ଯାଜପୁର, ୧୮/୩ (ସନ୍ଧାନ ନିଉଜ ): ଯାଜପୁର ଜିଲ୍ଳ୍ା ସ୍ତରୀୟ ଉତ୍କଳ ଦିବସ ତଥା ଜିଲ୍ଳା ପ୍ରତିଷ୍ଠା ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ରାଜ୍ୟ ଓ ଜିଲ୍ଳ୍ାର ଜନ୍ମ ଦିନକୁ ଆନନ୍ଦ ଉଲ୍ଲାସର ସହ ପାଳନ ନିମିତ୍ତ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପ୍ରାରମ୍ଭରେ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ତଥା ସଂସ୍କୃତି ଅଧିକାରୀ ସମସ୍ତ ସଦସ୍ୟ ମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟସୂଚୀ ଅନୁସାରେ କାର୍ଯ୍ୟକ୍ରମକୁ ଚୁଡାନ୍ତ ପାଇଁ ଅନୁରୋଧ କରିଥିଲେ । ଆଲୋଚନା ପରେ ସ୍ଥିର ହେଲା ଯେ, ଉତ୍କଳ ଦିବସ ଦିନ ପ୍ରତ୍ୟୁଷ ୪ ଘଟିକା ୩୦ ମିନିଟ୍ ସମୟରେ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ବନ୍ଦେ ଊତ୍କଳ ଜନନୀ ସଂଗୀତ ସହର ମଧ୍ୟରେ ପରିବେଷଣ କରାଯିବ । ପୂର୍ବାହ୍ନ ଘ. ୭.୩୦ ମିନିଟ୍ ସମୟରେ ଗାନ୍ଧି ଚ୍ଥକ ସ୍ଥିତ ମହାତ୍ମା ଗାନ୍ଧୀ, ସଂସ୍କୃତି ଭବନ ଠାରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଓ ପଂଟୋ ଚିତ୍ର ଏବଂ ଜିଲ୍ଳା ସ୍କୁଲ ଠାରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ଜିଲ୍ଳ୍ା ଶିକ୍ଷା ଅଧିକାରୀ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ଚ୍ଥାତ୍ର ଚ୍ଥାତ୍ରୀଙ୍କ ମଧ୍ୟରେ ଓଡିଆ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରିବେ । ଚଳିତ ବର୍ଷର ଶ୍ରେଷ୍ଠ ଧାନ ଚାଷୀଙ୍କୁ ଜଗନ୍ନାଥ ମଲ୍ଲିକ କୃଷକ ସମ୍ମାନରେ ସମ୍ମାନିତ କରାଯିବ । ଏଥିପାଇଁ କୃଷି ବିଭାଗ ଊପଯୁକ୍ତ ପଦକ୍ଷେପ ନେବେ । କରୋନା ପାଇଁ ଯେହେତୁ ବିଦ୍ୟାଳୟ ବନ୍ଦ ରହିଚ୍ଥି ଓ ଶିକ୍ଷାଦାନ ବ୍ୟତୀତ ଅନ୍ୟ କାର୍ଯ୍ୟ ବାରଣ ଅଚ୍ଥି ସେଥିପାଇଁ ଚଳିତ ବର୍ଷ ପ୍ରଭାତ ପେଂରୀ ଓ ମୁକ୍ତ କୁଇଜ କାର୍ଯ୍ୟକ୍ରମକୁ ବନ୍ଦ ରଖାଯିବ । ସଂଧ୍ୟାରେ ସଂସ୍କୃତି ଭବନ ସମେତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଆଲୋକିକରଣ କରାଯିବ । ଅନ୍ୟାନ୍ୟ ବିଭାଗ ଓ ବ୍ୟକ୍ତି ବିଶେଷ ସେମାନଙ୍କ କାର୍ଯ୍ୟାଳୟ ଓ ନିଜସ୍ୱ ଗୃହ ମାନଙ୍କୁ ଆଲୋକରେ ସଜ୍ଜିତ କରିବା ପାଇଁ ଅନୁରୋଧ କରାଗଲା । ଯାଜପୁର ପୈାର ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଇଁ ପରିସ୍କାର ପରିଚ୍ଚ୍ଥନ୍ନତା, ପ୍ରତିମୂର୍ତ୍ତି ଗୁଡିକୁ ପରିସ୍କାର, ସପାଂ ସୁତୁରା ଓ ରଙ୍ଗ କରିବା ପାଇଁ ଅନୁରୋଧ କରାଗଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳ୍ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଯାଜପୁର ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ସମଗ୍ର ଶିକ୍ଷା ସଂଯୋଜକ ବିଷ୍ଣୁ ଚରଣ ସୂତାର, ଧର୍ମଶାଳା ଜିଲ୍ଳ୍ା କୃଷି ଅଧିକାରୀ ଶ୍ରୀଧର ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଜିଲ୍ଳ୍ା ସ୍ତରୀୟ ଉତ୍କଳ ଦିବସ ଓ ଜିଲ୍ଳା ପ୍ରତିଷ୍ଠା ଦିବସ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
|
March 19, 2021 |
![](https://sandhannews.com/wp-content/uploads/2020/12/sandhan-222-730x430-1.jpg)