ଉଦଳା, ୧୨/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା) -ରାଢୋ ଲୁଇପା ଡିଗ୍ରୀ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ପରିସ୍ଥିତି ତଥା ଅର୍ଥ ଆତ୍ମସାତ ଘଟଣାକୁ ନେଇ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଗତ ମାସ ୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ଅଧ୍ୟାପକ ସମୀର ନାୟକଙ୍କ ଅଭିଯୋଗ କ୍ରମେ ଅର୍ଥ ଆତ୍ମସାତ ତଥା ଅଧ୍ୟକ୍ଷଙ୍କ ବେଆଇନ କାର୍ଯ୍ୟକଳାପ ସଂପର୍କରେ ତଦନ୍ତ ପାଇଁ ଉପଜିଲ୍ଲାପାଳ ତଥା କଲେଜର ସଭାପତିଙ୍କ ପାଖକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । କିନ୍ତୁ ତଦନ୍ତରେ ବିଳମ୍ବ ହେତୁ ଛାତ୍ରଛାତ୍ରୀ ଚଳିତ ମାସ ୧ ତାରିଖ ରେ ମୁଖ୍ୟ ଗେଟ୍ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରକାଶ ଥାଉକି ଏହି ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ପ୍ରଥମେ ଖବର ସମାଜରେ ପ୍ରକାଶିତ ହେବା ପରେ ଅନ୍ୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥଲା ।’ ଏହି ଅଭିଯୋଗରେ କର୍ମଚାରୀ ୟୁଜିସି ପାଣ୍ଠି ଦୂରୁପଯୋଗ, ମହାବିଦ୍ୟାଳୟ କର୍ମଚାରୀ ତଥା ଶିକ୍ଷକଙ୍କ ଏରିଅର ଦରମା ଆମସାତ, ନିଯୁକ୍ତି ପତ୍ର ପାଇଁ ନ ଥିବା ଆଦି ଅଭିଯୋଗରେ ଉଲ୍ଲେଖ ରହିଛି । ଏ ନେଇ କିଛି କମଚାରୀ କପ୍ତିପଦା ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଏହାର ବିବଦ୍ଧ ତଦନ୍ତ ପାଇଁ ୮ ତାରିଖ ମଙ୍ଗଳବାର ସଭାପତି ତଥା ଉପଜିଲ୍ଲାପାଳ ଲୁଇପା ଡିଗ୍ରୀ ମହାବିଦ୍ୟାଳୟ ଯାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ। କିନ୍ତୁ ମହାବିଦ୍ୟାଳୟ ଅର୍ଥର ସଂଯୋଜିତ ଦସ୍ତାବିଜ ମିଳି ନ ଥିଲା । ତେଣୁ ସମସ୍ତ ବ୍ୟାଙ୍କ ପାସବୁକ, କ୍ୟାସ ବୁକ୍, ଭାଉଚର ଅନ୍ୟାନ୍ୟ ନଥିପତ୍ର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇ ଫେରୁଥିବା ସମୟରେ ଉପଜିଲ୍ଲାପାଳଙ୍କ ଅଫିସ ଗାଡ଼ିକୁ ଗ୍ରାମବାସୀ ଓ ଛାତ୍ର ମାନେ ମୁଖ୍ୟ ଫାଟକ ନିକଟରେ ଅଟକାଇ ଦେଇଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ଉପଜିଲ୍ଲାପାଳ ପୁଲିସ ଡକାଇ ଗଣ୍ଡଗୋଳକାରୀଙ୍କୁ ପୁଲିସ ଜିମା ଦେଇ ଅଫିସକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପୁଲିସ ଏଥିପାଇଁ ଜଣେ ଅଭିଭାବକଙ୍କ ସମେତ ମୋଟ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ସେମାନେ ଜାମିନରେ ଆସିଛନ୍ତି । ତେବେ କଲେଜ ଅର୍ଥ ହେରଫେର ଘଟଣାର ଏକ ବିବଦ୍ଧ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ, ଅଭିଭାବକ ତଥା ଛାତ୍ର ଛାତ୍ରୀ ମହଲରୁ ପ୍ରବଳ ଦାବି ହୋଇଥିବା ବେଳେ ଏକ ଶିକ୍ଷାନୁଷ୍ଠାନରେ ସୁଛି ବାତାବରଣ ସୃଷ୍ଟି ପାଇଁ ପାଇଁ ଜନମତ ପ୍ରକାଶ ପାଇଛି।
ଜୋର ଧରିଲା ଲୁଇପା ଡିଗ୍ରୀ କଲେଜ ଅର୍ଥ ଆତ୍ମସାତ ମାମଲା :ଉପଜିଲାପାଳଙ୍କ ଗାଡ଼ି ଅଟକାଇଥିବା ତିନିଜଣ ଜାମିନରେ ଆସିଲେ
|
September 12, 2020 |