ଜୟଚଣ୍ଡୀ ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ପରିଚାଳନାରେ ଦୁର୍ନୀତି ଅଭିଯୋଗ

Spread the love

ଏବିଓଙ୍କ ନିର୍ଦେଶରେ ହେଉଥିଲାକି ଏଭଳି ଦୁର୍ନୀତି

କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଲେ ଜିଲ୍ଲାପାଳଙ୍କୁ ଭେଟିବେ ସ୍ଥାନୀୟ ଲୋକେ

ଯାଜପୁର ସଦର, : ୨୭/୫/୨୬ (ସନ୍ଧାନ ନ୍ୟୁଜ ) ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ଦୁବକଣ ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ବ୍ୟାପକ ଅନିୟମିତତା ହେବା ଶହ ମହା ଘୋଟାଲା ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି | ଅଭିଯୋଗ ଅନୁଯାଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଝୁନୁ ପ୍ରିୟା ସାମଲ ମଧ୍ୟାହ୍ନ ଭୋଜନ ଯୋଜନାରେ  ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ଠାରୁ ପ୍ରତିଦିନ ୧0 ରୁ ୧୫ ଟି ଏକ୍ସଟ୍ରା ମିଲ ପକାଇବା ପାଇଁ ବ୍ଲକର ଏବିଓ କହିଥିବା ନେଇ ପ୍ରଧାନ ଶିକ୍ଷୟତ୍ରୀ ଏସଏମଡିସି ବୈଠକରେ ଖୋଲା ଖୋଲି ଭାବେ କହିଥିବାର ଅଡିଓ ଏବେ ଭାଇରାଲ ହେବାରେ ଲାଗିଥିବା ବେଳେ ବ୍ଲକର ଏବିଓ ସାବିତ୍ରୀ ସେଠି ଏହି ଘଟଣା ଉପରେ ଗୁରୁତ୍ୱ ନଦେବାକୁ ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି | ପ୍ରଧାନ ଶିକ୍ଷୟତ୍ରୀ ଜଣକ ଖୋଲା ଖୋଲି ଭାବେ ଏସଏମଡିସି ବୈଠକରେ ପ୍ରତିଦିନ ଅଧିକ ମିଲ ପକାଇବା ପାଇଁ କହିବା ଓ ଏହାପୁଣି ବ୍ଲକର ମିଡେମିଲ ଦାୟିତ୍ୱରେ ଅଧିକାରିଣୀଙ୍କ ନିର୍ଦେଶରେ ଏଭଳି ଏକ୍ସଟ୍ରା ମିଲ ପକାଯାଉଛି ବୋଲି କହିବା ପରେ ଏଥିରେ ଅସନ୍ତୋଷ ହୋଇ ଏସଏମଡିସି କମିଟିର ଜଣେ ସଭ୍ୟ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ. ଉକ୍ତ ଘଟଣା ଉପରେ କୌଣସି  କାର୍ଯ୍ୟାନୁଷ୍ଠାନ ନହେବାକୁ ନେଇ ମିଡେମିଲ ଦାୟିତ୍ୱରେ ଥିବା ଅଧିକାରିଣୀଙ୍କ ସ୍ୱଛତାକୂ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି |  ଏଠାରେ ପ୍ରଶ୍ନ ଉଠେ ଜଦି ଏବିଓ ମାଡାମ ଏଭଳି ଦୁର୍ନୀତି କରିବା ପାଇଁ ନିର୍ଦେଶ ଦେଇନାହାନ୍ତି ତାହେଲେ ପ୍ରଧାନ ଶିକ୍ଷୟତ୍ରୀ ଜଣକ. କାହା ନିର୍ଦେଶରେ ଏଭଳି କରୁଥିଲେ  | ଏ ସମ୍ପର୍କରେ ଏବିଓ ସାବିତ୍ରୀ ସେଠିଙ୍କୁ ପଚାରିବାରୁ ମୁଁ  ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଡକାଇ ସବୁ କାଗଜପତ୍ର ଯାଞ୍ଚ କରିଛି ଓ ଏଥିନେଇ ତାଙ୍କୁ ସୋକଜ ନୋଟିସ ମଧ୍ୟ କରିଛି | ଏଠାରେ ପ୍ରଶ୍ନ ଆସେଜେ ଜଣେ ପ୍ରଧାନ ଶିକ୍ଷୟତ୍ରୀ ସିଧା ସିଦ୍ଧି ଭାବେ କହୁଥିବାର ଅଡିଓ କ୍ଲିପ ଏବିଓଙ୍କ ହସ୍ତଗତ ହୋଇସାରିବା ପରେ ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ପ୍ରଧାନ ଶିକ୍ଷୟତ୍ରୀ ଜଣକୁ  ଏହି ଦୁର୍ନୀତିରୁ ଖସାଇ ଦେବା ପାଇଁ ଏବିଓ ସାବିତ୍ରୀ ସେଠି ଉଦ୍ୟମ କରୁଛନ୍ତି ବୋଲି ଏବେ ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ଵସ୍ତୁ ସାଜିଛି | ପ୍ରଧାନ ଶିକ୍ଷୟତ୍ରୀ ଖାଲି ମଧ୍ୟାହ୍ନ ଭୋଜନ ନୁହେଁ ଖେଳ ସାମଗ୍ରୀ, ପ୍ରିଣ୍ଟର କିଣା ସାଙ୍ଗକୁ ବିଦ୍ୟାଳୟର ଅନ୍ୟାନ୍ୟ ବହୁ ଦୁର୍ନୀତିରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନରେ ବିଳମ୍ବକୁ ନେଇ ସ୍ଥାନୀୟ ଅଞ୍ଚଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି | ମଧ୍ୟାହ୍ନ ଭୋଜନ ଘଟଣାରେ  ଏବିଓ ତଦନ୍ତ କରି ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନନେଲେ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ଏବିଷୟରେ ଅଭିଯୋଗ କରାଯିବ ବୋଲି ସ୍ଥାନୀୟ ଅଞ୍ଚଳ ବାସି ଚେତାବନୀ ଦେବା ଶହ ଖୁବ ଶୀଘ୍ର ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ଏହି ସବୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି |

Related Posts

About The Author

Add Comment