ଜେନାପୁର ଅଞ୍ଚଳରେ ଜାଗର ଯାତ୍ରା

Spread the love

ଜେନାପୁର,୨୬/୨ (ସନ୍ଧାନ ନ୍ୟୁ ଜ୍): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳ ତଥା ଶୈବ ପୀଠ ରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମଧୁସୂଦନ ପୁର ,ମର୍ଜିତାପୁର,କବାଟବନ୍ଧ, ରାଇଛନ୍ଦା, ତାଳଜଙ୍ଗ, ରେଖିଦେଇପୁର, ଏଣ୍ଡଳବା ଅଞ୍ଜିରା, ଚକ୍ରଧର ପୁର ଆଦି ପଞ୍ଚାୟତ ଗୁଡିକରେ ରହିଥିବା ସମସ୍ତ ମନ୍ଦିରରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଛି। ସୋରାଈଶ୍ୱର,ଭଦ୍ରେଶ୍ବର, ମଧୁକେଶ୍ୱର, ରାମେଶ୍ୱର, ବାଲୁଙ୍କେଶ୍ୱର, ଭଗବତେଶ୍ୱର , ସପନେଶ୍ୱର, ବିଶେଶ୍ୱର, କୁସୁନେଶ୍ବର, ଶ୍ୟାମେଶ୍ୱର,କଣ୍ଠେଶ୍ୱର,ଲୋକନାଥଶ୍ୱର, ବଟେଶ୍ୱର,ଶୈବ ପୀଠ ଗୁଡ଼ିକରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ପ୍ରବଚନ, ଭଜନ ସନ୍ଧ୍ୟା ଓ କୁନିକୁନି ପିଲା ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ରୀତିନୀତି ଅନୁଯାୟୀ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା। ନିର୍ଦ୍ଧାରିତ ସମୟ ରେ ମହାଦୀପ ଉଠିଥିଲା। ପବିତ୍ର ମହାଶିବରାତ୍ରି ରେ ଭକ୍ତ ମାନେ ମହାଦେବ ଙ୍କ ମହାଦୀପ କୁ ଦେଖି ଆଶିଷ ଲାଭ କରିବା ସହିତ ଉପବାସ ଭାଙ୍ଗି ଥିଲେ । ଶୈବପୀଠ ମାନଙ୍କରେ ଶହ ଶହ ଭକ୍ତ ଙ୍କ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ର ସହିତ ଏହି ଜାଗର ଯାତ୍ରା ସମାପ୍ତ ହୋଇଥିଲା।ଜେନାପୁର ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା

Related Posts

About The Author

Add Comment