ଧର୍ମଶାଳା, ୯/୪ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ୍ ଅଧିନସ୍ଥ ପାଖର ଗ୍ରାମ ପଞ୍ଚାୟତ ମଧ୍ୟ ରେ ରହିଥିବା ବାଜବାଟି ପାହାଡ ଏକଦା ଏକ ଜୈବ ବିବିଧତା ସଂପନ୍ନ ପାହାଡ ଭାବେ ଦଣ୍ଡାୟମାନ ହୋଇଥିଲା, ସେଥିରେ ବନ୍ୟ ଜନ୍ତୁ, ଔଷଧୀୟ ଗଳ୍ମ, ଝରଣା, ଘଞ୍ଚ ଜଙ୍ଗଲ ମାନ ରହିଥିଲା। ତାହା କିନ୍ତୁ ଆଜି ଇତିହାସ।ଏହି ପାହାଡ ପାଦ ଦେଶ ରେ ଧର୍ମଶାଳା ର ପାଖର ଗ୍ରାମ ପଞ୍ଚାୟତ ର ବାଜବାଟି, ଖୁଣ୍ଟା, ତେଲୋର, ଛେଳିଆପଦା, ନାକୁଆ ଓ ଥାନୁଆଳ ଗ୍ରାମ ପଞ୍ଚାୟତ ର କାନପୁର, କଣ୍ଟାମାଳିଆ ଓ ଝାର୍ ଶୋହଳ ଗ୍ରାମ ରହିଛି । ଉପରୋକ୍ତ ଗ୍ରାମ ଗୁଡ଼ିକ ର ଶତାଧିକ କିଡନୀ ରୋଗୀ ଆଜି ଆହାକାର ସୃଷ୍ଟି କରିବା ଫଳ ରେ ଯାଜପୁର ଜନ ଅଧିକାର ମଞ୍ଚ ପକ୍ଷରୁ ଯାଜପୁର ଜିଲ୍ଲା ସିଡିଏମଓ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ଫଳ ରେ ସ୍ବାସ୍ଥ୍ୟ ବିଭାଗ ର ଏକ ବିଶେଷଜ୍ଞ ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର ପାଖର ଓ ଥାନୁଆଳ ଗ୍ରାମ ପଞ୍ଚାୟତ ର ଉପରୋକ୍ତ ଗାଆଁ ରେ ସ୍ବାସ୍ଥ୍ୟ ଶିବିର କରି ସଚେତନତା ସୃଷ୍ଟି କରିଛନ୍ତି । ଏଠାରେ ଏକ ବଡ ପ୍ରଶ୍ନ ସ୍ବାସ୍ଥ୍ୟ ଶିବିର କରି ସଚେତନତା କରିବା ଦ୍ଵାରା କିଡ଼ିନୀ ରୋଗ ଦୂର ହେବ ନାହିଁ ମୂଳ କାରଣ ବେଆଇନ ଖଣି ତଡା ଓ ବିଭିନ୍ନ ପ୍ରକାର ର ବିଷାକ୍ତ ପଦାର୍ଥ ବ୍ୟବହାର କରି ବ୍ଲାଷ୍ଟିଂ କରିବା ଯୋଗୁଁ ଭୂତଳ ଜଳ ଆଜି ସମ୍ପୂର୍ଣ୍ଣ ଭାବେ ପ୍ରଦୂଷିତ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭୂତଳ ଜଳ ର ପରୀକ୍ଷା କରିବା ଓ ଭୂତଳ ଜଳ ପ୍ରଦୂଷଣ ର ରିପୋର୍ଟ ଜିଲ୍ଲାପାଳ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କୁ ଜଣାଇବା ଆବଶ୍ୟକ । ସରକାର ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଉକ୍ତ ଅଞ୍ଚଳ ର ଦୁଇହଜାର ଲୋକଙ୍କ ଜୀବନ ବଞ୍ଚିବା ନିମନ୍ତେ ବ୍ୟବସ୍ଥା କରିପାରନ୍ତେ ବୋଲି ଜନ ଅଧିକାର ମଞ୍ଚ ର ଆବାହକ ନିରଞ୍ଜନ ଖିଲାର ଦାବୀ କରିବା ସହିତ ମେସିନ୍ ବଦଳ ରେ ଶ୍ରମିକ ମାନ ଙ୍କ ଦ୍ଵାରା କାର୍ଯ୍ୟ କରିବା କୁ ଏକ ପ୍ରେସ୍ ଇସ୍ତାହାର ରେ ଦାବୀ କରିଛନ୍ତି।
ଜୀବନ ବି ଯିବ ଜୀବିକା ବି ଯିବ
|
April 9, 2023 |
![](https://sandhannews.com/wp-content/uploads/2023/04/WhatsApp-Image-2023-04-09-at-4.36.24-PM.jpeg)