ଟାଙ୍ଗରପାଲୀ ଥାନାରେ କାର୍ଯ୍ୟଭାର ଗ୍ରହଣ କଲେ ରବିନ୍ଦ୍ର ପାତ୍ର

ରାଉରକେଲା, ୨/୦୮/୨୦ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଟାଙ୍ଗରପାଲୀ ଥାନାର ନୂତନ ଥାନାଧିକାରୀ ଭାବେ ରବିନ୍ଦ୍ର କୁମାର ପାତ୍ର ଯୋଗଦାନ କରିବା ସହ ପୁରୁଣା ଥାନାଧିକାରୀଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ ।  ଥାନାଧିକାରୀ ରବିନ୍ଦ୍ର କୁମାର  ପାତ୍ରଙ୍କ ବଣାଇଁ ଥାନାରୁ ଦକ୍ଷିଣ ରାଉରକେଲା ସ୍ଥିତ ଟାଙ୍ଗରପାଲୀ ଥାନା ବଦଳି ହୋଇଥିବା ଜଣାପଡ଼ିଛି । ସେ ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ବଣାଇଁ ଅଂଚଳରେ କାର୍ଯ୍ୟକରି ଅପରାଧିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ । ଟାଙ୍ଗରପାଲୀ ଥାନାରେ ପୂର୍ବରୁ ଥାନାଧିକାରୀ ଭାବେ ଅବସ୍ଥାପିତ ଥିବା ଲକ୍ଷ୍ମୀଧର ବେହେରା କାର୍ଯ୍ୟରୁ ଅବସର ଗ୍ରହଣ କରଛନ୍ତି । ଟାଙ୍ଗରପାଲୀ ଥାନାରେ ଶ୍ରୀ ବେହେରାଙ୍କୁ ପୁଲିସ କର୍ମୀ ମାନେ ପୁଷ୍ପଗୁଚ୍ଛ ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଅର୍ପଣ କରିଥିଲେ । ସେହିପରି ନୂତନ ଥାନା ଅଧିକାରୀଙ୍କୁ ଦକ୍ଷିଣ ରାଉରକେଲାର ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ ମଂଚ ଓ ପୂର୍ଣ୍ଣାନନ୍ଦ ମାର୍କେଟ କମିଟିର ସଦସ୍ୟ ମାନେ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଅଂଚଳର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ନୂତନ ଥାନାଧିକାରୀଙ୍କ ଯୋଗଦାନ ପରେ ସାରନଗରୀ ଚାଲୁଥିବା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ହ୍ରାସ ପାଇବାରେ ସହାୟକ ହେବ ବୋଲି ଅଂଚଳବାସୀ ଆଶାବ୍ୟକ୍ତ କରିଛନ୍ତି ।

Related Posts

About The Author

Add Comment