ନୂଆଦିଲ୍ଲୀ , ୧୯/୪ (ସନ୍ଧାନ ନିୟୁଜ) : କିଛି ଦିନ ଧରି ଜେଟ୍ ଏୟାରେଓ୍ଵଜ୍ର ଭବିଷ୍ୟତ କ’ଣ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଗୁରୁବାର ଠାରୁ ଏହାର ସମସ୍ତ ବିମାନର ଉଡ଼ାଣକୁ ବନ୍ଦ କରି ଦିଆଯାଇଛି। ପାଣ୍ଠି ଅଭାବ ହେତୁ କମ୍ପାନିରେ ତାଲା ପକାଇ ଦିଆଯିବା ପରେ ଗୋଟେ ଦିନରେ ଜେଟ୍ର ୧୬ହଜାର କର୍ମଚାରୀ ବେରୋଜଗାର ହୋଇ ଯାଇଛନ୍ତି । ଜେଟ୍ର ଏଭଳି ଦେବାଳିଆ ଅବସ୍ଥା ଅନେକଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥିବା ବେଳେ ଏବେ ଜଣେ କର୍ମଚାରୀଙ୍କ ଝିଅ ନିଜ ଦୁଃଖ ଜଣାଇଛନ୍ତି । ଏହା ସହ ଏକ େଓ୍ଵବ୍ସାଇଟ୍ ଚେଞ୍ଜ ଡଟ୍ ଓଆର୍ଜି କରି ସେ ସରକାରଙ୍କଠାରୁ ସାହାଯ୍ୟ ମଧ୍ୟ ମାଗିଥିବା ଦେଖାଯାଇଛି ।
କର୍ମଚାରୀଙ୍କ ନାବାଳିକା ଝିଅ ସଞ୍ଜନା ସିଂହ ନିଜ ଦୁଃଖ ଜଣାଇବାକୁ ଯାଇ, ମୋ ବାପା ୨୦ବର୍ଷ ହେଲାଣି ଜେଟ୍ ସହ ଜଡ଼ିତ ଥିଲେ । କିନ୍ତୁ ହଠାତ୍ ଏଭଳି ହେବା ଆମ ପରିବାର ଉପରେ ଗଭୀର ପ୍ରଭାବ ପକାଇଛି । ଘରର ଆର୍ଥିକ ଅବସ୍ଥା ବିଗିଡ଼ିଯିବା ସହ ଆମମାନଙ୍କ ସ୍ୱପ୍ନ ସ୍ୱପ୍ନରେ ରହି ଯାଇଛି । ଜେଟ୍ ବନ୍ଦ ହେବା ପୂର୍ବରୁ କର୍ମଚାରୀମାନଙ୍କୁ ଦରମା ମିଳି ନଥିଲା । ଯାହା ପାଇଁ ଆମମାନଙ୍କ ପରିବାରର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଥିଲା । ଏବେ କମ୍ପାନି ବନ୍ଦ ହେବା ପରେ ଏହାର ପ୍ରଭାବ ଆମ ଶିକ୍ଷା ଉପରେ ପଡ଼ିଛି । ଏବେ ଆମାମାନଙ୍କୁ ନିଜ ନିଜର ସ୍ୱପ୍ନକୁ ଭୁଲିବାକୁ ହେବ । ଏଭଳି ଅବସ୍ଥା କେବଳ ଆମର ନୁହେଁ, ୧୬ହଜାର ଜେଟ୍ କର୍ମଚାରୀଙ୍କର ମଧ୍ୟ ଏଭଳି ଅବସ୍ଥା ହୋଇଛି ବୋଲି ଲେଖି ସରକାରଙ୍କୁ କର୍ମଚାରୀଙ୍କ ନାବାଳିକା ଝିଅ ସଞ୍ଜନା ସିଂହ ସାହାଯ୍ୟ ମାଗିଥିବା ଜଣା ପଡ଼ିଛି ।



