ଟାଙ୍ଗିଆ ଆକ୍ରମଣରେ ଗୁରୁତର ଆହତ ବ୍ୟକ୍ତିର କୋରାପୁଟ ମେଡିକାଲରେ ମୃତ୍ୟୁ

Spread the love

କୋରାପୁଟ ; ୨୩/୪ (ସନ୍ଧାନ ନିୟୁଜ) ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ନାଙ୍ଗାଗୁଡା ଜଙ୍ଗଳରେ ଟାଙ୍ଗିଆ ଆକ୍ରମଣରେ ଗୁରୁତର ଆହତ ବ୍ୟକ୍ତିର କୋରାପୁଟ ମେଡିକାଲରେ ମୃତ୍ୟୁ ହୋଇଯାଇଛି ।ଗତକାଲି ରାତ୍ରୀ ୧୧ଟାରେ ତୁଳ ଗଣ୍ଡ ନାମକ ବ୍ୟକ୍ତିର ମୁଣ୍ଡରେ ଟାଙ୍ଗିଆ ଲାଗିରହି ଗୁରୁତର ଭାବରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତି ହୋଇଥିଲା ।ଆଜି ସକାଳେ ତାର ମୁଣ୍ଡରେ କେତେ ଦୂର ଆହତ ହୋଇଛି ତାହା ଜାଣିବା ପାଇଁ ଡାକ୍ତରଙ୍କ ପରାମର୍ଶକ୍ରମେ ଏକ୍ସରେ ଓ ସିଟିସ୍କାନ କରିବାକୁ ସୁରକ୍ଷାକର୍ମି ସହାୟତାରେ ରୋଗ ନିରୂପଣ କେନ୍ଦ୍ରକୁ ନିଆଯାଇଥିଲା ।କିନ୍ତୁ ତାହା କରିବା ସମ୍ଭବପର ହୋଇ ନ ଥିଲା ।ତାର କେହି ସଂପର୍କିୟ ନ ଥିବାରୁ କଟକ କିମ୍ଭା ବ୍ରହ୍ମପୁର ସ୍ଥାନାନ୍ତର କରିବା ସମ୍ଭବପର ହୋଇ ନ ଥିଲା ବୋଲି ଡାକ୍ତର ଅଭିଷେକ ପାତ୍ର ସୂଚନା ଦେଇଥିଲେ ।ରକ୍ଷଣଶୀଳ ଭାବରେ ତାକୁ ଅବଲୋକନ କରାଯାଇଥିଲା ବୋଲି ସେ ପ୍ରକାଶ କରିଥିଲେ ।ଆଜି ରାତ୍ରୀ ୭ଘ.୨୫ମିନିଟ ସମୟରେ ତାର ମୃତ୍ୟୁ ହୋଇଯାଇଥିଲା ବୋଲି ସେ ପ୍ରକାଶ କରିଥିଲେ ।ତୂଳର ପୁଅ ଜଗବନ୍ଧୁ ଗଣ୍ଡ ଗତକାଲି ବାପା ତୁଳକୁ ଏକ ମଟରସାଇକେଲରେ ବସାଇ ଜଙ୍ଗଳରେ ଆକ୍ରମଣ କରି ଫେରାର ହୋଇଯାଇଥିଲା ବୋଲି ତୁଳର ପୁତୁରା ବଳରାମ ଗଣ୍ଡ ପ୍ରକାଶ କରିଥିଲା ।କୈାଣସି ଜମି ବିବାଦ ନ ଥିଲା ଏବଂ ବାପ ଓପୁଅ ଚାଷ ନ କରି ମଦ ପିଇ ଦାରିଦ୍ର ହୋଇ ଖାଇବା ପାଇଁ ସବୁବେଳେ ଗଣ୍ଡଗୋଳ ହୋଇଥିଲେ ବୋଲି ସେ ପ୍ରକାଶ କରିଥିଲେ ।ଆଜି ସଂଧ୍ୟାରେ ବଳରାମ ଓ ଆଉ ଜଣେ ବ୍ୟକ୍ତି ଗ୍ରାମରୁ ପହଂଚିଲା ବେଳକୁ ତୁଳର ମୃତ୍ୟୁ ହୋଇଯାଇଥିଲା ।ମୃତଦେହକୁ କୋରାପୁଟ ଶବ ବ୍ୟବଛେଦ ଗୃହରେ ରଖାଯାଇଛି ଆସନ୍ତାକାଲି ଝରିଗାଁ ପୋଲିସ ପହଂଚିଲେ ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି ।ଝରିଗାଁ ଥାନାରେ ଏହି ମାମଲାରେ ୨୯ /୧୯ରେ ଏକ କେସ ରୁଜୁ କରାଯାଇଥିବା ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢୀ ସୂଚନା ଦେଇଛନ୍ତି

 

Related Posts

About The Author

Add Comment