ସୁନ୍ଦରଗଡ଼ ତା:୨୦-୦୮-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଞ୍ଚାୟତର ଟିକିଲିପଡା ଗ୍ରାମର ମୁଖ୍ୟ ରାସ୍ତା ରୁ ରଉତିଆ ପଡା କୁ ଯାଇଥିବା ରାସ୍ତା ଟି ସୋଚନୀୟ ଅବସ୍ଥା ରେ ଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ଏହି ରାସ୍ତାଟି ର ଲମ୍ବ ପ୍ରାୟ ୨୦୦ମିଟର ଥିବା ବେଳେ ଏହି ଗ୍ରାମ ରେ ୨୦୦ ପରିବାର ବସବାସ କରନ୍ତି l ବର୍ଷା ଦିନେ ଏହି ରାସ୍ତା ରେ ଗାଡି ମଟର ଚଳାଇ ଯିବା ଆସିବା କଥା ତ ଦୂରର କଥା ଲୋକେ ଚାଲି ଚାଲି ଯିବା ପାଇଁ ଅସୁବିଧା ର ସମ୍ବୁଖିନ ହେଉଥିବା ଗ୍ରାମବାସି ପ୍ରକାଶ କରିଛନ୍ତି l ଗ୍ରାମ ପଂଚାୟତ ରେ ଗ୍ରାମ ସଭା ରେ ମଧ୍ୟ ଏହି ରାସ୍ତା ର ନିର୍ମାଣ ପାଇଁ ଲିଖିତ ଦରଖାସ୍ତ ଦେଇଥିଲେ ମଧ୍ୟ ଏହି ରାସ୍ତା ଉପରେ କାହାରି ନଜର ପଡୁ ନ ଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି l ହେଲେ ତଳସରା ପଞ୍ଚାୟତର ଅନେକ ସ୍ଥାନରେ ଉନ୍ନତି ମୁଲକ କାର୍ଯ୍ୟ ହେଉଛି ହେଲେ ବର୍ଷ ବର୍ଷ ଧରି ଏହି ରାସ୍ତା ତିଆରି ନ ହେବା ଏକ ବଡ ପ୍ରଶ୍ନ ? ଆଜି ମଧ୍ୟ ଏ ଅଞ୍ଚଳର ଯୋଜନା ଅପହଞ୍ଚ । ଅତିଶୀଘ୍ର ଏହି ରାସ୍ତା ଟି କୁ ନିର୍ମାଣ କରିବା ଅଞ୍ଚଳବାସୀ ଦାବି କରୁଥିବା ଜଣାପଡିଛି ।
ଟିକିଲିପଡା ମୁଖ୍ୟ ରାସ୍ତା ରୁ ରଉତିଆ ପଡା ଯାଇଥିବା ରାସ୍ତା ସଡ଼କ ଯୋଜନାରୁ ବଞ୍ଚିତ
|
August 20, 2026 |



