ଜିଲ୍ଲା ସ୍ତରୀୟ  ୧୭ତମ ଅବିନାଶ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

Spread the love

ଯାଜପୁର ସଦର:  ୨୫/୨/୨୬  (ସନ୍ଧାନ ନ୍ୟୁଜ) ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ  ଦୁବକଣ  ଜୟଚଣ୍ଡୀ ହାଇସ୍କୁଲ ସମ୍ମୁଖ ପଡିଆ ଠାରେ ନେତାଜୀ କ୍ଲବ ଆନୁକୂଲ୍ୟରେ ଶନିବାର ଠାରୁ ଆରମ୍ଭ ହୋଇଥିବା ୧୭ତମ  ଜିଲ୍ଲା ସ୍ତରୀୟ  ଅବିନାଶ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ  ହୋଇଯାଇଛି। ଫାଇନାଲ ମ୍ୟାଚ ଇଚ୍ଛାପୁର କ୍ରିକେଟ ଟିମ ଓ  କରାଣ୍ଡିପୁର କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା  | ପ୍ରଥମେ ଟସ ଜିଣି ଇଚ୍ଛାପୁର କ୍ରିକେଟ ଟିମ ନିର୍ଦ୍ଧାରିତ  ୭ ଓଭରରେ ୨ ଉଇକେଟ ହରାଇ  ୮୮ ରନ ସଂଗ୍ରହ କରିଥିଲା  | ଜବାବରେ କରାଣ୍ଡିପୁର କ୍ରିକେଟ ଟିମ ୭ ଓଭର ଖେଳି ୭ ଉଇକେଟ ହରାଇ  ୬୫ରନ ସଂଗ୍ରହ କରି ପରାଜିତ ହୋଇଥିଲେ |  ଆରତ ରଞ୍ଜନ ନାୟକ,  ଅଜିତ କୁମାର ମଲ୍ଲିକ,ସୁନୀଲ କୁମାର ନାୟକ ଓ ବିଶ୍ୱଜିତ ପଣ୍ଡା  ଅମ୍ପେୟାର ଦାୟିତ୍ୱ ତୁଲାଇ ଥିବା ବେଳେ  ନିର୍ମଳ କୁମାର ଯେନା, ସନ୍ତୋଷ କୁମାର ପଣ୍ଡା ଭାଷ୍ୟକାର  ଏବଂ  ରଞ୍ଜନ କୁମାର ଯେନା (ରନି ) ଓ ଶିବ ଶଙ୍କର ବିଶ୍ୱାଳ ସ୍କୋରବୋର୍ଡ଼ ଦାଇତ୍ୱ ତୁଲାଇଥିଲେ | ଟୁର୍ନାମେଣ୍ଟରେ ଇଚ୍ଛାପୁର  କ୍ରିକେଟ ଟିମର ଚନ୍ଦନ ନାୟକ ମ୍ୟାନ ଅଫଦ ସିରିଜ, ରଜତ ରାଉତ ବେଷ୍ଟ ବୋଲର,  ରାକେଶ ଦାସ ବେଷ୍ଟ ବ୍ୟାଟ୍ସ ମ୍ୟାନ, ବଣ୍ଟି ଖାନ ବେଷ୍ଟ କ୍ୟାଚେସ ଓ କରାଣ୍ଡିପୁର କ୍ରିକେଟ ଟିମର କମଲ ଖାନ ମ୍ୟାନ ଅଫଦ ମ୍ୟାଚ ଭାବେ ଯୋଗ୍ୟ ବିବେଚିତ ହୋଇଥିଲେ  | ଖେଳଶେଷରେ ଏକ ପୁରସ୍କାର ବିତରଣ ସଭା ନେତାଜୀ କ୍ଲବର ସଭାପତି ଜୟପ୍ରକାଶ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ  ବିଂଝାରପୁର ବିଧାୟିକା ତଥା ବିରୋଧୀ ଦଳର ମୁଖ୍ୟ ସଚେତ୍ତିକା ପ୍ରମିଳା ମଲ୍ଲିକ ଯୋଗଦେଇ  ଗ୍ରାମାଞ୍ଚଳର ଯୁବକ ମାନେ ଏଭଳି ଖେଳ ଆୟୋଜନ କରିବା ଦ୍ୱାରା  ଜିଲ୍ଲା ଜିଲ୍ଲା ମଧ୍ୟରେ ଯୁବକ ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ହେବା ସହ ଯୁବକ ମାନଙ୍କ ମଧ୍ୟରେ  ସମ୍ପର୍କ ଦୃଢ଼ୀ ଭୁତ ହେଉଛି ବୋଲି ଶ୍ରୀମତୀ ମଲ୍ଲିକ କହିବା ସହ ଆୟୋଜକ ମାନଙ୍କୁ ଖୁବ ପ୍ରଶଂସା କରିଥିଲେ  | ମୁଖ୍ୟ ବକ୍ତା ଭାବେ ଯାଜପୁର ବିଧାୟିକା ସୁଜାତା ସାହୁ, ସମ୍ମାନିତ ଅତିଥିଭାବେ   କମାରଡ଼ିହି ପାକ୍ସ ସଭାପତି ଭାଗିରଥି ସାହୁ , କ୍ଲବର ସମ୍ପାଦକ ଆରତ ରଞ୍ଜନ ନାୟକ, ଥାଲକୁଡ଼ି ପଞ୍ଚାୟତ ବିଯୁଜନତା ଦଳର ସଭାପତି ବିଜୟ ପାତ୍ର, କୟାଁ  ପଞ୍ଚାୟତର ସରପଞ୍ଚ ମନ୍ଦାକିନୀ ମଲ୍ଲିକ, ସମିତି ସଭ୍ୟ ରୋଶନ ଦାସ, ଯାଜପୁର ଜିଲ୍ଲା ବିଯୁଜନତା ଦଳର ଉପସଭାପତି ବିରଜା ମଲ୍ଲିକ, କମାରଡ଼ିହି ସମିତି ସଭ୍ୟ ସଜନୀ ଯେନା,କମାରଡ଼ିହି ପଞ୍ଚାୟତର ଯୁବ ନେତା ଶଶୀଭୁଷଣ ବିଶ୍ୱାଳ ପ୍ରମୁଖ  ଅତିଥିଭାବେ ଯୋଗ ଦେଇଥିଲେ  | ଶେଷରେ ଅତିଥି ମାନଙ୍କ ଦ୍ୱାରା ବିଜୟୀ ଇଚ୍ଛାପୁର କ୍ରିକେଟ ଟିମକୁ ଟ୍ରଫି ସହ ନଗଦ ୧0 ହଜାର ଟଙ୍କାର ଚେକ ପ୍ରଦାନ କରାଯାଇ ଥିବା ବେଳେ ରନର୍ସ ଅପ କରାଣ୍ଡିପୁର କ୍ରିକେଟ ଟିମକୁ ଟ୍ରଫି ସହ ନଗଦ ୨୯୯୯ ଟଙ୍କାର ଚେକ ପ୍ରଦାନ କରାଯାଇ ଥିଲା  | ସେହିପରି ପ୍ରତିବର୍ଷ ପରି ଏବର୍ଷ  ଏହି ଟୁର୍ନାମେଣ୍ଟରେ ସମ୍ବର୍ଦ୍ଧିତ ପ୍ରତିଭା ଭାବେ ଦଶରଥପୁର ବ୍ଲକର  ନିରପେକ୍ଷ ସାମ୍ବାଦିକ ଭାବେ ମନୋରଞ୍ଜନ ମଲ୍ଲୀକଙ୍କୁ ବିଧାୟିକା ପ୍ରମିଳା ମଲ୍ଲିକ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ  | ଟୁର୍ନାମେଣ୍ଟ ପରିଚାଳନାରେ କ୍ଲବର ସଭ୍ୟ ସୁବ୍ରତ କୁମାର ଯେନା, ଲଷ୍ମଣ ସେଠି, ସୁବାସ ମଲ୍ଲିକ, ବିଜୟ ରାଉତ, ନିରଞ୍ଜନ ବାରିକ, ରାକେଶ କୁମାର ସାହୁ, ଲିପୁ ଯେନା, ହାପି ପଣ୍ଡା, ସୁଶାନ୍ତ ଯେନା ପ୍ରମୁଖ ସହଯୋଗ କରିଥିଲେ

Related Posts

About The Author

Add Comment