ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା -୨୦୨୬

Spread the love

ଯାଜପୁର, : ୭/୧୦/୨୬ (ସନ୍ଧାନ ନ୍ୟୁଜ)  ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ  ନିର୍ଦ୍ଦେଶାଳୟ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ଦ୍ୱାରା ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା -୨୦୨୬  ଯାଜପୁର ଜ଼ିଲ୍ଲା ସ୍କୁଲ,ଯାଜପୁର ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି  ଅବସରରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବାସୁଦେବ ସେନାପତିଙ୍କ ଅଧକ୍ଷତାରେ ଏକ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା l
ଉକ୍ତ ସଭାରେ ଯାଜପୁର ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଆଲୋକ କୁମାର ବନ୍ଧ ଉଦଘାଟକ ତଥା ମୁଖ୍ୟଅତିଥି, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ କୁମାରସେନ ସେନାପତି  ସମ୍ମାନିତ ଅତିଥି ଏବଂ ଦୁଇ ବିଚାରକ ତଥା ବିଶିଷ୍ଟ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ସନ୍ତୋଷ କୁମାର ବିଶ୍ୱାଳ ଓ ଅନ୍ୱେଷଣ ଥିଏଟରର ବରିଷ୍ଠ କଳାକାର ଖଗେଶ୍ୱର ସାହୁ ଯୋଗଦାନ କରିଥିଲେ l ଉକ୍ତ ପ୍ରତିଯୋଗିତାରେ ୭ ଟି ବ୍ଲକରୁ ଚୟନ ହୋଇଥିବା ଶ୍ରେଷ୍ଠ ଗ୍ରୁପ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ପ୍ରତ୍ୟେକ ଗ୍ରୁପରେ ୮ଜଣ ଲେଖାଏଁ ଛାତ୍ରଛାତ୍ରୀ ସହ ସେମାନଙ୍କର ଦୁଇ ସହଯୋଗୀ ଶିକ୍ଷକ ଯଥା ନିର୍ଦ୍ଦେଶକ ଏବଂ ସଂଳାପ ଲେଖକ ରୂପେ ଯୋଗଦାନ କରିଥିଲେ l “ବିଜ୍ଞାନ ଓ ସମାଜ” ବିଷୟ ବସ୍ତୁ ଉପରେ  ପ୍ରତଯୋଗୀମାନେ ସୁନ୍ଦର ଅଭିନୟ ମାଧ୍ୟମରେ ବିଚାରକଙ୍କ ନିକଟରେ ଉପସ୍ଥାପନା କରିଥିଲେ l ସମୁଦ୍ର ପରିସଂସ୍ଥା ପ୍ରଦୂଷଣର କାରଣ ଓ ନିରାକରଣ, ବୈଦ୍ୟୁତିକ ଯାନର ଆବଶ୍ୟକତା,କୁତ୍ରିମ ବୁଦ୍ଧିମତା ବ୍ୟବହାର କେତେ ଉପଯୋଗୀ କିମ୍ବା  ହାନିକାରକ ଆଦି ବିଷୟବସ୍ତୁ ଉପରେ ଅତି ଚମତ୍କାର ନାଟକ ପରିବେଷଣ କରି ବହୁ ଶିକ୍ଷଣୀୟ ଓ ସମାଜ ଉପଯୋଗୀ ବାର୍ତ୍ତା ପ୍ରଦାନ କରିଥିଲେ I  ଉକ୍ତ ପ୍ରତିଯୋଗିତାରେ ପିଏମଶ୍ରୀ ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ, ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ, କଲଣ ଦ୍ୱିତୀୟ ସ୍ଥାନ ଓ ତୃତୀୟ ସ୍ଥାନରେ ଯୁଗ୍ମ ବିଜେତା ରୂପେ ନୀଳସୁନ୍ଦରପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ନେଉଳପୁର ଓ ପିଏମଶ୍ରୀ ଯାଜପୁର ଜ଼ିଲ୍ଲା ସ୍କୁଲ, ଯାଜପୁର ଘୋଷିତ ହୋଇଥିଲେ l ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା l ବିଜେତା ପ୍ରତିଯୋଗୀମାନଙ୍କୁ ପୁରସ୍କାର ସ୍ୱରୂପ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ଏ ସମସ୍ତ କାର୍ଯ୍ୟ ଜିଲ୍ଲା ବିଜ୍ଞାନ ନିରୀକ୍ଷକଙ୍କ ତତ୍ୱାବଧାନରେ ସମ୍ପାଦିତ ହୋଇଥିଲା l   ଯାଜପୁର ବ୍ଲକ ବିଜ୍ଞାନ ସଂଯୋଜକ ଶିବବ୍ରତ ପାଣି ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ  କୋରେଇବ୍ଲକ ବିଜ୍ଞାନ ସଂଯୋଜକ ଜିତେନ୍ଦ୍ର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l ଯାଜପୁର ଜିଲ୍ଲା ସ୍କୁଲର ବରିଷ୍ଠ ଶିକ୍ଷକ ରାଧାରମଣ ମହାରଣା, ଶିକ୍ଷୟତ୍ରୀ ରଶ୍ମିତା ଖିଲାର ଓ ଅନ୍ୟ ଶିକ୍ଷକଶିକ୍ଷୟତ୍ରୀ ତଥା କର୍ମଚାରୀମାନେ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ l ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟ ପିଏମଶ୍ରୀ ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଜୋନାଲ ସ୍ତରୀୟ ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ମନୋନୀତ ହେଲେ ଯାହାକି ଅକ୍ଟୋବର ୯ ତାରିଖ ଦିନ ଗୌତମ ବୁଦ୍ଧ ସଂସ୍କୃତି ଭବନ ଯାଜପୁର ଠାରେ ଅନୁଷ୍ଠିତ ହେବାକୁ ଯାଉଛି l

Related Posts

About The Author

Add Comment