ଜେସିବିରେ ଚାଲିଛି ପୋଖରୀ ଖନନ:ଶ୍ରମିକ ନିରାଶ :ତଦନ୍ତ ଦାବୀ 

Spread the love
ବାଲିଗୁଡା, ୧୩/୫/୨୦୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା  ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକରେ ଜଳଛାୟା ପ୍ରକଳ୍ପ ଦ୍ବାରା ଚାଲିଛି ପୋଖରୀ ଖନନ। ଏମଜିଏନଆରଜିଏସ ମାଧ୍ୟମରେ ପୋଖରୀ ଖନନ କାର୍ଯ୍ୟ କରିବା ପାଇଁ ସରକାରଙ୍କ ଗାଇଡ ଲାଇନରେ ଉଲ୍ଲେଖ ରହିଛି। କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କ ପ୍ରରୋଚନାରେ ଠିକାଦାର ମାନେ ମନରେଗା ଶ୍ରମିକମାନଙ୍କ ବଦଳରେ ଜେସିବି ଦ୍ବାରା ପୋଖରୀ ଖନନ କାମ ଚଳାଇଛନ୍ତି। ଯଦି କେହି ଏହାର ପ୍ରତିରୋଧ କରୁଛନ୍ତି  ସେମାନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଳଜ ସହ ଧମକ ଦିଆଯାଉଛି। ପ୍ରକାଶଥାଉକି ଗତ ମେ’ ୮ରୁ ଟିକାବାଲି ବ୍ଲକର ଟିକାବାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛତିଝାର ଗ୍ରାମର ଦଶଘରିଆ ତଥା ଟିପାରିଗାଁ ମୌଜା ଠାରେ ଏକ ଜେସିବି ଦ୍ବାରା ପୋଖରୀ ଖନନ କାର୍ଯ୍ୟ ଚାଲିଛି। ଛତିଝାର ଗ୍ରାମର ଗାଁସାଥି ତଥା ଉକ୍ତ କାର୍ଯ୍ୟର ଠିକାଦାର ଚନ୍ଦନ ମଳିକଙ୍କୁ କାର୍ଯ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ  କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଜେସିବି ମାଲିକ ସୁଜିତ କୁମାର ଦାଶ ଓରଫ ମିଟୁ ହଠାତ୍ ସେଠାରେ ପହଞ୍ଚି କା ଗାଳିଗୁଳଜ କରିଥିଲେ। ଏନେଇ ଗଣମାଧ୍ୟମ ପ୍ରତିନିଧିମାନେ ସୁଜିତ ଓରଫ ମିଟୁଙ୍କ ନାମରେ ଟିକାବାଲି ଥାନାଧୀକାରିଙ୍କ ନିକଟରେ ଅଭିଯୋଗ କରିଥିଲେ। ଥାନାଅଧିକାରୀ ସୁଜିତ(ମିଟୁ)ଙ୍କୁ ଡକାଇ ଏସଆଇ ଅନିଲ କୁମାର ଦେବତାଙ୍କ ଉପସ୍ଥିତିରେ ଏହାର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିଥିଲେ। ସୂଚନା ଥାଉକି, ଏ ନେଇ ଟିକାବାଲି ବ୍ଲକ ଜଳଛାୟା ପ୍ରକଳ୍ପର ମୂଖ୍ୟ ବାସୁଦେବ କହଁର ଙ୍କୁ ପଚାରିବାରୁ  ସେ ଶ୍ରମିକ ମିଳୁନଥିବାରୁ ଜେସିବି ଯନ୍ତ୍ର ଦ୍ବାରା କାର୍ଯ୍ୟ କରାଯାଉଆଛି। ଏଭଳି କାର୍ଯ୍ୟ ସମଗ୍ର  ଜିଲାରେ ଚାଲିଛି ବୋଲି କହିଥିଲେ ।

Related Posts

About The Author

Add Comment