ଜେନାପୁରରେ ହିଙ୍ଗୁଳା ଯଂଜ୍ଞ ୧୮ରୁ

Spread the love

ଜେନାପୁର:  ବିଶ୍ୱବ୍ୟାପୀ ସଂହତିର ଅପୂର୍ବ ବାତାବରଣ ସୃଷ୍ଟି କରିବା ଉଦେ୍ଦଶ୍ୟରେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁରଠାରେ ମା ହିଙ୍ଗୁଳା ଦେବୀଙ୍କର ପବିତ୍ର ଯଜ୍ଞ ଉସôବ ଆଗାମୀ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ମହାଆଡମ୍ବର ସହକାରେ ଅନୁଷ୍ଠିତ ହେବ । ଅବିଭକ୍ତ ଜେନାପୁର ଅଞ୍ଚଳବାସୀଙ୍କ ସକ୍ରିୟ ଉଦ୍ୟମ କ୍ରମେ ଆୟୋଜିତ ହେବାକୁ ଥିବା ଏହି ପଞ୍ଚଦିବସ ବ୍ୟାପୀ ଉସôବରେ କାର୍ଯ୍ୟନିର୍ଘଣ୍ଟ ଅନୁଯାୟୀ ଭିନ୍ନ ଭିନ୍ନ ଦିବସରେ ଘଟୋଉତ୍ତଳନ, ଶୁଭାଧିବାସ, ସୂର୍ଯ୍ୟ ପୂଜା, ଗୋ ପୂଜା, ହୋମଯଜ୍ଞ, ଷୋଡଶ ଉପଚାର ପୂଜା, ପୂଣ୍ଣାହୁତି,
ଚରୁବଣ୍ଟନ ଆଦି ଆଧ୍ୟମିକ କାର୍ଯ୍ୟକ୍ରମ ସବୁ ସୂଚାରୁ ରୂପେ ସମ୍ପାଦିତ ହେବ । ଏହାଛଡା ସନ୍ଧ୍ୟାରେ ବିବିଧ ଚିତ୍ତାକର୍ଷକ ସାସ୍କୃତିକ କାର୍ଯ୍ୟକ୍ରମ, ମୀନାବଜାର, ଦୋଳି ଓ ୧୯ ତାରିଖରୁ ଇନ୍ଦ୍ରଭୁବନ ଅପେରା ଦ୍ୱାରା ସାମାଜିକ ନାଟକ ପରିବେଷଣ କରାଯିବାର ଏକ ବିଶେଷ କାର୍ଯ୍ୟକ୍ରମ ରହିଛିବୋଲି ଯଜ୍ଞ କମିଟିର କର୍ମକର୍ତ୍ତାମାନେ ଜଣାଇଛନ୍ତି ।

Report- Prasanta Samal

Related Posts

About The Author

Add Comment