ରାଉରକେଲା୦୮/୦୮/୨୦ (ସନ୍ଧାନ ନିଉଜ) : ରାଉରକେଲା ସ୍ୱତନ୍ତ୍ର କାରାଗାରରେ ୧୭ ଜଣ କଏଦୀ କରୋନା ସଂକ୍ରମିତ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ଫୋନ ଯୋଗେ ସୂଚନା ମିଳିଛି । ଗତ ଅଗଷ୍ଟ ୫ ତାରିଖରେ ମଧ୍ୟ ତାରିଖରେ ଜଣେ କଏଦୀ ସ୍ରଂମିତ ହୋଇଥିବା ଜଣାପଡ଼ିଛି । ଏହାପୂର୍ବରୁ ୫ଜଣ ବିଚରାଧିନ କଏଦୀ ସଂକ୍ରମିତ ହୋଇଥିଲେ । ଏବେ ସୁଦ୍ଧା ୨୩ ଜଣ କଏଦୀ କରୋନା ସଂକ୍ରମଣର ଶୀକାର ହୋଇ ସାରିଲେଣି । ଅପରପକ୍ଷରେ ଜେଲର ନିକଟବର୍ତି ଏରିୟା ଛେଣ୍ଡ, ବାସସନ୍ତୀ କଲୋନୀରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ସହ ରାଉରକେଲାର ଅନ୍ୟାନ ଜାଗାରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି ।
ଜେଲରେ ୧୭ କଏଦୀଙ୍କୁ କରୋନା!
|
August 8, 2020 |



