ଝାରସୁଗୁଡା: ବଜ୍ରପାତରେ ଜଣେ ମୃତ

Spread the love

ଝାରସୁଗୁଡା, ୧୯/୬ (ସନ୍ଧାନ ନିୟୁଜ/ଜଗତ କିସାନ) ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ଗୁଡଗାଁ ନିକଟରେ ଆଜି ଅପରାହ୍ନରେ ବଜ୍ରପାତ ଘଟିବାକୁ ଜଣେ ସାଇକେଲ ଆରୋହୀଙ୍କ ମୃତୁ୍ୟ ଘଟିଥିବା ଜଣାଯାଇଛି । ସେ କୌଣସି ଏକ କାର୍ଯ୍ୟରେ ଯାଉଥିବା ବେଳେ ହଠାତ ବଜ୍ରପାତ ହେବା ସହିତ କାଳବୈଶାଖୀ ହୋଇଥିଲା । ଫଳରେ ଦୁଇଟି ଗଛ ଭାଙ୍ଗିଯିବା ସହିତ ସାଇକେଲ ଆରୋହୀଙ୍କୁ ବଜ୍ରଘାତ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପଂହଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ ।

Related Posts

About The Author

Add Comment