ଜେନାପୁର ପୋଲିସକୁ ନେଇ ଅତିଷ୍ଠ ଜନସାଧାରଣ। ଥାନା ଘେରାଉ।

Spread the love

ଜେନାପୁର /୧/୧୧(ସନ୍ଧାନ ନ୍ୟୁଜ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନାକୁ ପ୍ରାୟ ୬ ଘଣ୍ଟା ଧରି ଘେରାଉ କଲେ ସ୍ଥାନୀୟ ଜନସାଧାରଣ। ଏହି ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ ହୋଇଥିବା ଜଣାପଡିଛି। ବାରମ୍ବାର ଲୋକମାନେ ଥାନାକୁ ଦୌଡିବା ସହିତ ପୋଲିସ ନିରପେକ୍ଷ ତଦନ୍ତ କରୁ ନ ଥିବାରୁ ଏହି ଜନ ଆକ୍ରୋସ ସୃଷ୍ଟି ହୋଇଛି। ଏହି ଥାନା ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତର ପ୍ରହଲ୍ଲାଦ ବେହେରା ଏବଂ ସମରେନ୍ଦ୍ର ପଣ୍ଡା ନାମକ ଦୁଇ ଜଣ ବ୍ୟକ୍ତି ଚୋରା ମଦ ଏବଂ ଗଞ୍ଜେଇ ବିକ୍ରି କରୁଥିବା ଏବଂ ପରସ୍ପର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଥାନାରେ ଦୁଇଟି ମାମଲା ରୁଜ୍ଜୁ ହୋଇଥିଲା। ପୋଲିସ ଉକ୍ତ ମାମଲାରେ ସମରେନ୍ଦ୍ରଙ୍କୁ ଥାନା ରୁ ନୋଟିସ ବେଲ ଦେଇ ପ୍ରହଲ୍ଲାଦକୁ ଅଟକ ରଖିଥିଲା। ସମାନ ଭାବରେ ଦୁଇଟି ଏତଲା ହୋଇଥିବା ଏବଂ ଜଣଙ୍କୁ ଛାଡ଼ି ଦେଇ ଜଣକୁ ଅଟକ ରଖିବା ପ୍ରତିବାଦ ରେ ପ୍ରହଲ୍ଲାଦ ର ପରିବାର ଲୋକ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ଜେନାପୁର ଥାନା ଘେରାଉ କରିଥିଲେ। ପୋଲିସର ଏଭଳି କାର୍ଯ୍ୟ କୁ ନେଇ ବିଭିନ୍ନ ନାରବାଜି ଦେଇଥିଲେ। ଜେନାପୁର ଥାନାରେ ବର୍ତ୍ତମାନ କାର୍ଯ୍ୟ କରୁଥିବା ଥାନା ଅଧିକାରିଣୀ ଯୋଗ ଦେବା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରେ ରହିଥିବା ଆନ୍ଦୋଳନକାରୀ କହିଥିଲେ।ଏହି ଘଟଣାରେ ପୋଲିସ ଯଦି ଗିରଫ କରି କୋର୍ଟ ଚାଲାଣ କରିବ ତେବେ ଉଭୟଙ୍କୁ କରୁ କିମ୍ବା ଯଦି ନୋଟିସ ରେ ଛାଡ଼ିବ ତେବେ ଉଭୟଙ୍କୁ ଛାଡ଼ୁ ବୋଲି ଜିଦ ଧରିଥିଲେ। ଦୀର୍ଘ ସମୟ ପରେ ଘଟଣା ସ୍ଥଳରେ ଯାଜପୁର ରୋଡ଼ ଏସ୍ଡ଼ିପିଓ ଲଷ୍ମୀଧର ସ୍ୱାଇଁ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା କୁ ଚେଷ୍ଟା କରିଥିଲେ। ମାତ୍ର ଆନ୍ଦୋଳନକାରୀ କୌଣସି କଥାକୁ ନଶୁଣି ଜେନାପୁର ପୋଲିସ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବହୁ ସମୟ ପରେ ଏସ୍ ଡ଼ି ପିଓ ନୋଟିସ ରେ ଛାଡ଼ିଥିବା ସମରେନ୍ଦ୍ରଙ୍କୁ ଆସନ୍ତା କାଲି ଗିରଫ କରି କୋର୍ଟ ଚାଲାଣ କରିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଜେନାପୁର ପୋଲିସ କେସ ନମ୍ବର ୩୮୬/୨୫ ରେ ପ୍ରହଲ୍ଲାଦ କୁ କୋର୍ଟ ଚାଲାଣ କରିଥିଲା।ଏହି ସମୟରେ ଅନ୍ୟ ଗାଁ ର ମହିଳା ମାନେ ମଧ୍ୟ ମଦ ବିକ୍ରି କୁ ନେଇ ଗାଁ ରେ ହେଉଥିବା ଅପ୍ରୀତିକର ପରିସ୍ଥିତି ଉପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ କରି ଥାନା ପରିସରରେ ନ୍ୟାୟ ଦାବି କରି ବସିଥିଲେ। ସ୍ଥାନୀୟ ମହିସରା ପଞ୍ଚାୟତ ଅଧିନ ବରଡ଼ା ନିମିଟି ସାହିର ମହିଳା ମାନେ ଥାନାରେ ପହଞ୍ଚି ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ବୋଲି ଅଭିଯୋଗ କରିଥିଲେ।

 

Related Posts

About The Author

Add Comment