରୁ ଖାଦ୍ୟ ସାମଗ୍ରୀ ପାଉଥିବା ବେଳେ ଏ ମାସରେ ସେମାନଙ୍କୁ ଦୋକାନୀ ଫେରାଇ ଦେଇଛି । ତୁମର ଟିପ ମିଶୁ ନାହିଁ । ଆଧାରରେ ଯେଉଁ ଟିପ ଚିହ୍ନ ଦେଇଛ ତୁମର ସେତେବେଳର ଟିପ ଚିହ୍ନ ସହିତ ଏବର ଟିପ ଚିହ୍ନ ମେଳଖାଉ ନଥିବାରୁ ତୁମକୁ ରାସନ ସାମଗ୍ରୀ ମିଳିବ ନାହିିଁ ବୋଲି ରୋକଠୋକ ସୁଣାଉଛନ୍ତି ଦୋକାନୀ । ଏ କାଥାକୁ କାର୍ଡଧାରି ବୁଝିବାକୁ ନାରାଜ । ତାଙ୍କ ମତରେ ସେମାନଙ୍କ ଚାଉଳ ଖଦ୍ୟ ସୁରକ୍ଷାରେ ଯୋଡି ହୋଇଛି । ତେବେ ଆମକୁ ଖାତାରେ କାହିଁକି ଦିଆ ନଜିବ । ଏହାର ତଦନ୍ତ କରି ଏହି ଲୋକମାନଙ୍କୁ ତାଙ୍କର ରାସନ ତୁରନ୍ତ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

Related Posts

About The Author

Add Comment